ବାଂଲାଦେଶରେ ଅନେକ ଜଣଙ୍କୁ ଜିଅନ୍ତା ଜାଳିଦେଲେ, ଆଓ୍ଵାମୀ ଲିଗ୍‌ର ନେତାଙ୍କ ହୋଟେଲରେ ଲଗାଇ ଦେଲେ ନିଆଁ

ଶେଖ୍‌ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପରେ ବି ଥମୁନି ବାଂଲାଦେଶର ହିଂସା । ଦିନକୁ ଦିନ ଆହୁରି ଅଧିକ ଉଗ୍ର ହେଉଛନ୍ତି ଦଙ୍ଗାକାରୀ । ଏବେ ଶେଖ୍‌ ହସିନାଙ୍କ ଦଳ ଆଓ୍ଵାମୀ ଲିଗ୍‌ ଏବଂ ଏହାର ସମର୍ଥକଙ୍କ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍‌ କରିଛନ୍ତି । ଖବର ରହିଛି ଯେ ଜେସୋରରେ ଥିବା ଏକ ହୋଟେଲରେ ଦଙ୍ଗାକାରୀମାନେ ନିଆଁ ଲଗାଇ ଦେଇଛନ୍ତି, ଯେଉଁଥିରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ହୋଟେଲଟି ଆଓ୍ଵାମୀ ଲିଗ୍‌ର ଜଣେ ନେତାଙ୍କର ବୋଲି ଜଣାପଡ଼ିଛି । ଏହି ଘଟଣାରେ ୮୪ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରିପୋର୍ଟ ମୁତାବକ, ଯେଉଁ ହୋଟେଲରେ ନିଆଁ ଲଗାଯାଇଛି, ତାହା ହେଉଛି ଆଓ୍ଵାମୀ ଲିଗ୍‌ର ନେତା ଶାହୀନ ଚକଲାଦାରଙ୍କର । ଚକଲାଦାର ହେଉଛନ୍ତି ଜେସୋର ଜିଲ୍ଲା ଆଓ୍ଵାମୀ ଲିଗ୍‌ର ଜେନେରାଲ ସେକ୍ରେଟାରୀ ।

ଡେପୁଟି କମିଶନର ଅବରାରୁଲ୍‌ ଇସ୍‌ଲାମ ଏହି ଅଗ୍ନିକାଣ୍ଡର ଖବର ନିଶ୍ଚିତ କରିଛନ୍ତି । ମୃତକମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଲେ ୨୦ ବର୍ଷୀୟ ଚୟନ ଓ ୧୯ ବର୍ଷୀୟ ସେଜନ ସୁହୈନ । ଆହତ ୮୪ ଜଣଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଛାତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like