ମୁମ୍ବାଇରେ ଏବେ ୨୪ ଘଣ୍ଟା ଖୋଲା ରହିବ ହୋଟେଲ, ରେସ୍ତୋରାଁ ଓ ମଲ, ବିଦେଶୀଙ୍କ ପରି ଉଠାଇପାରିବେ ନାଇଟଲାଇଫର ମଜା

ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ୨୭ ତାରିଖରୁ ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଟେଲ, ମଲସ, ଦୋକାନ ଏବଂ ରେସ୍ତୋରାଁ ଗୁଡିକ ୨୪ ଘଣ୍ଟା ଖୋଲା ରହିବ । ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ, ବିଏମସି କମିଶନ ଓ ପୋଲିସ କମିଶନର ମିଶି ବୈଠକ ପରେ ଏହି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ।

nightlife in mumbai

ମହାରାଷ୍ଟ୍ର ସରକାରଙ୍କର ଏହି ନିଷ୍ପତ୍ତି ପରେ ଫରେନ କଣ୍ଟ୍ରି ଭଳି ମୁମ୍ବାଇବାସି ମଧ୍ୟ ନାଇଟଲାଇଫର ଲାଭ ଉଠାଇ ପାରିବେ । ସରକାରଙ୍କ କହିବା ଅନୁଯାୟୀ ନାଇଟଲାଇଫ ଆରମ୍ଭ ହେବା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ମିଳିବ । ଯଦିଓ ବର୍ତ୍ତମାନ ୨୫ଟି ମଲକୁ ୨୪ ଘଣ୍ଟା ଖୋଲା ରଖିବାପାଇଁ ଅନୁମତି ଦିଆଯାଇଛି । ଏହାଛଡା ନାଇଟଲାଇଫ ସମୟରେ ମଦ ପିଇବାର ଅନୁମତି ଦିଆଯାଇନାହିଁ ଏବଂ ରେସିଡେନ୍ସିଆଲ ଅଂଚଳ ଏହାର ଲାଭ ଉଠାଇ ପାରିବ ନାହିଁ ।

Image result for hotels restaurants and malls to open 24 hours in mumbai from 27 january

ସହରରେ ନାଇଟଲାଇଫ ଆରମ୍ଭ କରିବାକୁ ନେଇ ସରକାରଙ୍କ ତରଫରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁ ଦୋକାନ, ହୋଟେଲ ଏବଂ ରେସ୍ତୋରାଁ ଗୁଡିକ ରାତିରେ ଖୋଲା ରହିବ ସେଠାରେ ପାର୍କିଂ ଏବଂ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯିବ । ତେବେ ଏହିସବୁ କାର୍ଯ୍ୟ ପାଇଁ ଜାଗା ଚିହ୍ନଟ ଆରମ୍ଭ ହୋଇଯାଇଛି ।

Leave A Reply

Your email address will not be published.