କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଭୁଶୁଡିଲା ଦୁଇଟି ଘର: ଜଣେ ମହିଳା ମୃତ, ୮ ଦବିଥିବା ଆଶଙ୍କା

ବାରଣାସୀରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଭୁଶୁଡିଲା ଦୁଇଟି ଘର । କାଶୀ ବିଶ୍ୱନାଥ ମନ୍ଦିର ନିକଟ ଖୋୟା ଗଳି ଛକରେ ଏହି ଘଟଣା ଘଟିଛି । ଏହି ଘଟଣାରେ ୨ ପରିବାରର ୮ ଜଣ ଲୋକ ଦବିଥିବା ଆଶଙ୍କା କରାଯାଉଛି । ଏହାଛଡା ମନ୍ଦିର ସୁରକ୍ଷାରେ ଥିବା ଜଣେ ମହିଳା ପୋଲିସ କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି ।

ପ୍ରଶାସନିକ ଅଧିକାରୀ ଏବଂ ଏନଡିଆରଏଫ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ଦୁର୍ଘଟଣା ପରେ କାଶୀ ବିଶ୍ୱନାଥ ମନ୍ଦିରକୁ ଏଣ୍ଟ୍ରି କରୁଥିବା ୪ ନଂ ଗେଟ୍‌ ବନ୍ଦ କରିଦିଆଯାଇଛି । ୧ ନଂ ଏବଂ ୨ ନଂ ଗେଟ ଦେଇ ମନ୍ଦିରକୁ ଦର୍ଶନାର୍ଥୀ ପ୍ରବେଶ କରୁଛନ୍ତି । ଏନଡିଆରଏଫର ଡିଆଇଜି ଏମକେ ଶର୍ମା କହିଛନ୍ତି, ୪ ଘଣ୍ଟା ଧରି ଚାଲିଥିବା ଅପରେସନରେ ସମସ୍ତଙ୍କୁ ସୁରକ୍ଷିତ ବାହାର କରାଯାଇଛି । ଗଳି ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା ।

ସୂଚନା ମୁତାବକ, ଦୁଇଟି ଯାକ ଘର ୧୫୦ ବର୍ଷ ପୁରୁଣା ଥିଲା । ତେଣୁ ବିଳମ୍ବିତ ରାତିରେ ଘର ଭୁଶୁଡି ପଡିଥିଲା । ଘର ଭୁଶୁଡିବା ପରେ ସ୍ଥାନୀୟ ଲୋକ ପ୍ରଶାସନକୁ ସୂଚନା ଦେଇଥିଲେ । ଘଟଣା ପରେ ଗଳିକୁ ଯାଉଥିବା ରାସ୍ତାକୁ ବନ୍ଦ କରାଯାଇଥିଲା । ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏନଡିଆରଏଫ ଟିମ୍‌ ୪ ଘଣ୍ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ କରିଥିଲା ।

ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ତଳେ ୮ ଜଣ ଦବିଥିବା ଅନୁମାନ କରାଯାଉଛି । ଏନଡିଆରଏଫ ଟିମ୍‌ ଫାଇନାଲ ସର୍ଚ୍ଚ କରି ଏମାନଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.