ଏବେ ମାଛମାନଙ୍କ ସଂଖ୍ୟା ଆଧାରରେ ଜଣାପଡିବ “ଗଙ୍ଗା” କେତେ ସ୍ୱଚ୍ଛ କେତେ ଅସ୍ୱଚ୍ଛ

ଗଙ୍ଗା ନଦୀର ସ୍ୱଚ୍ଛତା ବାବଦରେ ପତ୍ତା ଲଗେଇବା ପାଇଁ କେନ୍ଦ୍ର ସରକାର ଏବେ ଦୁଇ ପ୍ରଜାତି ମାଛର ସାହାରା ନେବାକୁ ଯାଉଛନ୍ତି । ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ କେନ୍ଦ୍ର ସରକାର ଡ଼ଲଫିନ ତଥା ହିଲସା ଦୁଇ ପ୍ରଜାତିର ମାଛଙ୍କ ଜୀବନକୁ ନେଇ ଅଧ୍ୟୟନ କରିବେ ଯାହା ମାଧ୍ୟମରେ ପବିତ୍ର ନଦୀର ସ୍ୱଚ୍ଛତା ବାବଦରେ ପତ୍ତା ଲଗାଯାଇ ପାରିବ । ସରକାରଙ୍କ ଅନୁଯାୟୀ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ(ଏନଏମସିଜି)ର ବୈଜ୍ଞାନିକ, ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ ତଥା ରାଷ୍ଟ୍ରୀୟ ପର୍ଯାବରଣ ଇଂଜିନିୟରିଙ୍ଗ ଅନୁସନ୍ଧାନ ସଂସ୍ଥାନର ସହାୟତାରେ ଏହାର ଅଧ୍ୟୟନ କରାଯିବ । ଏହା ସାହାଯ୍ୟରେ ଡ଼ଲଫିନ, ହିଲସା ତଥା ସୂକ୍ଷ୍ମ ଜୀବ ମାନଙ୍କର ସଂଖ୍ୟା ବାବଦରେ ଗଣନା କରାଯିବ । ଯାହା ଦ୍ୱାରା ଜଣା ପଡିବକି ନଦୀର ସ୍ୱଚ୍ଛତା କେତେ ଅଛି |

DOLPHIN
image credit: Ocean bites

ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନର ମହାନିର୍ଦ୍ଦେଶକ ଜି. ଅଶୋକ କୁମାରଙ୍କ କହିବା ଅନୁଯାୟୀ ଜୈବ ସଂକେତକ ନଦୀ ଗୁଡିକର ସୁସ୍ଥତା ବଜାୟ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥାନ୍ତି | ସେ ଏହା ମଧ୍ୟ କହିଛନ୍ତିକି ପାଣିର ଗୁଣବତ୍ତାରେ ସୁଧାର ଆଣିବା ପାଇଁ ଏନଏମସିଜି ଜରିଆରେ ଅନେକ ପ୍ରଚେଷ୍ଟା କରାଯାଇଛି ଓ ଅଧ୍ୟୟନ ଜରିଆରେ ଆମେ ଜାଣିବାକୁ ଚେଷ୍ଟା କରୁଛୁକି କେତେ ସୁଧାର ଆସିପାରିଛି । କୁମାର ଏହା ମଧ୍ୟ କହିଛନ୍ତିକି ମାଇକ୍ରୋଵିୟଲ ବିବିଧତା ଉପରେ ମଣିଷ ହସ୍ତକ୍ଷେପର ପ୍ରଭାବ ତଥା ଗଙ୍ଗାରେ ମହଜୂତ ଥିବା ଇ. କୋଲି ବ୍ୟାକ୍ଟେରିଆ ବାବଦରେ ଜଣାପଡ଼ିପାରିବ । ଅନ୍ୟ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଅଧ୍ୟୟନ ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ ଦ୍ୱାରା ଗଙ୍ଗା ନଦୀ ଉପରେ କରାଯାଉଥିବା ପରୀକ୍ଷା ତଥା ଗବେଷଣାର ଏକ ଅଂଶ ଅଟେ ।

ଏନଏମସିଜି ଅନୁଯାୟୀ ହିଲସା ଓ ଡ଼ଲଫିନର ଗଣନା ବର୍ତ୍ତମାନର ସଂଖ୍ୟା ତଥା ପୂର୍ବ ସଂଖ୍ୟାକୁ ତୁଳନା କରି କରାଯିବ । ଯଦି ସଂଖ୍ୟାରେ ବୃଦ୍ଧି ଘଟେ ତେବେ ସହଜରେ ଜଣାପଡିଯିବଯେ ଗଙ୍ଗା କେତେ ସୁଦ୍ଧ ଅଛି । କିନ୍ତୁ ଯଦି ସଂଖ୍ୟା କମିଯାଏ ତେବେ ସହଜରେ ଜଣା ପଡିଯିବଯେ ଗଙ୍ଗା ଏବେ ବି ଅଶୁଦ୍ଧ ଅଛି । ଏହି ଆଧାରରେ ଡ଼ଲଫିନ, କୁମ୍ଭୀର, କଇଁଛ, ବିଭିନ୍ନ ପ୍ରକାର ପକ୍ଷୀଙ୍କ ସଂଖ୍ୟାରେ ବି ସୁଧାର ଆସିପାରିବ । ଗତ ଚାରି ବର୍ଷ ଭିତରେ ନଦୀରୁ ପ୍ରାୟ ୧୯୦ ମାଛ ପ୍ରଜାତି ମାନଙ୍କ ସଂଖ୍ୟା ଠାବ କରାଯାଇଛି । ଗଙ୍ଗା ନଦୀ ତଥା ଏହାର ଉପନଦୀ ଗୁଡିକର ସଂଖ୍ୟା ବାବଦରେ ଜଣାପଡିଛି ।