କରୋନା ଯୁଦ୍ଧରେ ସାମିଲ ହେଲେ ସୋନିଆ ଓ ରାହୁଲ ଗାନ୍ଧୀ, ଜାଣନ୍ତୁ କଲେ କେତେ ସାହାଯ୍ୟ

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାରାତ୍ମକ ଭାଇରସ ସହ ଲଢ଼ିବା ପାଇଁ ଭାରତ ସରକାର ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏଣୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଖେଳାଳି ତଥା ରାଜନେତା ମାନେ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅର୍ଥ ଦାନ କରୁଛି। ଏବେ ଏହି ତାଲିକାରେ ବିରୋଧୀ ଦଳର ନେତା ମଧ୍ୟ ସାମିଲ ହୋଇଛନ୍ତି। ବିରୋଧୀ ଦଳ ବା କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କରୋନା ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

Suresh Raina | Corona fight brigade: Virushka's undisclosed ...

କରୋନା ମୁକାବିଲା ପାଇଁ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କିଛି ପରାମର୍ଶ ଦେବା ସହ ନିଜ ସଂସଦୀୟ କ୍ଷେତ୍ର ରାୟବରେଲିର ଜିଲ୍ଲା ଅଧିକାରୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେ ପତ୍ର ମାଧ୍ୟମରେ କହିଛନ୍ତି ଯେ କରୋନା ସହ ଲଢ଼େଇ ପାଇଁ ଜିଲ୍ଲା ଅଧିକାରୀ ଯେତେ ସାଂସଦ ନିଧି ବ୍ୟବହାର କରିବାକୁ ଚାହିଁବେ କରିପାରିବେ। ଏଥିସହ ସେ ଜିଲ୍ଲା ପ୍ରଶାସନକୁ ଲୋକଙ୍କୁ ସାନିଟାଇଜର, ମାସ୍କ, ସାବୁନ ଆଦି ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଲୋକ ଯେଭଳି ଭୋକିଲା ନ ରୁହେ ସେଥିପାଇଁ ସେ ଯତ୍ନବାନ ହେବାକୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଜଣେ ସାଂସଦକୁ ବାର୍ଷିକ ୫ କୋଟି ଟଙ୍କା ସାଂସଦ ନିଧି ମିଳେ।

Congress Announces 'Padyatra' Across Country On October 2; Rahul ...

ସେହିପରି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର କେରଳର ବାୟନାଡ଼ରେ ସାଂସଦ ନିଧିରୁ ୨.୬୬ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅର୍ଥରେ ମେଡିକାଲ ସାମଗ୍ରୀ କିଣାଯିବ। ଏଥିସହ ରାହୁଲ ଗାନ୍ଧୀ ନିଜ ଅଞ୍ଚଳରେ ୫୦ ଟି ଥର୍ମାଲ ସ୍କାନର ମଧ୍ୟ ଦେଇଛନ୍ତି। ଏହା ବ୍ୟତୀତ ସେ ମାସ୍କ, ସାନିଟାଇଜର ମଧ୍ୟ ବିତରଣ କରିଛନ୍ତି। କେବଳ ନିଜ ସଂସଦୀୟ କ୍ଷେତ୍ର ନୁହେଁ ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଅଞ୍ଚଳ ଆମେଥିରେ ମଧ୍ୟ ମାସ୍କ, ସାନିଟାଇଜର ବଣ୍ଟନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.