ଓମିକ୍ରନ ସଂକ୍ରମିତ ବୋଲି କେମିତି ଜାଣିବେ? ଜାଣନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ଭାଇରସ୍‌ର ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ବହୁତ ଜଲ୍‌ଦି ବିସ୍ତାରିତ ହେଉଛି। ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ଅନୁଭବ କରୁଛନ୍ତି କି, ସେମାନଙ୍କୁ ଥଣ୍ଡା ହୋଇଛି। ଗଳା ଯନ୍ତ୍ରଣା, ନାକରୁ ପାଣି ବାହାରିବା ଏବଂ ମୁଣ୍ଡବିନ୍ଧା ମଧ୍ୟ ଓମିକ୍ରନର ଗୋଟିଏ ଗୋଟିଏ ଲକ୍ଷଣ ବୋଲି କୁହାଯାଉଛି।

କିପରି ଜାଣିବେ ଆପଣ ଓମିକ୍ରନ୍ ସଂକ୍ରମିତ

ଓମିକ୍ରନ୍ କରୋନାର ପୂର୍ବ ବିପଜ୍ଜନକ ଭାରିଆଣ୍ଟ ଡେଲ୍‌ଟା ତୁଳନାରେ ବହୁତ ଦ୍ରୁତ ଗତିରେ ବିସ୍ତାର କରୁଛି। ଆପଣ କରୋନାର ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ଅଛନ୍ତି କି ନାହିଁ, ଏହା RT-PCR ଟେଷ୍ଟରୁ ଚିହ୍ନଟ ହୋଇ ପାରିବ। ଏଥିରେ ଲାଳର ନମୁନାକୁ ପାଥୋଲୋଜି ଲ୍ୟାବକୁ ପଠା ଯାଇଥାଏ, ଯେଉଁଥିରୁ ଏହା ଜଣାପଡ଼ିବ କି, ଏହି ସଂକ୍ରମଣ ଓମିକ୍ରନର ନା ଡେଲଟାର ନା ଅନ୍ୟ କୌଣସି ଜିନିଷର। ଯଦି କେବଳ ଏହା ଜାଣିବାର ଅଛି କି, କରୋନା ସଂକ୍ରମଣ ଅଛି କି ନାହିଁ, ତା’ ହେଲେ ଏଥିପାଇଁ ର‍୍ୟାପିଡ୍‌ ଟେଷ୍ଟ ମଧ୍ୟ କରାଯାଇ ପାରିବ, କିନ୍ତୁ ଏଥିରେ ଆପଣ କେଉଁ ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି, ତାହା ଜାଣି ପାରିବେ ନାହିଁ। ଓମିକ୍ରନ୍ ନିଶ୍ଚିତକରଣରେ ଜିନୋମ୍ ସିକ୍ୱେସିଙ୍ଗ୍‌ ଅର୍ଥାତ୍‌ ଜେନେଟିକ୍‌ ଆନାଲିସିସ୍‌ ଆବଶ୍ୟକ ହୋଇଥାଏ, ଯେଉଁଥିରେ ୪ରୁ ୫ ଦିନ ସମୟ ଲାଗିଥାଏ।

ଅନ୍ୟଠାରୁ ଭିନ୍ନ କିପରି ଓମିକ୍ରନ୍ ଭାରିଆଣ୍ଟ

ଭାଇରସ୍‌ କ୍ରମାଗତ ଭାବରେ ମ୍ୟୁଟେଟ୍‌ କରୁଛି ଅର୍ଥାତ୍‌ ଲଗାତାର ରୂପ ବଦଳାଇ ଚାଲିଛି, ଯାହାକୁ ଭାରିଆଣ୍ଟ କୁହାଯାଏ। ଏହି ଭାରିଆଣ୍ଟଗୁଡିକ ମଧ୍ୟରୁ କିଛି ଭାରିଆଣ୍ଟ ଅଧିକ ବିପଜ୍ଜନକ ହୋଇପାରେ କିମ୍ବା ଏମିତି ହୋଇପାରେ, ଯାହା ଅତି ଶୀଘ୍ର ବିସ୍ତାର କରିବ। ଏହାକୁ ଭାରିଆଣ୍ଟସ୍ ଅଫ୍ କନ୍ସର୍ନ (VoC) ଅର୍ଥାତ୍‌ ଚିନ୍ତାର ବିଷୟ ଭାବରେ ବିବେଚନା କରାଯାଏ। ଓମିକ୍ରନ୍ ମଧ୍ୟ ଏକ ଭାରିଆଣ୍ଟସ୍ ଅଫ୍ କନ୍ସର୍ନ (VoC) । ଏଥିରେ ଏମିତି ପରିବର୍ତ୍ତନ ଆସିଛି, ଯାହା ପୂର୍ବରୁ କେବେ ଦେଖାଯାଇ ନ ଥିଲା। ଅଧିକାଂଶ ପରିବର୍ତ୍ତନ ଭାଇରସ୍‌ର ସେହି ଅଂଶରେ ଘଟିଛି, ଯେଉଁଠାରେ ବର୍ତ୍ତମାନର ଟିକା ଆକ୍ରମଣ କରିଥାଏ। ଭାଇରସ୍‌ର ଏହି ଅଂଶକୁ ସ୍ପାଇକ୍ ପ୍ରୋଟିନ୍ କୁହାଯାଇଥାଏ।

ଟିକାର ପ୍ରଭାବ

ଓମିକ୍ରନ୍ ଭାରିଆଣ୍ଟର ସ୍ପାଇକ୍ ପ୍ରୋଟିନ୍ ଅଂଶରେ ପରିବର୍ତ୍ତନ ହେତୁ ପ୍ରଥମେ ଏମିତି ଚିନ୍ତା କରାଯାଉଥିଲା କି, ବୋଧହୁଏ ବର୍ତ୍ତମାନର ଟିକା ଓମିକ୍ରନ୍ ଉପରେ ପ୍ରଭାବହୀନ ହୋଇଯିବ। କିନ୍ତୁ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ନିଜର ଅନୁସନ୍ଧାନରେ ଏ ବିଷୟରେ ଜାଣିବାକୁ ପାଇଛି ଯେ ଯଦି ବୁଷ୍ଟର୍ ଟିକା ଅର୍ଥାତ ଟିକାର ଅତିରିକ୍ତ ଡୋଜ୍‌ ନିଆଯାଏ, ତା’ ହେଲେ ୮୮ ପ୍ରତିଶତ ସୁରକ୍ଷା ବଢ଼ି ଯାଇଥାଏ। ଅର୍ଥାତ୍ ଡାକ୍ତରଖାନାରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ। ବ୍ରିଟେନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ଡେଲଟା ଭାରିଆଣ୍ଟ ତୁଳନାରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କର ଡାକ୍ତରଖାନାରେ ପହଞ୍ଚିବାର ଆଶଙ୍କା ପାଖାପାଖି ଅଧା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.