ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ: ୩ ମୃତ ୧୫ ଆହତ, ହେଲ୍ପଲାଇନ୍ ନମ୍ବର ଜାରି

ନୂଆଦିଲ୍ଲୀ : ପୁଣି ଟ୍ରାକରୁ ଖସିଲା ବଗି । ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ । ମାଲଗାଡ଼ିକୁ ଧକ୍କା ଦେଇ ଟ୍ରାକରୁ ଖସିଲା ଏକ୍ସପ୍ରେସ । ଝାଡ଼ଖଣ୍ଡ ଚକ୍ରଧରପୁରରେ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ୧୨୮୧୦ ହାଓ୍ବଡା-ସିଏସଏମଟି ଏକ୍ସପ୍ରେସ ଆଜି ଭୋର ସମୟରେ ରାଜଖରସ୍ବାନ ଓ୍ବେଷ୍ଟ ଆଉଟର ଓ ବାରାବାମ୍ବୋ ମଧ୍ୟରେ ଥିବା ଚକ୍ରଧରପୁରରେ ଲାଇନଚ୍ୟୁତ ହୋଇଥିଲା । ଭୋର ୩ଟା ୪୩ ମିନିଟରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ରେଲଓ୍ବେ ମେଡିକାଲ ଟିମ୍‌ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଛି ।

ଅନ୍ୟପଟେ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ପରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଭାରତୀୟ ରେଲ ବିଭାଗ ।

ଟାଟାନଗର: 06572290324
ଚକ୍ରଧରପୁର :06587238072
ରାଉରକେଲା: 06612501072, 06612500244
ହୱଡା : 9433357920, 03326382217
ରାଞ୍ଚି :0651-27-87115
HWH ହେଲ୍ପ ଡେସ୍କ: 033-26382217, 9433357920
SHM ହେଲ୍ପ ଡେସ୍କ : 6295531471, 7595074427
KGP ହେଲ୍ପ ଡେସ୍କ : 03222-293764
CSMT ହେଲ୍ପଲାଇନ ଅଟୋ ନଂ : 55993
P & T 022-22694040
ମୁମ୍ୱାଇ : 022-22694040
ନାଗପୁର : 7757912790

You might also like