ଗଣତନ୍ତ୍ର ଦିବସରେ ପାକିସ୍ତାନର ଷଡଯନ୍ତ୍ର ଫେଲ୍‌, ଭାରତକୁ ପଠାଉଥିବା ୩ କିଲୋ ହେରୋଇନ ଜବତ

ପାକିସ୍ତାନ ସର୍ବଦା ଭାରତ ବିରୋଧରେ ତା’ର ଷଡଯନ୍ତ୍ର ଜାରି ରଖିଛି । ବିଶେଷକରି ପ୍ରତି ଗଣତନ୍ତ୍ର ଦିବସ ହେଉ ବା ସ୍ୱାଧୀନତା ଦିବସ ହେଉ କିଛି ନା କିଛି ଷଡଯନ୍ତ୍ର କରିବାକୁ ପଛେଇ ନଥାଏ ପାକିସ୍ତାନ । ଚଳିତ ବର୍ଷ ମଧ୍ୟ ପାକିସ୍ତାନ ଗଣତନ୍ତ୍ର ଦିବସରେ ଭାରତକୁ ପଠାଉଥିବା ବହୁ ମାତ୍ରାରେ ହେରୋଇନକୁ ସୀମା ସୁରକ୍ଷା ବାହିନୀମାନେ ଜବତ କରିଛନ୍ତି ।

ଏତେ ମାତ୍ରାର ହେରୋଇନକୁ ପଞ୍ଜାବ ଫିରୋଜପୁର ସୀମାରୁ ସୀମା ସୁରକ୍ଷା ବାହିନୀ ଜବତ କରିଛନ୍ତି । ଜବତ ହେରୋଇନ ପ୍ରାୟ ୩ କେଜି ହେବ ବୋଲି ସୀମା ସୁକ୍ଷା ବାହିନୀ ପକ୍ଷରୁ କୁହାଯାଇଛି ।

ସୀମା ସୁରକ୍ଷା ବାହିନୀମାନେ ଆଜି ସକାଳୁ ଅନ୍ତରାଷ୍ଟ୍ରୀୟ ସୀମା ଟିଣ୍ଡିବାଲା ଗାଁ ନିକଟରେ ଘନ କୁହୁଡି ମଧ୍ୟରେ ୩ ପ୍ୟାକେଟ ହେରୋଇନ ପଡିଥିବା ଦେଖିବାକୁ ପାଇଥିଲେ । ହେରୋଇନ ଜବତ ପରେ ସୀମା ସୁରକ୍ଷା ବାହିନୀମାନେ ଗାଁରେ ତଲାସ ଅଭିଯାନ ଜାରି ରଖିଥିଲେ । ଡ୍ରୋନ ଜରିଆରେ ପାକିସ୍ତାନ ପଟରୁ ଏହାକୁ ପଠାଯାଇଥିବା ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.