ପାଣିରେ ଥିବା କୁମ୍ଭୀର ହଠାତ୍ ଦେଖାଗଲା ରାସ୍ତାରେ, ଭୟରେ ଥରହର ହେଲେ ଲୋକେ

ଲୋକଙ୍କ ଛାତିରେ ହଠାତ୍ ଛନକା ପଶିଗଲା । ଯିଏ ଯୁଆଡେ ସବୁ ଯାଉଥିଲେ ହଠାତ୍ କି ଚମକି ପଡିଲେ ଗୋଟେ ଚିତ୍ର ଦେଖି । ଆଉ ଭୟରେ ଛାତି ଥରିଯାଉଥିଲା ଯିଏ ସେ ଚିତ୍ର ଦେଖୁଥିଲା । ଲୋକଙ୍କ ମନରେ ଭୟ ଖେଳିଗଲା ଯେତେବେଳେ ୧୦ ଫୁଟିଆ କୁମ୍ଭୀରକୁ ସାମ୍ନାରେ ଦେଖିଲେ । ସମସ୍ତଙ୍କ ମନରେ ଉଙ୍କି ମାରୁଥାଏ କେମିତି ଏ କେନାଲରୁ ବାହାରକୁ ଆସିଲା ପୁଣି ଗାଁ ଭିତରକୁ ।
ଆପଣ ବି ଦେଖନ୍ତୁ କେମିତି ଏକ ବିଶାଳକାୟ କୁମ୍ଭୀର ପାଣିରୁ ବାହାରି ଖୋଲା ସ୍ଥାନରେ ଜନବସତିରେ ବୁଲୁଛି । ୧୦ ଫୁଟିଆ କୁମ୍ଭୀରକୁ ଦେଖିଲେ ହିଁ ଭୟରେ ଛାତି ଥରି ଯାଉଥିଲା । କୁମ୍ଭୀରକୁ ଏମିତି ଜନବସତି ସ୍ଥାନରେ ଦେଖି ଲୋକେ ଭୟ ତ କରୁଥିଲେ ତାସହିତ ନିଜ ମୋବାଇଲ ବାହାର କରି ଏହାକୁ ରେକର୍ଡ ବି କଲେ ।
ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ଏହି ବିଶାଳକାୟ କୁମ୍ଭୀରଟି ହଠାତ୍ ଏକ ରେଲିଙ୍ଗ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛି । କହିରଖିବାକୁ ଚାହିଁବୁ ଯେ ୟୁପିର ବୁଲନ୍ଦସହରରେ ନରୋରା ଘାଟ ନିକଟସ୍ଥ ଗଙ୍ଗା କେନାଲରୁ ବାହାରି ଆସିଛି ଏ ବିଶାଳକାୟ କୁମ୍ଭୀର । କୁମ୍ଭୀରକୁ ଏମିତି ଜନବସତି ସ୍ଥାନରେ ଦେଖି ପୋଲିସ ଏବଂ ବନ ବିଭାଗକୁ ଖବର ଦେଲେ ସ୍ଥାନୀୟ ଲୋକ । ଯାହାପରେ କୁମ୍ଭୀରକୁ ଧରିବାକୁ ଚେଷ୍ଟା କଲେ ସେତେବେଳେ କୁମ୍ଭୀରଟି ପାଣି ଭିତରକୁ ପୁଣି ପଳାଇଯିବାକୁ ଚେଷ୍ଟା କଲା । ଆଉ ଏଥିପାଇଁ ସେ ବାରମ୍ବାର କେନାଲ ପାଖରେ ଲାଗିଥିବା ରେଲିଙ୍ଗ ଉପରକୁ ଚଢ଼ିବାକୁ ଚେଷ୍ଟା କରି ପଳାଇଯିବାକୁ ଚେଷ୍ଟା କଲା ହେଲେ ସେ ଯାଇନପାରି ବାରମ୍ବାର ତଳେ ପଡିଯାଉଥିଲା ।
କୁମ୍ଭୀରକୁ ଧରିବା ପାଇଁ ବନ ଅଧିକାରୀ ତାର ମୁହଁକୁ ପ୍ରଥମେ ଘୋଡାଇ ଦିଆଗଲା ଏବଂ କୁମ୍ଭୀର ଯେମିତି କାହାକୁ ଆକ୍ରମଣ ନକରିପାରିବ ତାକୁ ବାନ୍ଧିବାକୁ ବି ଚେଷ୍ଟା କଲେ ବନ ଅଧିକାରୀ । ଭିଡିଓରେ ଦେଖାଯାଉଛି ଯେ କିଛି ମିନିଟ ପରେ ତା ଗୋଡକୁ ବାନ୍ଧିବା ପାଇଁ ରସି ଅଣାଗଲା । ଚାରି ଜଣ ବନ ଅଧିକାରୀ କୁମ୍ଭୀରର ମୁଣ୍ଡ ଏବଂ ଆଗ ଗୋଡକୁ ଧରି ରଖିଥିଲେ । ଏମିତିି ଭାବେ କିଛି ଘଣ୍ଟା ପରେ କୁମ୍ଭୀରକୁ ଉଦ୍ଧାର କରାଗଲା ଏବଂ ତାକୁ ପୁର୍ନବାର ପାଣିରେ ଛାଡି ଦିଆଗଲା ।