ଆଇସକ୍ରିମରୁ ବାହାରିଥିଲା ମଣିଷର ଆଙ୍ଗୁଠି, ଏବେ ଘଟଣାର ପର୍ଦ୍ଦାଫାସ କଲା ପୋଲିସ

ମୁମ୍ବାଇର ଜଣେ ଡାକ୍ତର ଅର୍ଡର କରିଥିଲେ ଆଇସକ୍ରିମ । ଭାରି ମଜା ନେଇ ଖାଉଥିଲେ ଆଇସକ୍ରିମ୍‌ କିନ୍ତୁ ହଠାତ ଆଇସକ୍ରିମ ଭିତରୁ ବାହାରିଥିଲା ମଣିଷର କଟା ଆଙ୍ଗୁଠି । ଏ ଖବର ତ ଆପଣମାନେ ପୂର୍ବରୁ ଜାଣିଥିବେ । କିନ୍ତୁ ଏହି ଆଙ୍ଗୁଠି ଆଇସକ୍ରିମ୍‌ ଭିତରକୁ କିପରି ଗଲା ? ଏଭଳି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ଏବେ ଏହି ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ୍‌ । ଏହି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ୟୁମୋ ଆଇସକ୍ରିମର ପୁଣେ କାରଖାନାର ଜଣେ କର୍ମଚାରୀଙ୍କର ଦୁର୍ଘଟଣାରେ ଆଙ୍ଗୁଠି କଟି ଯାଇଥିଲା । ଦୁର୍ଘଟଣା ଦିନ ହିଁ ସେହି ଆଇସକ୍ରିମ୍‌ ପ୍ୟାକ୍ କରାଯାଇଥିଲା । ତେବେ ଡିଏନ୍ଏ ପରୀକ୍ଷା ପାଇଁ ପୋଲିସ ନମୁନା ପଠାଇଛି ଏବଂ ରିପୋର୍ଟ ଆସିବା ପରେ ହିଁ ଏହା ନିଶ୍ଚିତ ହେବ ଯେ ଆଙ୍ଗୁଠି କର୍ମଚାରୀଙ୍କର କି ନୁହେଁ ।

ପୋଲିସର ସୂଚନାନୁସାରେ ଆଇସକ୍ରିମ ପ୍ୟାକ୍ ହୋଇଥିବା ଦିନ ହିଁ କର୍ମଚାରୀଙ୍କ ସହ ଏଭଳି ଦୁର୍ଘଟଣା ଘଟିଥିଲା। ତେଣୁ ପୋଲିସ ସନ୍ଦେହ କରୁଛି ଯେ ଉକ୍ତ କଟା ଆଙ୍ଗୁଠି ଟି କର୍ମଚାରୀଙ୍କର ହୋଇପାରେ, କିନ୍ତୁ ଡିଏନ୍ଏ ସାମ୍ପଲ୍‌ ମ୍ୟାଚ୍‌ ହେବା ପରେ ହିଁ ସତ ଜଣାପଡ଼ିବ ।

ସୂଚନା ଥାଉ କି ମୁମ୍ବାଇର ୨୬ ବର୍ଷିୟା ଡାକ୍ତରାଣୀ ଅର୍ଲେମ୍ ବ୍ରେଣ୍ଡନ୍ ସେରାଓ ଅନଲାଇନରେ ଏକ ଆଇସକ୍ରିମ ମଗାଇଥିଲେ । ମଜାରେ ଆଇସକ୍ରିମ୍‌ ଖାଉଥିବା ସମୟରେ ସେଥିରୁ ଏକ କଟା ଆଙ୍ଗୁଠି ବାହାରିଥିଲା । ଯାହାକୁ ଦେଖିବା ପରେ ତାଙ୍କର ହୋସ ଉଡ଼ି ଯାଇଥିଲା । ପରେ ଏଭଳି ଘଟଣାକୁ ନେଇ ମହିଳା ଡାକ୍ତର ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ବର୍ତ୍ତମାନ ପୋଲିସକୁ କଟା ଆଙ୍ଗୁଠି କାହାର ଜଣାପଡ଼ିଛି ।

You might also like