କରୋନା ଟୀକା : ଭାରତରେ ପ୍ରଥମ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ, କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ପାଟ୍‌ନା ଏମ୍ସ ବାଛିଲା ୧୮ ଭଲ୍ୟୁଣ୍ଟରଙ୍କୁ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଥବେ ଚୀନ୍‌ରୁ ସଂକ୍ରମଣ ହେବାର ୬ ମାସ ଅତିବାହିତ ହୋଇଯାଇଛି । ସାରା ବିଶ୍ୱରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୬ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟିଛି ।

କରୋନା ଭାଇରସ୍‌ ପ୍ରତିହତ କରିବା ପାଇଁ ବିଶ୍ୱରେ ପ୍ରାୟ ୧୫୫ରୁ ଅଧିକ ଟୀକା ପ୍ରସ୍ତୁତିର ବିଭିନ୍ନ ପର୍ଯ୍ୟାୟରେ ରହିଛି । ସେଥି ମଧ୍ୟରୁ ୨୨ଟି ଟୀକା କ୍ଲିନିକାଲ୍‌ ଟ୍ରାଏଲ୍‌ ଷ୍ଟେଜ୍‌ରେ ରହିଛି ।

କରୋନା ଟୀକା ପ୍ରସ୍ତୁତିର ଆଗ ଧାଡ଼ିରେ ଅଛନ୍ତି ମୋର୍ଡର୍ଣ୍ଣା, କାନ୍‌ସିନୋ, ଇନ୍‌ଓଭିଓ, ବାୟୋଟେକ୍‌, ଫାଇଜର ଓ ଆଷ୍ଟ୍ରା ଜେନ୍‌କା । ତେବେ ଭାରତର ପ୍ରଥମ କରୋନା ଟୀକା ‘କୋଭାକ୍ସିନ୍‌’ ର ହ୍ୟୁମାନ ଟ୍ରାଏଲ ଆରମ୍ଭ କରିବାକୁ ଯାଉଛି ପାଟ୍‌ନା ସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏମ୍ସ) ।

vaccine-12

ସ୍ୱେଚ୍ଛାକୃତ ଭାବେ ଏହି ଟୀକା ନେବାକୁ ବହୁ ଭଲ୍ୟୁଣ୍ଟର ଯୋଗାଯୋଗ କରିଥିଲେ ହେଁ ଏମ୍ସ ଏମାନଙ୍କ ମଧ୍ୟରୁ ୧୮ ଜଣ ଭଲ୍ୟୁଣ୍ଟରଙ୍କୁ ଚୟନ କରିଛି । ଯେଉଁମାନଙ୍କ ବୟସ ୧୮ରୁ ୫୫ ବର୍ଷ ମଧ୍ୟରେ ଥିବା ଜଣାଯାଇଛି ।

ଭାରତର ପ୍ରଥମ ସାମ୍ଭାବ୍ୟ କରୋନା ଟୀକା ‘କୋଭାକ୍ସିନ୍‌’ ଭାରତ ବାୟୋଟେକ୍‌ ଓ ନେସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି(ଏନ୍‌ଆଇଭି) ସହଯୋଗୀତାରେ ପ୍ରସ୍ତୁତି ହେବାକୁ ଯାଉଛି ।

vaccine-13

ଏହି ଟୀକା ପ୍ରସ୍ତୁତି ନେଇ ସାର୍‌ସ କୋଭ୨ ଷ୍ଟେନ୍‌କୁ ଏନ୍‌ଆଇଭି ପୁନେରେ ଆଇସୋଲେଟେଡ୍‌ କରାଯାଇ ଭାରତ ବାୟୋଟେକ୍‌କୁ ହସ୍ତାନ୍ତର କରାଯାଇଥିଲା । ଏହି ଟୀକା ପ୍ରି-କ୍ଲିନିକାଲ ଟ୍ରାଏଲ୍‌ ବେଳେ ପ୍ରତିରୋଧକ ଶକ୍ତିକୁ ବିକଶିତ କରିବା ସାମର୍ଥ୍ୟ ରଖିଥିବା ଦେଖାଯାଇଥିଲା ।

ଏବେ ଏହି ୧୮ ଜଣ ଭଲ୍ୟୁଣ୍ଟରଙ୍କ ସମ୍ପୂର୍ଣ୍ଣ ମେଡିକାଲ୍‌ ଚେକ୍‌ ଅପ୍‌ କରାଯିବା ପରେ ସେମାନଙ୍କର ରିପୋର୍ଟକୁ ଭଲ ଭାବରେ ପରୀକ୍ଷଣ କରି ଟୀକା ଟ୍ରାଏଲ କରାଯିବ । ତେବେ ଯେଉଁମାନଙ୍କର ରିପୋର୍ଟ ସମ୍ପୂର୍ଣ୍ଣ ଭଲ ଥିବ ସେମାନଙ୍କୁ କେବଳ ଟୀକା ଦିଆଯିବ ବୋଲି ଆଇସଏମ୍‌ଆର୍‌ ପ୍ରକାଶ କରିଛି ।

ପ୍ରଥମ ଡୋଜ୍‌ ଦେବା ପରେ ଭଲ୍ୟୁଣ୍ଟରଙ୍କୁ ୨ରୁ ୩ ଘଣ୍ଟା ନଜରରେ ରଖିବାକୁ ପଡ଼ିବ । ସେହିପରି ୩ଟି ଡୋଜ୍‌ ଦେବା ପରେ ଏହି ଟ୍ରାଏଲ୍‌ ସମ୍ପୂର୍ଣ୍ଣ ହେବ । ଟୀକାର ସଫଳତା ଓ କାର୍ଯ୍ୟକ୍ଷମତା ଜାଣିବା ପାଇଁ ପ୍ରତି ଡୋଜ୍‌ ମଧ୍ୟରେ ୨ରୁ ୩ ଘଣ୍ଟା ଅନ୍ତର ରଖାଯିବ ବୋଲି ଆଇସିଏମ୍‌ଆର୍‌ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.