ସୁଡାନରେ ବିସ୍ଥାପିତ ଶିବିର ଉପରେ ଘାତକ ଆକ୍ରମଣ, ୧୦୦ ଲୋକଙ୍କ ପ୍ରାଣହାନୀ

ସୁଡାନରେ ବିସ୍ଥାପିତ ଶିବିର ଉପରେ ଘାତକଙ୍କ ଆକ୍ରମଣ । ଘାତକ ଆକ୍ରମଣରେ ୧୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପ୍ରାଣ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ୨୦ ଜଣ ପିଲା ରହିଛନ୍ତି । ଶିବିରରେ ଥିବା ସହାୟତା କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଘଟଣା ସମ୍ପର୍କରେ ସଂଯୁକ୍ତ ରାଷ୍ଟ୍ରର ଅଧିକାରୀ ଏହାର ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ରାପିଡ୍ ସପୋର୍ଟ ଏବଂ ସହଯୋଗୀମାନେ ଶୁକ୍ରବାର ଜମଜମ, ଅବୁ ଶୌରୋକ ଏବଂ ଦାରପୁର ପ୍ରାନ୍ତରେ ଥିବା ରାଜଧାନୀ ଅଲ-ଫଶର ନିକଟବର୍ତ୍ତୀ ସହରରେ ଆକ୍ରମଣ କରିଥିଲେ । ସଂଯୁକ୍ତ ରାଷ୍ଟ୍ର ଅନୁଯାୟୀ, ଅଲ-ଫଶର ସେନାଙ୍କ ନିୟନ୍ତ୍ରଣରେ ରହିଛି । ଦୁଇ ବର୍ଷ ଧରି ଘାତକଙ୍କ ଗୃହଯୁଦ୍ଧ ଆରଏସଏଫ ବିରୁଦ୍ଧରେ ଲଢେଇ ଚାଲୁରହିଛି । ଏହି ସଂଘର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଲଗାତାର ଆକ୍ରମଣ ପାଇଁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିପାରେ ବୋଲି କାର୍ଯ୍ୟକର୍ତ୍ତା କହିଛନ୍ତି । ଏହି ଆକ୍ରମଣରେ ଜମଜମ ଶିବିରର ଦୁଇ ଜଣ ସହାୟତା କର୍ମୀଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିବିର ଉପରେ ଆଉ ଏକ ସଂଗଠନ ଆକ୍ରମଣରେ ୧୪ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଯାହା ୨୦୨୩ ମସିହା ଏପ୍ରିଲ ମାସଠାରୁ ଆରମ୍ଭ ପରଠାରୁ RSFସହ ଲଢୁଛି । ସୁଡାନ ବର୍ତ୍ତମାନ ବିଶ୍ୱର ସବୁଠାରୁ ଖରାପ ମାନବିକ ସଙ୍କଟ ସହିତ ସଂଘର୍ଷ କରୁଛି । ପ୍ରାୟ ୨୫ ନିୟୁତ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯଦିଓ ସୁଡାନର ସେନା ରାଜଧାନୀ କିଛି ଅଞ୍ଚଳକୁ ପୁଣି ଅଧିକାର କରିଛି, କିନ୍ତୁ RSF ଅନ୍ୟାନ୍ୟ ଅଞ୍ଚଳଗୁଡ଼ିକର ଅଧିକାଂଶ ଅଂଶକୁ ନିୟନ୍ତ୍ରଣ କରି ଚାଲିଛି ।
Also Read : ପୁଣି ଥରିଲା ମିଆଁମାର, ଭୂକମ୍ପ ତୀବ୍ରତା ୫.୫