ଚିକିତ୍ସା ବଦଳରେ ଡାକ୍ତର ନେଉଥିଲେ ମାତ୍ର ୩୦ ଟଙ୍କା, ପୁଣି ମାଗଣାରେ ଦେଉଥିଲେ ଏହି ଗମ୍ଭୀର ରୋଗ

କମ୍‌ ପଇସାରେ ଚିକିତ୍ସା ଚକ୍କରରେ ପାକିସ୍ତାନରେ ହଜାରରୁ ଊର୍ଦ୍ଧ୍ୱ ଶିଶୁ ଏବେ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇଛନ୍ତି। ଏଠାରେ ଜଣେ ଶିଶୁ ବିଶେଷଜ୍ଞ ଗୋଟିଏ ସିରିଞ୍ଜକୁ ବାରମ୍ବାର ବ୍ୟବହାର କରୁଥିଲେ। ଅଳିଆ ଗଦାରେ ଫିଙ୍ଗାଯାଉଥିବା ସିରିଞ୍ଜକୁ ସେ ପ୍ରୟୋଗ କରୁଥିଲେ।

ଏହି ଡାକ୍ତରଙ୍କ ନାଁ ମୁଜ୍ଜାଫର ଘଂଘରୋ। ସେ ଚିକିତ୍ସା କରି ମାତ୍ର ୩୦ ଟଙ୍କା ଫିସ୍‌ ନେଉଥିଲେ। ଶସ୍ତାରେ ଉପଚାର କରୁଥିବାରୁ ବହୁ ରୋଗୀ ତାଙ୍କ ପାଖକୁ ଆସୁଥିଲେ। ହେଲେ ଜଣାପଡ଼ିଛି, ତାଙ୍କ ପାଖକୁ ଆସୁଥିବା ୧୨ ବର୍ଷ ବୟସ ପଯ୍ୟର୍ନ୍ତ ପାଖାପାଖି ୯୦୦ ପିଲା ଏଚ୍‌ଆଇଭିରେ ଆକ୍ରାନ୍ତ ହୋଇଛନ୍ତି। ୨୮ ଅକ୍ଟୋବରରେ ଘଟିଥିବା ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ଅଭିଯୋଗ ପରେ ପୋଲିସ ଉକ୍ତ ଡାକ୍ତରଙ୍କୁ ଗିରଫ କରିନେଇଛି।

hiv11

ଏହାସହ ପଢ଼ନ୍ତୁ: ପୁଅଙ୍କ ପାଇଁ ପାଗଳ ହୁଅନ୍ତି ଏହି ଦେଶର ଯୁବତୀ, ହେଲେ ସହଜରେ ମିଳି ନ ଥାଆନ୍ତି ମନର ମଣିଷ, ଜାଣନ୍ତୁ କାହିଁକି

ପିଲାଙ୍କ ଅଭିଭାବକମାନେ କହିଛନ୍ତି, ଏହି ଡାକ୍ତରଙ୍କ ଉପରେ ସେମାନଙ୍କର ବିଶ୍ୱାସ ଥିଲା। ସେ ଠିକ୍‌ ଉପଚାର କରୁଥିବା ଆମେ ଶୁଣିଥିଲୁ। କିନ୍ତୁ ଦେଖିଲୁ, ଡାକ୍ତର ଜଣକ ଡଷ୍ଟବିନ୍‌ରୁ ସିରିଞ୍ଜ ବାହାର କରି ପିଲାଙ୍କୁ ଇଞ୍ଜେକଶନ ଦେଉଥିଲେ। ଏପରି କି, ସେ ପିଲାଙ୍କୁ ଡ୍ରପ୍‌ ଦେବାରେ ମଧ୍ୟ ପୂର୍ବ ବ୍ୟବହୃତ ସିରିଞ୍ଜ ବ୍ୟବହାର କରୁଥିଲେ।

ଏହାସହ ପଢ଼ନ୍ତୁ: ଅଫିସ୍‌ରୁ ଫେରି ସବୁଦିନ ନିଜ ଦୁର୍ଗନ୍ଧଯୁକ୍ତ ମୋଜା ଶୁଙ୍ଘୁଥିଲେ ଏହି ବ୍ୟକ୍ତି, ଏକ୍ସ-ରେ ରିପୋର୍ଟ ଦେଖିଲା ପରେ ଉଡ଼ିଗଲା ଡାକ୍ତରଙ୍କ ହୋସ୍‌

ସେହିପରି ୧୨ ବର୍ଷର ଜଣେ ବାଳକଙ୍କ ଅଭିଭାବକଙ୍କ କହିବା ହେଲା, ଯେତେବେଳେ ସେମାନେ ଡାକ୍ତରଙ୍କୁ ଏହା କରିବାକୁ ମନା କରିଥିଲେ, ସେତେବେଳେ ଡାକ୍ତର ଜଣକ କହିଥିଲେ, ଏତେ କମ୍‌ ଫିସ୍‌ରେ ସେ ପ୍ରତିଥର ନୂଆ ଛୁଞ୍ଚି ଲଗାଇପାରିବେ ନାହିଁ। ଆଉ ଜଣେ ଅଭିଯୋଗ କରିଥିଲେ, ଡାକ୍ତର ଗୋଟିଏ ସିରିଞ୍ଜରେ ୫୦ ଜଣ ପିଲାଙ୍କୁ ଡ୍ରପ୍‌ ଦେଉଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କଠାରେ ଏଚ୍‌ଆଇଭି ପଜିଟିଭ୍‌ ଦେଖାଦେଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଏହି ସଂଖ୍ୟା ଆହୁରି ବି ବଢ଼ିପାରେ।

Leave A Reply

Your email address will not be published.