ଦେଶ ବିଦେଶ

ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର୍‌ଙ୍କ ସମସ୍ୟା ବଢ଼ିଲା, ବେଆଇନ ବନ୍ଧୁକ ରଖିବା ମାମଲାରେ ଦୋଷୀ ସାବ୍ୟସ୍ତ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର୍ ବାଇଡେନ୍‌ଙ୍କ ପାଇଁ ଅଡ଼ୁଆ ବଢ଼ିଛି। ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହା ପ୍ରଥମ ଥର ଯେ ଆମେରିକାର କୌଣସି ବର୍ତ୍ତମାନର ରାଷ୍ଟ୍ରପତିଙ୍କ ପୁଅଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି।

ହଣ୍ଟର୍ ବାଇଡେନଙ୍କ ବିରୋଧରେ ତିନୋଟି ଅଭିଯୋଗ ହୋଇଛି। ପାଞ୍ଚ ବର୍ଷ ପୂର୍ବେ ବନ୍ଧୁକ କିଣିବା ସହ ଏହି ମାମଲା ଜଡିତ। ବନ୍ଧୁକ କିଣିବା ପାଇଁ ସେ ମିଥ୍ୟା କହିଥିବା ନେଇ ଅଭିଯୋଗ ରହିଛି।

ହଣ୍ଟର୍‌ଙ୍କ ବିରୋଧରେ ଅଭିଯୋଗ ପରେ ତାଙ୍କ ବାପା ତଥା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ିଯାଇଛି। ବିରୋଧୀ ରିପବ୍ଲିକାନ୍ ପାର୍ଟି ବାଇଡେନ୍‌ଙ୍କ ବିରୋଧରେ ଯାଞ୍ଚ ମଧ୍ୟ ଆରମ୍ଭ କରିଦେଇଛି।

କୋର୍ଟ ଗୁରୁବାର ହଣ୍ଟର୍ ବାଇଡେନଙ୍କ ବିରୋଧରେ ଯେଉଁ ମାମଲା ରୁଜୁ କରିଛନ୍ତି, ତାହା ୨୦୧୮ରେ ବନ୍ଧୁକ କିଣିବା ସହ ଜଡିତ। ଏହି ମାମଲାରେ ତିନୋଟି ଅଭିଯୋଗ ଦାଖଲ କରାଯାଇଛି। ପ୍ରଥମତଃ, ରିହେବ ଛାଡ଼ିବାର ଦୁଇ ମାସ ପରେ ୨୦୧୮ ଅକ୍ଟୋବରରେ ହଣ୍ଟର୍ କଲ୍ଟ କୋବ୍ରା ସ୍ପେଶାଲ ଷ୍ଟୋରରୁ ଏକ ବନ୍ଧୁକ କିଣିଥିଲେ। ଦ୍ୱିତୀୟରେ, ବନ୍ଧୁକ କିଣିବା ସମୟରେ ସେ ଯେଉଁ ଫର୍ମ ଭରିଥିଲେ, ସେଥିରେ ଡ୍ରଗ୍ସ ସେବନ କରିବାର ସତକୁ ଲୁଚାଇଥିଲେ। ଏହି ମାମଲାରେ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ।

ତୃତୀୟରେ, ଆଇନଗତ ଭାବରେ ଡ୍ରଗ୍ସ ଗ୍ରହଣ କରୁଥିବା ବ୍ୟକ୍ତି ନିଜ ପାଖରେ ବନ୍ଧୁକ କିମ୍ବା ଅନ୍ୟ କୌଣସି ଅସ୍ତ୍ରଶସ୍ତ୍ର ରଖିପାରିବେ ନାହିଁ। କିନ୍ତୁ ହଣ୍ଟର୍ ଏହା କରିଥିଲେ। ଏହି ମାମଲାରେ ତାଙ୍କୁ ୫ ବର୍ଷ ଜେଲ ହୋଇପାରେ।

ଏହାଛଡ଼ା ହଣ୍ଟର୍‌ ବାଇଡେନ୍‌ ବ୍ୟବସାୟ କାରବାରକୁ ନେଇ ମଧ୍ୟ ତଦନ୍ତ ପରିସରରେ ଅଛନ୍ତି। ଏହି ମାମଲାର ତଦନ୍ତ କରୁଥିବା ଏକ ବିଶେଷ କାଉନ୍‌ସିଲ କହିଛି ଯେ ଠିକ୍ ସମୟରେ ଟିକସ ନ ଦେବା କାରଣରୁ ତାଙ୍କ ଉପରେ ୱାଶିଂଟନ୍ କିମ୍ବା କାଲିଫର୍ଣ୍ଣିଆରେ ମାମଲା ଚଲାଯାଇପାରେ।

ଅଭିଯୋଗ ରହିଛି, ହଣ୍ଟର୍ ଜାଣିଶୁଣି ଆୟକର ଭରଣା କରିନାହାନ୍ତି। ସେ ୨୦୧୭ ଏବଂ ୨୦୧୮ରେ ୧୫ ଲକ୍ଷ ଡଲାରରୁ ଅଧିକ ଟ୍ୟାକ୍ସ ରିଟର୍ଣ୍ଣ ଠିକ୍‌ ସମୟରେ କରିପାରି ନାହାନ୍ତି।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

47 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

4 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago