ବାରବାଡୋସରେ ତାଣ୍ଡବ ରଚୁଛି ହୁରିକେନ୍ ବେରିଲ, ଘୂର୍ଣ୍ଣିଝଡ଼ ଭିତରେ ଫସିଲା ଟିମ୍ ଇଣ୍ଡିଆ

ୱେଷ୍ଟଇଣ୍ଡିଜର ବାରବାଡୋସରେ ତାଣ୍ଡବ ରଚୁଛି ହୁରିକେନ୍ ବେରିଲ ।  କ୍ୟାଟାଗୋରୀ ୪ ସହ ହିଟ କରିଛି  ହରିକେନ ବେରିଲ । ସ୍ଥଳଭାଗ ଛୁଇଁବ ପରେ ପ୍ରବଳ ବର୍ଷା ଓ ପବନ ହେଉଛି।  ବିଦ୍ୟୁତ ସେବା ଓ ଜଳ ଯୋଗାଣ ଠପ୍ପ ହୋଇଛି।  ବିଶ୍ୱକପ ବିଜୟୀ  ଟିମ୍ ଇଣ୍ଡିଆ ସଦସ୍ୟଙ୍କ ବାଟ ଓଗାଳିଛି ସାମୁଦ୍ରିକ ଝଡ଼।  ଫଳରେ ବିଶ୍ବକପ ବିଜେତା ଟିମ ବାର୍ବାଡସରେ ଅଟକିଛନ୍ତି ।

ବିମାନ ଉଡ଼ାଣ ପାଇଁ ପାଗ ଅନୁକୂଳ ନ ଥିବାରୁ ବିଶ୍ୱବିଜୟୀ ଟିମ୍ ଭାରତ ଫେରିବାରେ ବିଳମ୍ବ ହେଉଛି ।  ଟିମ୍  ଇଣ୍ଡିଆ ସଦସ୍ୟ  ସମୁଦ୍ର ନିକଟରେ ଥିବା  ‘ଦ ହିଲଟନ’ହୋଟେଲରେ ରହୁଛନ୍ତି ।  ତେଣୁ ତାହା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଆକଳନ କରାଯାଉଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଗତକାଲି ଟିମ୍  ଇଣ୍ଡିଆ ସଦସ୍ୟ ପ୍ରଥମେ ନ୍ୟୁୟର୍କ ଯାଇଥାନ୍ତେ। ସେଠାରୁ ଦୁବାଇ ଯାଇ ଭାରତ ଫେରିଥାନ୍ତେ।   ସାମୁଦ୍ରିକ ଝଡ଼ ପରେ  ବ୍ରିଜଟାଉନର ବିମାନ ବନ୍ଦର ବନ୍ଦ ରହିଛି ।  ତୁରନ୍ତ ଟିମ୍  ଇଣ୍ଡିଆର ସମସ୍ତଙ୍କୁ ସେଠାରୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ ହୋଇ ଯାଇଛି।  ବିଶ୍ବକପ ଦେଖିବାକୁ ଯାଇଥିବା  ଅନେକ କ୍ରିକେଟ ଫ୍ୟାନ ବି  ଫସିରହିଛନ୍ତି ।   କେବଳ ଖେଳାଳି ନୁହଁନ୍ତି ମ୍ୟାଚ ରିପୋର୍ଟିଂ ପାଇଁ ଯାଇଥିବା ଅନେକ ସାମ୍ବାଦିକ ମଧ୍ୟ ଏବେ ବାରବାଡୋସରେ ଫସିରହିଛନ୍ତି ।  ବାତ୍ୟା ବିରେଲର ବିପଦ ଟଳିଲେ ସମସ୍ତେ ସ୍ୱଦେଶ ଫେରିବେ ।