ଲ୍ୟାଣ୍ଡଫଲ ପରେ ଦକ୍ଷିଣ ବିଗ୍ ବେଣ୍ଡ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା ‘ହେଲେନ’

ଫ୍ଲୋରିଡା: ଆମେରିକା ଫ୍ଲୋରିଡାକୁ ହିଟ୍ କଲା ବାତ୍ୟା ହେଲେନ । ଲ୍ୟାଣ୍ଡଫଲ ପରେ ଦକ୍ଷିଣ ବିଗ୍ ବେଣ୍ଡ ଅଞ୍ଚଳରେ ତାଣ୍ଡବ ରଚିଛି ହେଲେନ। ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟା ପ୍ରତି ୧୪୦ କିଲୋମିଟରରୁ ଅଧିକ ବେଗରେ ପବନ ବୋହିଛି ।

କ୍ୟାଟେଗରୀ ୪ ହରିକେନର ସମକକ୍ଷ ହୋଇଛି ହେଲେନ। କିଛି ଅଞ୍ଚଳରେ ବିପୁଳ କ୍ଷତିଗସ୍ତ ହୋଇଛି । ବଡ଼ ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡିଛି । ୧୦ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି ।

ଏବେ ଫ୍ଲୋରିଡାରେ ବର୍ଷା ଲାଗି ରହିଛି। ବନ୍ୟା ଓ ଭୂସ୍ଫଳନ ଆଶଙ୍କା ଥିବାର ଅଞ୍ଚଳର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜୋରସୋରରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଦକ୍ଷିଣ ପୂର୍ବ ଆମେରିକାରେ ଜରୁରୀକାଳିନ ସ୍ଥିତି ଜାରି ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ହେଲେନ ସବୁଠୁ ଶକ୍ତିଶାଳୀ ବାତ୍ୟା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like