ଦେଶ ବିଦେଶ

ଆମେରିକାରେ ହରିକେନ ଇଡାଲିଆର ଧ୍ବଂସଲୀଳା: ଫ୍ଲୋରିଡା ଜଳମଗ୍ନ, ଅନ୍ଧାରରେ ଅଢ଼େଇ ଲକ୍ଷ ଲୋକ

ଆମେରିକାରେ ହରିକେନର ଧ୍ବଂସଲୀଳା । ଲ୍ୟାଣ୍ଡଫଲ୍ ପରେ ଫ୍ଲୋରିଡାରେ ତାଣ୍ଡବ ରଚିଛି ଇଡାଲିଆ । ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ସମୁଦ୍ରରେ ଉଠିଥିଲା ୧୫ ଫୁଟରୁ ଅଧିକ ଉଚ୍ଚର ଜୁଆର । ୨୦୦ କିଲୋମିଟରରୁ ଅଧିକ ବେଗରେ ବହିଥିଲା ପବନ । ସାମନାରେ ଯାହା ପାଇଲା ଉଡ଼ାଇଲା, ଫୋପାଡିଲା ଓ ଭାଙ୍ଗିଲା ।

ଫ୍ଲୋରିଡା ସହର ଜଳମଗ୍ନ। କାଟାଗୋରୀ ୪ରେ ପରିଣତ ହୋଇ ଉତ୍ତର ଫ୍ଲୋରିଡାରେ ସ୍ଥଳଭାଗ ଛୁଇଁଥିଲା ଇଡାଲିଆ। ବିଗ ବେଣ୍ଡଠାରେ ସ୍ଥଳଭାଗ ଛୁଇଁ ତାଣ୍ଡବ ରଚିଥିଲା । ଘଣ୍ଟାପ୍ରତି ପ୍ରାୟ ୨୧୦ କିମି ବେଗରେ ପବନ ବହି ଫ୍ଲୋରିଡାର ଗଲ୍ଫ ଅଫ କୋଷ୍ଟକୁ ଛାରଖାର କରି ଦେଇଛି। କିଛି ଘଣ୍ଟା ଧରି ତାଣ୍ଡବ ରଚିଲା ଇଡ଼ାଲିଆ। ଲ୍ୟାଣ୍ଡଫଲ ପରେ ପ୍ରବଳ ବେଗରେ ପବନ ବହିବା ସହ ଭୀଷଣ ବର୍ଷା ହୋଇଛି।

ଉତ୍ତର ଫ୍ଲୋରିଡା, ଜର୍ଜିଆ ଆଟଲାଣ୍ଟାରେ ମଧ୍ୟ ପ୍ରବଳ ବେଗରେ ପବନ ସହ ବର୍ଷା ହୋଇଛି। ମାଟିରେ ମିଶିଛି ଘରଦ୍ବାର। ଧରାଶାୟୀ ହୋଇଛି ବିଜୁଳି ଭିତ୍ତିଭୂମି। ଅନ୍ଧାରରେ ଅଛନ୍ତି ପ୍ରାୟ ଅଢ଼େଇ ଲକ୍ଷ ଲୋକ। ହଜାରେରୁ ଅଧିକ ବିମାନର ଉଡାଣ ରଦ୍ଦ କରାଯାଇଛି । ଫ୍ଲୋରିଡାର ୬୭ଟି କାଉଣ୍ଟିରୁ ୨୮ଟି କାଉଣ୍ଟିର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା ବାଇଡେନ ପ୍ରଶାସନ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

25 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

28 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

34 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

43 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago