ନୂଆଦିଲ୍ଲୀ : ଏପଟେ ତିତଲି ଭୟ । ସେପଟେ ଆମେରିକା ଫ୍ଲୋରିଡାକୁ ମାଡ଼ି ଆସୁଛି ବିପଜ୍ଜନକ ବାତ୍ୟା ‘ମାଇକେଲ’ । ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୨୧୦ କିଲୋମିଟର ରହିବ । ବାତ୍ୟା ମାଇକେଲ ହେଉଛି କ୍ୟାଟେଗୋରୀ-୪ । ଏହାର ପ୍ରଭାବରେ ଫ୍ଲୋରିଡାରେ ପ୍ରବଳ ବର୍ଷା ଚାଲିଛି । କେନ୍ଦ୍ରୀୟ ଆମେରିକାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଦ୍ବାରା ପ୍ରଭାବିତ ହେବାକୁ ଥିବା ୩ ଲକ୍ଷ ୭୦ ହଜାର ଲୋକଙ୍କୁ ତଳିଆ ଅଞ୍ଚଳ ଛାଡ଼ି ଚାଲିଯିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନର୍ଦ୍ଦେଶ ଦିଆଯାଇଛି । ଫ୍ଲୋରିଡା ଭଳି ଆଲବାମା ଓ ଜର୍ଜିଆରେ ମଧ୍ୟ ହାଇଆଲର୍ଟ ଓ ଷ୍ଟେଟ୍ ଏମରଜେନସୀ ଜାରି କରାଯାଇଛି ।
You might also like