ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ବ୍ୟାଗ୍‌ରେ ପୂରାଇ ନାଳରେ ଫିଙ୍ଗିଦେଲେ ଦମ୍ପତି; ସିସିଟିଭି ଫୁଟେଜ୍‌ରୁ ହେଲା ଖୁଲାସା

ଦିଲ୍ଲୀରେ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଦ୍ୱାରିକା ଅଞ୍ଚଳରେ ରହୁଥିବା ସ୍ୱାମୀ-ସ୍ତ୍ରୀ ପଡ଼ୋଶୀରେ ରହୁଥିବା ଜଣେ ମହିଳାଙ୍କୁ ହତ୍ୟା କରିଛନ୍ତି। ମାମଲାକୁ ଲୁଚାଇବା ପାଇଁ ସେମାନେ ମୃତଦେହକୁ ୩ଟି ବ୍ୟାଗ୍‌ରେ ଭରି ନାଳରେ ଫିଙ୍ଗି ଦେଇଥିଲେ। ଏହି ପୂରା ଘଟଣାର ପର୍ଦ୍ଦାଫାଶ ସିସିଟିଭି ଫୁଟେଜ୍‌ରୁ ହୋଇଛି। ପୋଲିସ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଅନୀଲ ଆର୍ଯ୍ୟ ଇଭେଣ୍ଟ ମ୍ୟାନେଜମେଣ୍ଟ କାମ କରନ୍ତି। ସେ ନିଜ ପାଖ ଘରେ ରହୁଥିବା ୭୫ ବର୍ଷୀୟା ବୃଦ୍ଧାଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଧାର କରିଥିଲେ। ଦୀର୍ଘ ଦିନ ଧରି ଟଙ୍କା ନ ଫେରାଇବାରୁ ମହିଳା ଜଣକ ବାରମ୍ବାର ଟଙ୍କା ମାଗିଥିଲେ। ଏଣୁ ଅନୀଲ ପତ୍ନୀ କାମିନୀଙ୍କ ସହ ମିଶି ବୃଦ୍ଧାଙ୍କୁ ହତ୍ୟା କରିବାକୁ ଯୋଜନା କଲେ। ଜୁନ ୩୦ରେ ବୃଦ୍ଧା ଜଣକ ଘରେ ଏକୁଟିଆ ଥିବା ବେଳେ ଅନୀଲ ଓ କାମିନୀ ତାଙ୍କ ଘରକୁ ଯାଇ ତଣ୍ଟି ଚିପି ହତ୍ୟା କରିଥିଲେ। ଧରାପଡ଼ିଯିବା ଭୟରେ ସେମାନେ ମୃତଦେହକୁ ଛୁରୀରେ କାଟି ୩ଟି ବ୍ୟାଗ୍‌ରେ ଭର୍ତ୍ତି କରି ପାଖରେ ଥିବା ନାଳରେ ଫିଙ୍ଗି ଦେଇଥିଲେ।

murder
Image Credit: Aajtak

ଜୁଲାଇ ୩ରେ ଜଣେ ପାଖ ପଡ଼ୋଶୀ ବୃଦ୍ଧା ନିଖୋଜ ଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରିବାରୁ ଜାଣିବାକୁ ପାଇଥିଲା ଯେ ଅନୀଲଙ୍କ ପରିବାର ବି ତାଙ୍କ ଘରେ ନାହାନ୍ତି। ଏଣୁ ସନ୍ଦେହରେ ସେ ବୃଦ୍ଧାଙ୍କ ଘରର ସିସିଟିଭି ଯାଞ୍ଚ କରିଥିଲା। ଫୁଟେଜ୍‌ରୁ ସବୁ କଥା ଜଣାପଡ଼ିଥିଲା। ପୋଲିସ ଅନୀଲ ଓ କାମିନୀଙ୍କ ମୋବାଇଲ ଟ୍ରାକ୍‌ କରି ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.