ଦେଶ ବିଦେଶ

ପରକୀୟା ପ୍ରୀତି ସନ୍ଦେହ, ପତ୍ନୀଙ୍କ ପ୍ରାଇଭେଟ ପାର୍ଟକୁ ତମ୍ବା ତାରରେ ସିଲେଇ କଲେ ସ୍ବାମୀ

ଛି, ଏ ପୁରୁଷ ସମାଜକୁ। ଆଉ କେତେ ତଳକୁ ଖସିଯିବେ ଏମାନେ। ହୁଏତ ସବୁ ପୁରୁଷ ଏମିତି ନ ହୋଇପାରନ୍ତି । କିନ୍ତୁ କିଛି ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ ଟିକେ ମାତ୍ର ସନ୍ଦେହ କରି ନିଜ ପତ୍ନୀ ସହିତ କିଛି ବି କରିବାକୁ ପଛାନ୍ତି ନାହିଁ। ଆଉ ଯାହାର ପରିଣାମ ମହିଳାଙ୍କୁ ଭୋଗିବାକୁ ପଡିଥାଏ। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ରାମପୁରରେ ଘଟିଛି। ଯାହା ବିଷୟରେ ଆପଣ ଶୁଣିଲେ ହୁଏତ ରାଗରେ ଜଳି ଉଠିବେ। ଆଉ ଏହି ପୁରୁଷ ସମାଜକୁ ଛି କରିଦେବେ।

ଉତ୍ତରପ୍ରଦେଶ ରାମପୁରରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ସହ ଏକ ଲଜ୍ଜାଜନକ ଘଟଣା ଘଟାଇଛନ୍ତି । ସ୍ବାମୀ ଜଣକ ତାଙ୍କ ପତ୍ନୀଙ୍କର ଅନ୍ଯ ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ। ଏହି ସନ୍ଦେହ ଯୋଗୁଁ ସ୍ବାମୀ ଜଣକ ସେ ଏପରି ଏକ କାର୍ଯ୍ୟ କରିଛନ୍ତି ଯାହାକୁ କେହି କଳ୍ପନା କରିପାରିବେ ନାହିଁ । ଅଭିଯୁକ୍ତ ଜଣକ ନିଜ ପତ୍ନୀଙ୍କ ପ୍ରାଇଭେଟ ପାର୍ଟକୁ ତମ୍ବା ତାରରେ ସିଲେଇ କରିଦେଇଛନ୍ତି। ଖବର ଶୁଣିଲା ପରେ ଆପଣ ମଧ୍ୟ ରାଗରେ ଜଳିଉଠୁଛନ୍ତି ନା ?

ଖବର ଅନୁଯାୟୀ ଅଭିଯୁକ୍ତ ଜଣକ ମାତ୍ର ଦୁଇ ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ସେବେଠାରୁ ସେ ତାଙ୍କ ପତ୍ନୀଙ୍କ ସହ ଅଜବ ବ୍ୟବହାର କରୁଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା । ଅଭିଯୁକ୍ତ ଜଣକ ତାଙ୍କ ପତ୍ନୀଙ୍କ ଫୋନକୁ ବାରମ୍ବାର ଯାଞ୍ଚ କରିବା ସହିତ କାହା ସହ କଥା ହେବାକୁ ଦେଇନଥିଲେ ।

ଆଉ ଏହି ସନ୍ଦେହ ଏତେ ମାତ୍ରାରେ ବଢିଯାଇଥିଲା ଯେ, ଥରେ ପତ୍ନୀଙ୍କୁ ପିଟିପିଟି ବନ୍ଦ ରୁମରେ ଖଟ ଉପରେ ହାତ ଓ ଗୋଡ ବାନ୍ଧିଥିଲେ । ହାତଗୋଡ ବାନ୍ଧିବା ପରେ ପତ୍ନୀ କାଳେ ପାଟି କରିବେ, ତେଣୁ ତାଙ୍କ ପାଟିରେ ଏକ କପଡା ରଖିଥିଲେ । ହାତ ଓ ପାଦ ବାନ୍ଧିବା ପରେ ଏକ ତମ୍ବା ତାରରେ ପ୍ରାଇଭେଟ ପାର୍ଟକୁ ସିଲାଇ କରିଥିଲେ। ଏହି ସମୟରେ ପତ୍ନୀ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ହେଲେ ପତ୍ନୀଙ୍କ ଏହି ଯନ୍ତ୍ରଣାକୁ ସେ ଧ୍ୟାନ ଦେଇନଥିଲେ । ଏହି କାର୍ଯ୍ୟ କରିବା ପରେ ଅଭିଯୁକ୍ତ ପତ୍ନୀ ହାତ ଓ ଗୋଡ ଖୋଲିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ।

ଏହା ପରେ ପତ୍ନୀ କୌଣସି ପ୍ରକାରେ ତାଙ୍କ ମାଙ୍କୁ ଡାକି ଏ ବିଷୟରେ ସୂଚନା ଦେଇଥିଲେ । ମହିଳାଙ୍କ ପରିବାର ସଦସ୍ୟ ସେଠାରେ ପହଞ୍ଚିବା ବେଳକୁ ବ୍ୟକ୍ତିଗତ ଅଙ୍ଗରୁ ବହୁ ରକ୍ତସ୍ରାବ ହେଉଥିଲା । ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୋଲିସ ଘଟଣା ଆଧାରରେ ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।

Swagatika

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

25 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

57 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

59 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

1 hour ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

1 hour ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago