ମସାଜ ପାର୍ଲରରୁ ସ୍ୱାମୀ ଘରକୁ ନେଇ ଆସିଲେ ଏମିତି ରୋଗ, ଶେଷକୁ ସ୍ତ୍ରୀ ନେଲେ ଛାଡ଼ପତ୍ର ନିଷ୍ପତ୍ତି; ଜାଣନ୍ତୁ କ’ଣ ଥିଲା ସେହି ରୋଗ

ବୈବାହିକ ସମ୍ପର୍କରେ ବିଶ୍ୱାସ ଭାଙ୍ଗିବା ବେଳେବେଳେ ସ୍ୱାମୀ, ସ୍ତ୍ରୀଙ୍କ ଜୀବନରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ। କାନାଡାରେ ଏକ ଦମ୍ପତିଙ୍କ ସହ ଠିକ୍‌ ଏହିଭଳି ଏକ ଘଟଣା ଘଟିଛି। ଦୀର୍ଘ ଦିନ ଧରି ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପ୍ରତାରଣା କରି ଆସୁଥିଲେ। ଆଉ ଶେଷରେ ସେ ଏମିତି ଏକ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଯାହାକୁ ଭରଣା କରି ପାରିବା ତାଙ୍କ ପାଇଁ ଅସମ୍ଭବ ହୋଇ ପଡିଥିଲା।

ଖବର ମୁତାବକ, କାନାଡାର ରିଚମଣ୍ଡରେ ରହୁଥିବା ଜଣେ ମହିଳା ସୋସିଆଲ ମିଡିଆ ମାଧ୍ୟମରେ ନିଜ ସମ୍ପର୍କର କାହାଣୀ ଲୋକଙ୍କ ସହିତ ସେୟାର କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ମସାଜ ପାର୍ଲର ଯାଇ ସେଠାକାର ମହିଳା କର୍ମଚାରୀଙ୍କ ସହିତ ଅବୈଧ ସମ୍ପର୍କ ରଖୁଥିଲେ। ଏମିତି ପାର୍ଲରଗୁଡିକ ବିନା ଲାଇସେନ୍ସରେ ସେକ୍ସ ର‍୍ୟାକେଟ୍‌ ବ୍ୟବସାୟ ସହିତ ଜଡିତ ରହୁଛନ୍ତି ଏବଂ ଏଠାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କର କୌଣସି ବି ମେଡିକାଲ ଯାଞ୍ଚ ହେଉ ନାହିଁ। ମହିଳା ଜଣକ ଆହୁରି କହିଥିଲେ, ସ୍ୱାମୀଙ୍କର ଏଭଳି ଅଭ୍ୟାସ ତାଙ୍କ ପାଇଁ ସମସ୍ୟା ଆଣି ଦେଇଛି। କାହିଁକି ନା, ସେ ମସାଜ ପାର୍ଲର ଯୋଗୁ Sexually Transmitted Infection (STI)ରେ ସଂକ୍ରମିତ ହୋଇଛନ୍ତି। ଯଦି ସ୍ୱାମୀଙ୍କର ଏହି ରୋଗ ଚିହ୍ନଟ ହୋଇ ନ ଥାଆନ୍ତା, ତା’ ହେଲେ ତାଙ୍କର ପାର୍ଲର ଯିବା ନିଶା ବିଷୟରେ ମଧ୍ୟ ଖୁଲାସା ହୋଇ ପାରି ନ ଥାଆନ୍ତା।

ସ୍ୱାମୀଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଲେ ମହିଳା

ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ କେବଳ ମସାଜ ପାଇଁ ପାର୍ଲର ଯାଉ ନ ଥିଲେ, ବରଂ ସେଠାରେ ସେ ମହିଳାମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଯଦିଓ ମହିଳାଙ୍କ କହିବା ହେଲା ଯେ ସୌଭାଗ୍ୟବଶତଃ ଏହି ଯୌନ ରୋଗ ତାଙ୍କ ସ୍ୱାମୀଙ୍କଠାରୁ ତାଙ୍କୁ ସ୍ଥାନାନ୍ତର ହୋଇପାରି ନାହିଁ। କିନ୍ତୁ ସ୍ୱାମୀଙ୍କ ପ୍ରତାରଣାର ଶିକାର ହୋଇଥିବା ମହିଳା ବର୍ତ୍ତମାନ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ମହିଳା ଜଣକ ନିଜ ବ୍ୟକ୍ତିଗତ କଥା ସେୟାର କରି କହିଥିଲେ, ତାଙ୍କ ସ୍ୱାମୀଙ୍କୁ ଯେତେବେଳେ ଏ ବିଷୟରେ ପଚରା ଯାଇଥିଲା, ତ ସେ କୌଣସି ଲାଜ ନ ରଖି ସବୁ କଥା ମାନି ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଯେତେବେଳେ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ବିଷୟରେ କହିଲେ, ତଥାପି ସେ ପାର୍ଲର ଯିବାର ଅଭ୍ୟାସ ପରିତ୍ୟାଗ କରିବାକୁ ପ୍ରସ୍ତୁତ ନ ଥିଲେ। ମହିଳା ଜଣକ ଛାଡପତ୍ର ପୂର୍ବରୁ ସ୍ୱାମୀଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଥିଲେ ଏବଂ ଏହି କାରଣରୁ ସେ ନିଜେ ପାର୍ଲର ଯାଇ ସବୁକିଛି ଜାଣିବାକୁ ପାଇଲେ।

ବିବାଦରେ ରହିଛି ମସାଜ ପାର୍ଲର

ମସାଜ ପାର୍ଲରରେ କାମ କରୁଥିବା ମହିଳାମାନେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି ଯେ ଉକ୍ତ ମହିଳାଙ୍କ ସ୍ୱାମୀ ଏଠାକୁ ଆସୁଥିଲେ। କିନ୍ତୁ ଏହାଠାରୁ ଅଧିକ କିଛି କହିବାକୁ ସେମାନେ ପ୍ରସ୍ତୁତ ନ ଥିଲେ। ପାର୍ଲର କର୍ମଚାରୀମାନେ ଦାବି କରନ୍ତି ଯେ ଏଠାରେ କୌଣସି ବି ପ୍ରକାର ଭୁଲ୍‌ କାମ ହେଉନାହିଁ। କେବଳ ମସାଜ ପାଇଁ ଲାଇସେନ୍ସ ମିଳିଛି। କହି ରଖୁଛୁ ଯେ ଏହି ପାର୍ଲରକୁ ନେଇ ପୂର୍ବରୁ ମଧ୍ୟ ଏହିଭଳି ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.