କାଖରେ ଝିଅକୁ ଧରି ଏବଂ ସୁଟକେସରେ ସ୍ତ୍ରୀର ଶବକୁ ନେଇ ପୋଡିଦେଲା ସଇତାନ୍‌ ସ୍ୱାମୀ

ଆନ୍ଦ୍ରପ୍ରଦେଶ ତିରୁପତିରୁ ଆସିଛି ହୃଦୟ ଥରାଇବା ଭଳି ଘଟଣା। ସ୍ବାମୀ ନିଜ ସ୍ତ୍ରୀକୁ ମାରି ଆଟାଜରେ ଭର୍ତ୍ତି କରି ସରକାରୀ ହସ୍ପିଟାଲରେ ଫୋପାଡି ଦେଲା। ଖାଲି ଏତିକି ନୁହେଁ, ସୁଟ କେଶରେ ନିଆଁ ଲଗାଇ ଜଳାଇ ଦେଲା ସଇତାନ୍‌ ସ୍ବାମୀ। ପାଖ ପଡୋଶୀ ଓ ସଂପର୍କୀୟଙ୍କୁ କହିଲା କରୋନା ଡେଲଟା ପ୍ଲସରେ ପତ୍ନୀଙ୍କ ମୃତ୍ୟୁ ହୋଇଯିବା ପରେ, ହସ୍ପିଟାଲ୍ ତରଫରୁ ତାର ଅନ୍ତିମ ସଂସ୍କାର କରାଯାଇଛି। ହେଲେ ହସ୍ପିଟାଲରୁ ଦର ପୋଡ଼ା ଶବ ମିଳିବା ପରେ ପୋଲିସ ତଦନ୍ତରୁ ସତ ସାମ୍ନାକୁ ଆସିଛି।

ପୋଲିସ୍ ତଦନ୍ତ କରିବା ସମୟରେ CCTV ଫୁଟେଜରୁ ହିଁ ଧରାପଡ଼ିଲା ଅଭିଯୁକ୍ତ ସ୍ୱାମୀର କଳା କାରନାମାର ଚିତ୍ର। ଭୁବନେଶ୍ଵରୀ ଓ ଶ୍ରୀକାନ୍ତ ରେଡ୍ଡୀ ଅଢେଇ ବର୍ଷ ହେଲା ବିବାହ କରିଥିଲେ । ଉଭୟ ପେଶାରେ ଇଂଜିନିୟର। କୁହାଯାଉଛି ଭୁବନେଶ୍ଵରୀ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରୁଥଲେ, ଶ୍ରୀକାନ୍ତଙ୍କ ଚାକିରୀ କିଛି ମାସରୁ ନଥିଲା । ଶ୍ରୀକାନ୍ତ ଅନଲାଇନ୍ ଆଣ୍ଟି କରପସନ ଗ୍ରୁପ୍ ର ଫାଉଣ୍ଡର ଥିଲେ, ସେଥିରେ ସେ କାମ କରୁଥିଲେ।

ସପ୍ତାହ ତଳେ ତିରୁପତି ପୋଲିସକୁ ଜଳି ଯାଇଥିବା ଏକ ଶରୀର ମିଳିଲା, ଯାହାର କେବଳ କିଛି ହାଡ଼ ଓ ଖପୁରୀ ଜଳି ନଥିଲା । ପ୍ରଥମେ ତ ପୋଲିସକୁ ବହୁତ୍ କଷ୍ଟ ହେଉଥିଲା ଜାଣିବା ପାଈଁ ଏହା କାହାର ଲାସ୍। କିନ୍ତୁ ପରେ CCTV ଫୁଟେଜକୁ ଆଧାର କରି ଜଣା ପଡିଲା ଏହା ଭୁବନେଶ୍ଵରୀଙ୍କ ଲାସ୍।

ଶ୍ରୀକାନ୍ତ ରେଡ୍ଡୀ କିଛିଦିନ ତଳେ ନୂଆ ଟ୍ରଲି ଆଟାଜ କିଣି ଥିଲେ। ଆପର୍ଟମେଣ୍ଟ ଭିତରକୁ ନେଲା ସମୟରେ ତାହା ଖାଲି ଥିଲା ହେଲେ ବାହାରକୁ ଆଣିଲା ବେଳକୁ ତାହା ଭାରି ଥିଲା। ତେବେ ଶ୍ରୀକାନ୍ତ ଗୋଟିଏ ହାତରେ ନିଜ ଝିଅକୁ ଧରି ଅନ୍ୟ ହାତରେ ସୁଟ୍ କେଶ୍ ଟାଣି ଟାଣି ନେଇ ବାହାରକୁ ଯାଉଥିବା ଦେଖିବାକୁ ମିଳିଥିଲା।

କୁହାଯାଉଛି କୌଣସି କରଣକୁ ନେଇ ଶ୍ରୀକାନ୍ତ ହିଁ ଭୁବନେଶ୍ଵରୀକୁ ମାରି ଦେବା ପରେ ପ୍ରମାଣ ଲୁଚାଇବା ପାଇଁ ଏଭଳି କରି ଥାଇ ପାରନ୍ତି । ଆଜି ଶ୍ରୀକାନ୍ତକୁ ପୋଲିସ୍ ଧରିଲା ବୋଲି ସତ ସାମ୍ନାକୁ ଆସିଛି।

Leave A Reply

Your email address will not be published.