ପ୍ରେମିକ ସହିତ ବାଇକରେ ବୁଲୁଥିଲେ ପତ୍ନୀ, ରାସ୍ତା ଉପରେ ମାଡିବସିଲେ ସ୍ୱାମୀ: ଦେଖନ୍ତୁ ଭିଡିଓ

କଥାରେ ଅଛି ପ୍ରେମ ମାନେନି ବନ୍ଧବାଡ। ପ୍ରେମ ଅନ୍ଧ। ତେଣୁ ଆଜିକାଲିକା ସମୟରେ ଭଲ ଜୀବନସାଥିଟିଏ ମିଳିଗଲେ ଜୀବନ ଅତିଖୁସିରେ ଅତିବାହିତ ହୁଏ। ତେବେ ଆଜିକାଲି ସଂପର୍କରେ ପ୍ରେମ ଅପେକ୍ଷା ବିଶ୍ୱାସଘାତକତା ବେଶି ଦେଖିବାକୁ ମିଳିଛି। ଅଧିକାଂଶ ଲୋକ ଏଥିପାଇଁ ଆତ୍ମହତ୍ୟାର ବାଟ ଆପଣାଉଛନ୍ତି। ଆଉ କିଛି ଲଜ୍ୟା ଅନୁଭବ ନ କରି ଖୁଲମଖୁଲା ଭଲପାଉଛନ୍ତି। ଠିକ୍‌ ଏମିତି ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ପ୍ରେମିକ ସହିତ ଜଣେ ବିବାହିତ ମହିଳା ସ୍କୁଟିରେ ବୁଲୁଥିବା ବେଳେ ସ୍ୱାମୀ ହାବୁଡରେ ଧରାପଡିଛି।

ପ୍ରେମିକ ସହିତ ଗାଡିବା ବୁଲିବା ବେଳେ ପତ୍ନୀଙ୍କୁ ଧରିଲା ସ୍ୱାମୀ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ପତ୍ନୀ ଜଣକ ପ୍ରେମିକ ସହିତ ସ୍କୁଟିରେ ବୁଲୁଥିବା ବେଳେ ପତି ଦେଖିଦେଇଥିଲେ। ତା’ ପରେ ଦୁହିଁଙ୍କ ପିଛା କରିଥିଲେ ସ୍ୱାମୀ। ସ୍ୱାମୀ କିଛି ବାଟ ଫଲୋ କରିବା ପରେ ଦୁହିଁଙ୍କୁ ଧରିଥିଲେ ଏବଂ ଗାଳି କରିଥିଲେ। କିନ୍ତୁ ଏମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା।

 

View this post on Instagram

 

A post shared by GiDDa CoMpAnY (@giedde)

ଖବର ମୁତାବକ, ଭାଇରଲ ହେଉଥିବା ଭିଡିଓରେ ପତ୍ନୀ ଜଣକ ନିଜ ପ୍ରେମିକ ସହିତ ସ୍କୁଟିରେ ବସି ବୁଲୁଥିବା ବେଳେ ସ୍ୱାମୀ ଦେଖିଦେଇଥିଲେ। ସ୍ୱାମୀ କାହାକୁ କିଛି ନ କହି କିଛିବାଟ ଦୁହିଁଙ୍କର ଭିଡିଓ ସୁଟ୍‌ କରିଥିଲେ। ଭିଡିଓ କରି ଦୁହିଁଙ୍କୁ ପିଛା କରି ତାଙ୍କ ପାଖରେ ପହଞ୍ଚି ପତ୍ନୀକୁ ଡାକିଥିଲେ। ହେଲେ ପତ୍ନୀ ଜଣକ କିଛି ଶୁଣିନଥିଲେ। ତା’ ପରେ କିଛିବାଟ ଗଲା କରେ ସ୍ୱାମୀ ଜଣକ ଗାଡି ଆଗକୁ ନେଇ ରଖିଥିଲେ। ଏହା ପରେ ପତ୍ନୀ ଏବଂ ତାଙ୍କ ପ୍ରେମିକା ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ଆଉ ପତ୍ନୀ ଏବଂ ତାଙ୍କ ପ୍ରେମିକକୁ ଗାଳିଗୁଲଜ କରିଥିଲେ। ଏହି ଭିଡିଓ ଦେଖି, ଯେଉଁଠାରେ ଆପଣ ଗୋଟିଏ ପଟେ ହସିବେ, ଅନ୍ୟ ପଟେ ଆପଣଙ୍କ ସ୍ୱାମୀ ମଧ୍ୟ ଦୟା ଅନୁଭବ କରିବେ ।

ଏହି ଭିଡିଓ ଭାଇରଲ ହେବା ପରେ ଲୋକେ ହସି ହସି ଗଡି ଯାଉଛନ୍ତି। ଭିଡିଓକୁ giedde ନାମକ ଇନଷ୍ଟା ପେଜରେ ସେୟାର କରାଯାଇଛି। ତେବେ ଏହି ଭିଡିଓ କେଉଁଠାର ତାହା ଜଣାପଡିନାହିଁ। ଆଉ ଭିଡିଓର ସତ୍ୟତା ମଧ୍ୟ କ’ଣ ଜଣାପଡିନାହିଁ। ତେବେ ସୋସିଆଲ ମିଡିଆରେ ଏପରି ଭିଡିଓ ଅନେକ ଭାଇରଲ ହୋଇଥାଏ। ତେବେ କିଛିର ସତ୍ୟତା ଥିବା ବେଳେ ଅନ୍ୟ କେତେକ ସତ୍ୟତା ନଥାଏ।

Also Read : ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟ MMS ମାମଲାରେ ୩ ଗିରଫ, ଛାତ୍ରୀଙ୍କୁ ଆସୁଛି ବିଦେଶରୁ ଧମକପୂର୍ଣ୍ଣ କଲ୍‌

Leave A Reply

Your email address will not be published.