ପାରିବାରିକ କଳହ ଯୋଗୁଁ ପତ୍ନୀ ଓ ଦୁଇ ପିଲାଙ୍କୁ କୁରାଢୀରେ ହାଣି ପୋତିଥିଲା ଯୁବକ, ପୋଲିସ କଲା ଗିରଫ

ମଧ୍ୟପ୍ରଦେଶରେ ପୁଣି ଏକ ଲୋକହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ଦୁଇଜଣ ପିଲା ଏବଂ ପତ୍ନୀଙ୍କୁ କୁରାଢୀରେ ହାଣି ହତ୍ୟା କରିଛି । ଆଉ ୩ ଜଣଙ୍କ ମୃତଦେହକୁ ଘର ବାଡିରେ ପୋତି ଦେଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସହର ଠାରୁ ୮ କିମି ଦୂର ବିନ୍ଧ୍ୟବାସିନୀ କଲୋନୀରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କ ମୃତ ମହିଳା ଦ୍ୱିତୀୟ ପତ୍ନୀ ଥିଲେ । ପାରିବାରିକ କଳହ ଯୋଗୁଁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତ ଜଣକ ରେଲବାଇରେ ଗ୍ୟାଙ୍ଗମ୍ୟାନ ଭାବେ କାମ କରନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ମୁତାବକ, ଅଭିଯୁକ୍ତ ସୋନୁ ତଲଓ୍ଵାଡେଙ୍କ ଘରୁ ଦୁର୍ଗନ୍ଧ ଆସୁଥିବା ପଡୋଶୀ ପୋଲିସକୁ ସୂଚନା ଦେଇଥିଲେ । ତାଙ୍କ ପରିବାର ଲୋକଙ୍କୁ ଦେଢ ମାସ ହେଲାଣି କେହି ଦେଖିନଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା । ପଡୋଶୀ ଏବଂ ପରିଚିତ ଲୋକ ସୋନୁଙ୍କ ଉପରେ ସନ୍ଦେହ କରିଥିଲେ । ପୋଲିସ ଘରର ବାଡିପଟ ଖୋଳିବା ପରେ ତିନି ଜଣକଙ୍କ ମୃତଦେହ ମିଳିଥିଲା। ଅଭିଯୁକ୍ତ ସୋନୁ ଦ୍ୱିତୀୟ ପତ୍ନୀଙ୍କ ସହିତ ୭ ବର୍ଷର ପୁଅ ଏବଂ ୪ ବର୍ଷର ଝିଅକୁ କୁରାଢୀ ହାଣି ପୋତି ଦେଇଥିଲା ।

ପୋଲିସ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସୋନୁକୁ କୌଣସି ଫରକ ପଡିନଥିଲା । ଅଭିଯୁକ୍ତ ନିଜ କାମକୁ ପ୍ରତିଦିନ ଯାଉଥିଲା। ତେଣୁ କାହାର ସନ୍ଦେହ ହୋଇନଥିଲା । ତାଙ୍କ ପରିବାର ଲୋକଙ୍କୁ କେହି ଦେଖିନଥିବାରୁ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ତା’ ପରେ ପୋଲିସ ପଚରାଉଚରା କରିବାକୁ ଅଭିଯୁକ୍ତ ସୋନୁ ସବୁ ସତ ପୋଲିସ ସାମ୍ନାରେ ମାନିନେଇଥିଲା । ପାରିବାରିକ କଳହ ବଢିଯାଇଥିଲା। ତେଣୁ ରାଗରେ ଆସି ପିଲା ଏବଂ ପତ୍ନୀଙ୍କୁ ହତ୍ୟା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.