ପତ୍ନୀଙ୍କୁ ଅନ୍ୟ ମହିଳାଙ୍କ ସହିତ ତୁଳନା କରିବା କିମ୍ବା ବାରମ୍ବାର କଟାକ୍ଷ କରିବା ଏକ ପ୍ରକାର ମାନସିକ ନିର୍ଯାତନା :କେରଳ ହାଇକୋର୍ଟ

ପତ୍ନୀଙ୍କୁ ଅନ୍ୟ ସ୍ତ୍ରୀ ସହିତ ତୁଳନା କରିବା କିମ୍ବା ବାରମ୍ବାର କମେଣ୍ଟ ମାରିବା ଏକ ପ୍ରକାର ମାନସିକ ନିର୍ଯାତନା ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ନିକଟରେ କେରଳ ହାଇକୋର୍ଟ କହିଛନ୍ତି ଯେ, ପତ୍ନୀଙ୍କ ଇଛା ପୂରଣ ନକରି ବାରମ୍ବାର କଟାକ୍ଷ କରିବା ଓ ତାଙ୍କୁ ଅନ୍ୟ ମହିଳାଙ୍କ ସହ ତୁଳନା କରିବା ଏକ ପ୍ରକାରର ମାନସିକ ନିର୍ଯାତନା । ୧୩ ବର୍ଷ ପୂର୍ବେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଦମ୍ପତିଙ୍କ ବିବାହ ବିଚ୍ଛେଦ ହୋଇଥିବା ବେଳେ କୋର୍ଟ ଏହି ରାୟ ଦେଇଛନ୍ତି । ଏହି ଦମ୍ପତିଙ୍କୁ ଛାଡପତ୍ର ଦେଇଥିବା ଫ୍ୟାମିଲି କୋର୍ଟଙ୍କ ଆଦେଶ ବିରୋଧରେ ସ୍ୱାମୀ ଏକ ଆବେଦନ କରିଥିଲେ ।

ନ୍ୟାୟମୂର୍ତ୍ତି ଅନିଲ କେ ନରନ୍ଦ୍ରେନ ଏବଂ ନ୍ୟାୟମୂର୍ତ୍ତି ସିଏସ୍‌ ସୁଧାଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ ଦେଇଛନ୍ତି। କୋର୍ଟ ଦ୍ୱାରା କୁହାଯାଇଛି, ସ୍ୱାମୀ ବରମ୍ବାର ସ୍ତ୍ରୀକୁ କମେଣ୍ଟ କରିବା କିମ୍ବା ଅନ୍ୟ କୌଣସି ମହିଳା ସହିତ ତୁଳନା କରିବା ନିଶ୍ଚିତ ଭାବେ ମାନସିକ କ୍ରୁରତା। ମହିଳା ଜଣକ ତାଙ୍କ ପିଟିସନରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଶାରୀରିକ ଭାବେ ଆକର୍ଷିତ କରୁନାହାଁନ୍ତି ।୨୦୦୯ ମସିହାରେ ବିବାହ କରିବା ଦିନଠାରୁ ସେ ତାଙ୍କ ପ୍ରତି ଘୃଣାଭାବ ରଖୁଛନ୍ତି । ‘ମୁଁ ଭେଟିଥିବା ମହିଳାଙ୍କ ତୁଳନାରେ ତମେ ଏତେ ବି ସୁନ୍ଦର ନୁହେଁ’ ବୋଲି ସ୍ୱାମୀ କହିଥିବା ମହିଳା ଜଣକ ଅଭିଯୋଗ କରିଥିଲେ।

ସ୍ୱାମୀଙ୍କ ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ, ସାମାଜିକ ଧାରଣା ଏବଂ ଜୀବନଧାରଣର ଉନ୍ନତି ଅନୁଯାୟୀ ପରିବର୍ତ୍ତନ ଯୋଗୁଁ କାହାକୁ କାହା ସହିତ ତୁଳନା କରିବା କଷ୍ଟକର । ଅଦାଲତ କହିଛନ୍ତି ଯେ, ଲଗାତାର ଅସଦାଚରଣ, ବୈବାହିକ ସମ୍ପର୍କ ବନ୍ଦ କରିବା ଏବଂ ପତ୍ନୀଙ୍କୁ ଅସୁନ୍ଦର ବୋଲି କହିବା ଦ୍ୱାରା ମାନସିକ କିମ୍ବା ଆଇନଗତ ନିଷ୍ଠୁରତାର କାରଣ ହେବ ।

ଏଭଳି ଅଭିଯୋଗ ପରେ ଜୀବନସାଥୀ ସାଥୀ ସହିତ ରହିବାକୁ ଆଶା କରାଯାଇପାରିବ ନାହିଁ । ରିପୋର୍ଟ ମୁତାବକ, ହାଇକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ ମନା କରିବା ପରେ ଏପରି ଟିପ୍ପଣୀ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ସମ୍ଭବ ସେପର୍ଯ୍ୟନ୍ତ ବୈବାହିକ ସ୍ଥିତିରେ ରହିବା ଜରୁରୀ। ମାନସିକ ନିଷ୍ଠୁରତା, ଅଶ୍ଳୀଳ ଭାଷା ବ୍ୟବହାର କରି ଅପମାନ କରିବା ଦ୍ୱାରା ଅନ୍ୟର ମାନସିକ ଶାନ୍ତିରେ ବ୍ୟାଘାତ ହୋଇଥାଏ ବୋଲି କୋର୍ଟ କହିଛନ୍ତି ।

 

Also Read : ମହାରାଷ୍ଟ୍ରରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା: ୫୦ରୁ ଅଧିକ ଆହତ, ୧୩ ଗୁରୁତର