ମୋ ସ୍ତ୍ରୀର ୪ପ୍ରେମିକ କବଳରୁ ମତେ ବଞ୍ଚାଅ : ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ଲୋଡିଲେ ସ୍ବାମୀ

ମେରଠ ଡ୍ରମ୍ କାଣ୍ଡ ପରେ ଗ୍ୱାଲିୟରର ଏକ ଘଟଣା ନଜରକୁ ଆସିଛି ।  ଜଣେ ସ୍ୱାମୀ ନିଜ ଜୀବନକୁ ଭୟ କରୁଛନ୍ତି । ତାଙ୍କ ନାମ ହେଉଛି ଅମିତ କୁମାର ସେନ୍ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କର ୪ପ୍ରେମିକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କ ସହିତ ତାଙ୍କ ସ୍ତ୍ରୀ ଲି ଭ୍-ଇନ୍ ସମ୍ପର୍କରେ ରହୁଛନ୍ତି। ଏହି କଥା ଜାଣିବା ପରେ ଅମିତ ପ୍ରତିବାଦ କରିଥିଲେ । ଏହାପରେ ସ୍ତ୍ରୀଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲା ।

ଗ୍ବାଲିୟରର ମେହେନ୍ଦି ୱାଲା ସୟଦ ଅଞ୍ଚଳରେ ରହୁଥିଲେ ଅମିତ ସେନ । ବିବାହ ପରେ ମଧ୍ୟ ପତ୍ନୀଙ୍କର ଅନେକ ପ୍ରେମିକ ଥିଲେ ।  ବର୍ତ୍ତମାନ ତାଙ୍କ ସ୍ତ୍ରୀ ରାହୁଲ ବାଥମ ନାମକ ଜଣେ ବ୍ୟକ୍ତିଙ୍କ ସହ ଲିଭ-ଇନ୍ ସମ୍ପର୍କରେ ରହୁଛନ୍ତି ।  ଏହା ସହ ତାଙ୍କ ସାନ ପୁଅକୁ ମଧ୍ୟ ସ୍ତ୍ରୀ ସାଙ୍ଗରେ ନେଇଯାଇଛନ୍ତି ।  ତେବେ ଅମିତଙ୍କ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକ ମିଶି ତାଙ୍କ ବଡ଼ ପୁଅ ହର୍ଷଙ୍କୁ ହତ୍ୟା କରିଛନ୍ତି ବୋଲି ଅମିତ ଅଭିଯୋଗ କରିଛନ୍ତି ।

ଏନେଇ ଅନେକ ଥର ପୋଲିସରେ ଅଭିଯୋଗ କରିଥିଲେ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଯାହା ଫଳରେ ସେ ନିରାଶ ହୋଇ ଗ୍ୱାଲିୟରର ଫୁଲବାଗ କ୍ରସିଂରେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ପୋଷ୍ଟର ତଳେ ଧାରଣାରେ ବସିଥିଲେ ।  ନିଜର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ଏବଂ କହିଥିଲେ ଯେ ଯଦି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ତାଙ୍କୁ ମଧ୍ୟ ମେରଠରେ ଘଟିଥିବା ଡ୍ରମ କାଣ୍ଡ ଭଳି ତାଙ୍କ ଜୀବନ ଚାଲିଯାଇପାରେ ।

ଏହି ମାମଲାରେ ଜନକଗଞ୍ଜ ପୋଲିସ ଷ୍ଟେସନ ଇନଚାର୍ଜ କହିଛନ୍ତି ଯେ ଅମିତ କୌଣସି ଅଭିଯୋଗ ନେଇ ଆସି ନଥିଲେ । ସେ ଯଦି ପୂର୍ବରୁ କୌଣସି ଆବେଦନ ଦାଖଲ କରିଥାନ୍ତେ ତାହେଲେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଏହାକୁ ନେଇ ଅମିତ କହିଛନ୍ତି ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୈାଣସି ପଦକ୍ଷେପ ନେଇ ନଥିଲେ ।

Also read: ବାହାଘରର ୨ ସପ୍ତାହ ପରେ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, ୨ ଲକ୍ଷ ଟଙ୍କାରେ ଦେଇଥିଲା ସୁପାରୀ