ପତ୍ନୀଙ୍କ ବଦଭ୍ୟାସ ପାଇଁ ସ୍ବାମୀ ଉଠାଇଲେ ଏପରି ପଦକ୍ଷେପ, ହତବାକ୍ ହୋଇଗଲା ସାରା ପରିବାର

ସାଧାରଣତଃ ବିବାହ ଦୁଇ ପ୍ରକାରର ହୋଇଥାଏ। ପ୍ରଥମତଃ ଯେଉଁଥିରେ ପୁଅ-ଝିଅ ପରସ୍ପରକୁ ଜାଣିଥାନ୍ତି, ଚିହ୍ନିଥାନ୍ତି ଯାହାକୁ ପ୍ରେମ ବିବାହ ବୋଲି କୁହାଯାଇଥାଏ। ଦ୍ବୀତିୟତଃ ଯେଉଁଥିରେ ପୁଅ-ଝିଅ ନୁହଁ ବରଂ ସମାଜ ଏବଂ ପରିବାର ଲୋକ ଯୋଡ଼ି କରିଥାନ୍ତି ସମ୍ବନ୍ଧ। ଯାହାକୁ ପ୍ରସ୍ତାବିତ ବିବାହ ବୋଲି ମଧ୍ୟ କୁହାଯାଇଥାଏ। ସାଧାରଣତଃ ପ୍ରସ୍ତାବିତ ବିବାହରେ ପୁଅ-ଝିଅକୁ ଦେଖାକରିବା ସହ ପରସ୍ପରକୁ ଚିହ୍ନିବା ପାଇଁ ସମୟ ମିଳିନଥାଏ। ଫଳରେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ମନ ମତାନ୍ତର ଦେଖାଯାଇଥାଏ। ଯାହାର ପରିଣାମ ଖାଲି ଦମ୍ପତି ନୁହଁ ସଂପୂର୍ଣ୍ଣ ପରିବାରକୁ ଭୋଗିବାକୁ କୁହାଯାଇଥାଏ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ।

ଦିଲ୍ଲୀରେ ଜଣେ ବ୍ୟକ୍ତି ବିବାହ ପରେ ତାଙ୍କ ପତ୍ନୀଙ୍କର ଏକ ବଦଭ୍ୟାସ ବିଷୟରେ ଜଣିବାକୁ ପାଇଥିଲେ। ଯାହା ବିଷୟରେ ମହିଳାଙ୍କ ପରିବାର ଲୋକ ମଧ୍ୟ ଅବଗତ ନଥିଲେ। କଥା ଏତେ ମାତ୍ରାରେ ବଢ଼ିଗଲା କି ସ୍ବାମୀ ଶେଷକୁ ଅଦାଲତ ଦ୍ବାରସ୍ଥ ହେବା ସହ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

ସ୍ବାମୀଙ୍କ କହିବା ଅନୁଯାୟୀ , ତାଙ୍କ ପତ୍ନୀଙ୍କୁ ସୋସିଆଲ ମିଡ଼ିଆର ବହୁତ ଖରାପ ଅଭ୍ୟାସ ରହିଛି। ଏପରିକି ସୋସିଆଲ ମିଡ଼ିଆ ପାଇଁ ନିଜ ପରିବାରର ଧ୍ୟାନ ମଧ୍ୟ ସେ ସଠିକ୍ ଭାବେ ରଖୁନାହାନ୍ତି। ସେ ରାତିସାରା ହ୍ବାଟ୍ସଆପରେ ଅନେକ ପୁରୁଷଙ୍କ ସହ ଚାର୍ଟ ମଧ୍ୟ କରନ୍ତି। ଅନେକ ଥର ପୀଡ଼ିତ ସ୍ବାମୀ ତାଙ୍କ ପତ୍ନୀଙ୍କୁ ବୁଝାଇବା ସହ ଏହି ଖରାପ ଅଭ୍ୟାସରୁ ନିବୃତ ରହିବା ପାଇଁ କହିଥିଲେ।କିନ୍ତୁ ତାଙ୍କ ପତ୍ନୀ କିଛି କଥା ନବୁଝି ଓଲଟି ତାଙ୍କୁ ଧମକ ଦେଇଥିଲେ। ଫଳରେ ନିରୁପାୟ ହୋଇ ପୀଡ଼ିତ ସ୍ବାମୀ ଅଦାଲତ ଦ୍ବାରସ୍ଥ ହୋଇଛନ୍ତି।

ସ୍ବାମୀଙ୍କ ଅଭିଯୋଗ କ୍ରମେ ଅଦାଲତ ମହିଳାଙ୍କର କାଉସିଲିଂ ପାଇଁ ଆଦେଶ ଦେଇଛି। ଯଦି କାଉସେଲିଂ ପରେ ମଧ୍ୟ ମହିଳାଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ନଆସୁଛି ତେବେ ସେ ଏହି ମାମଲାରେ ଚର୍ଚ୍ଚା କରିବା ନେଇ କହିଛନ୍ତି। ତେବେ ଏହି ଘଟଣାରେ ଦୁହିଁଙ୍କ ପରିବାର ସ୍ତବ୍ଧ ହୋଇଯାଇଛି। ତାଙ୍କୁ ଏହି କଥାରେ ବିଶ୍ବାସ ଆସୁନାହିଁ।

ସୋସିଆଲ ମିଡ଼ିଆର ନିଶାକୁ ନେଇ ଏହା କୌଣସି ପ୍ରଥମ ମାମଲା ନୁହଁ ଯାହା ସାମ୍ନାକୁ ଆସିଛି। ଏଣୁ କୁହାଯାଇଥାଏ ସୋସିଆଲ ମିଡ଼ିଆ ଯେତିକି ସୁବିଧା ନେଇ ଆସିଛି ତାହାଠାରୁ ଅଧିକ ଆଣିଛି ଅସୁବିଧା। ଏଣୁ ଯଦି ଆପଣଙ୍କ ଅଭ୍ୟାସ ଏବେ ବଦ୍ ଅଭ୍ୟାସରେ ପରିଣତ ହେଉଛି ସମୟ ଥାଇ ତାହାର କରନ୍ତୁ ଉପଚାର।

KNews Bureau

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

8 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

18 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

29 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

58 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago