‘ପର୍ଣ୍ଣ ଫିଲ୍ମରେ କାମ କରୁଛି ମୋ ସ୍ତ୍ରୀ…ଦୟାକରି ତାକୁ ଉଦ୍ଧାର କରନ୍ତୁୁ’; ଅମିତ୍‌ ଶାହଙ୍କ ନିକଟକୁ ଅଭିଯୋଗ ପତ୍ର ପଠାଇଲା ସ୍ୱାମୀ; ପୋଲିସକୁ ଦେଖାଇଲା ସ୍ତ୍ରୀର ଅଶ୍ଳୀଳ ଭିଡିଓ

ଗ୍ୱାଲିୟରର ମାଧବଗଞ୍ଜ ଅଞ୍ଚଳରେ ରହୁଥିବା ଜଣେ ଯୁବକ ପୋଲିସରେ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍ତ୍ରୀଙ୍କୁ ଜୋର୍‌ ଜବରଦସ୍ତି ସେକ୍ସ ର‍୍ୟାକେଟ୍‌ ଭିତରକୁ ଠେଲି ଦିଆଯାଇଛି। ଏ ନେଇ ସେ କିଛି ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କ ପର୍ଣ୍ଣ ଭିଡିଓର ସ୍କ୍ରିନ ସଟ୍‌ ମଧ୍ୟ ପୋଲିସକୁ ଦେଇଛନ୍ତି। ଯୁବକଙ୍କ କହିବା ହେଲା କି, ସେ ସ୍ଥାନୀୟ ଥାନା ପ୍ରଭାରୀଙ୍କଠାରୁ ଆରମ୍ଭ କରି ଡିଜିପି ଏବଂ ସ୍ଥାନୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦେଶର ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ନିକଟକୁ ଏହି ଅଭିଯୋଗ ପଠାଇ ସାରିଛନ୍ତି, କିନ୍ତୁ ଏ ପର୍ଯ୍ୟନ୍ତ ପର୍ଣ୍ଣ ଚଳଚ୍ଚିତ୍ର କରୁଥିବା ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯୁବକ ଜଣକ ପୋଲିସକୁ ଏହାର ପ୍ରମାଣ ଦେଇଛନ୍ତି କି, ତାଙ୍କ ସ୍ତ୍ରୀ ସେକ୍ସ ର‍୍ୟାକେଟ୍‌ରେ ଜଡିତ ଅଛନ୍ତି ଏବଂ ପର୍ଣ୍ଣ ଭିଡିଓ କରୁଛନ୍ତି।

ବାସ୍ତବରେ ଏସପିଙ୍କ ପାଖକୁ ଅଭିଯୋଗ ନେଇ ପହଞ୍ଚିଥିବା ଯୁବକ ପୋଲିସ ନିକଟରେ ନିବେଦନ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି କି, କମ୍ପୁ ଅଞ୍ଚଳରେ ଜଣେ ବ୍ୟକ୍ତି ସେକ୍ସ ର‍୍ୟାକେଟ୍‌ ଚଳାଇଛନ୍ତି। ଏଠାରେ ଥିବା ଦୁଇ ଜଣଙ୍କ ଘରେ ତାଙ୍କ ସ୍ତ୍ରୀ ଝାଡ଼ୁ, ପୋଛା କାମ କରୁଥିଲେ। ଏହି ଲୋକମାନେ ତାଙ୍କ ସ୍ତ୍ରୀଙ୍କର ଦୁର୍ବଳ ଆର୍ଥିକ ସ୍ଥିତିର ଫାଇଦା ଉଠାଇ ତାଙ୍କୁ ସେକ୍ସ ର‍୍ୟାକେଟ୍‌ରେ ସାମିଲ ହେବାକୁ ପ୍ରଲୋଭନ ଦେଇଥିଲେ। ସ୍ତ୍ରୀ ମଧ୍ୟ ସେମାନଙ୍କ କଥାରେ ଆସି ଯାଇଥିଲେ ଏବଂ ବର୍ତ୍ତମାନ ସେ ଦେହ ବେପାର କରୁଛନ୍ତି। ସେମାନଙ୍କ ସହିତ ମିଶି ପର୍ଣ୍ଣ ଭିଡିଓ ମଧ୍ୟ କରୁଛନ୍ତି।

ସ୍ତ୍ରୀ ଚାଲି ଯାଇଛନ୍ତି ବାପଘର

ଯୁବକ ଜଣକ ଅଭିଯୋଗ କରିଛନ୍ତି ଯେ ସେକ୍ସ ର‍୍ୟାକେଟ୍‌ ଚଳାଉଥିବା ଏହି ଲୋକମାନେ ପର୍ଣ୍ଣ ଚଳଚ୍ଚିତ୍ର ପ୍ରସ୍ତୁତ କରନ୍ତି। ଏହାର ଖୁଲାସା ସେତେବେଳେ ହୋଇଥିଲା, ଯେତେବେଳେ ସେ ଅନ୍ୟ ଯୁବକମାନଙ୍କ ସହିତ ନିଜ ସ୍ତ୍ରୀଙ୍କର ଆପତ୍ତିଜନକ ଭିଡିଓ ସ୍ତ୍ରୀଙ୍କ ମୋବାଇଲରେ ହିଁ ଦେଖିବାକୁ ପାଇଥିଲେ। ଏହାପରେ ଯୁବକ ଏ ସମସ୍ତ ଭିଡିଓ ବିଷୟରେ ସ୍ତ୍ରୀଙ୍କୁ ପଚାରିବାରୁ ସ୍ତ୍ରୀ ଝଗଡ଼ା କରିଥିଲେ ଏବଂ ସ୍ୱାମୀଙ୍କୁ ଛାଡ଼ି ବାପଘରେ ରହିବାକୁ ଲାଗିଥିଲେ। ଏବେ ମଧ୍ୟ ସେ ପର୍ଣ୍ଣ ଭିଡିଓ ଏବଂ ଦେହ ବେପାର କାର୍ଯ୍ୟରେ ଲିପ୍ତ ଅଛନ୍ତି।

ସାଇବର ସେଲ କରୁଛି ଯାଞ୍ଚ

ଘଟଣା ସମ୍ପର୍କରେ ଯୁବକ ପୋଲିସ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ କମ୍ପୁ ଏବଂ ମାଧବଗଞ୍ଜ ପୋଲିସ ତାଙ୍କ ଅଭିଯୋଗ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଏବେ ଯୁବକ ଅଭିଯୋଗ ଆଣିଛନ୍ତି ଯେ ସେକ୍ସ ର‍୍ୟାକେଟ୍‌ ଏବଂ ପର୍ଣ୍ଣ ଚଳଚ୍ଚିତ୍ର ଭଳି ବେଆଇନ କାର୍ଯ୍ୟରେ କମ୍ପୁ, ମାଧବଗଞ୍ଜ ଏବଂ ସାଇବର ପୋଲିସର ଲୋକେ ମଧ୍ୟ ସାମିଲ ଅଛନ୍ତି। ଏହି କାରଣରୁ ଏହି ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେପଟେ ମାମଲାର ଅଭିଯୋଗ ମିଳିବା ପରେ ଏଏସ୍‌ପି ରାଜେଶ ଡଣ୍ଡୋତିୟା କହିଛନ୍ତି ଯେ ଏହି ଘଟଣାର ତଦନ୍ତ ସାଇବର ସେଲ ଦ୍ୱାରା କରାଯିବ। ଅଭିଯୋଗ ଠିକ୍‌ ପ୍ରମାଣିତ ହେଲେ, ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.