‘ହାଲୋ ! ତୁମ ଝିଅକୁ ମାରିଦେଇଛି, ଅନ୍ତିମ ସଂସ୍କାର କରିଦେବ…’

ବେଙ୍ଗାଲୁରୁରେ ଆଉ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା କରି ସୁଟକେସରେ ପୂରାଇ ବାଥରୁମରେ ଫିଙ୍ଗି ଦେଲା ସଇତାନ ସ୍ବାମୀ । ଅଭିଯୁକ୍ତ ରାକେଶକୁ ପୁନେରେ ଗିରଫ କରିଛି ପୋଲିସ । ପତ୍ନୀ ଗୌରୀଙ୍କୁ ହତ୍ୟା କରି ସୁଟକେସ୍ ଭିତରେ ପୂରାଇ ବାଥରୁମ୍ ଭିତରେ ରଖି ପୁଣେ ପଳାଇଥିଲା । ଶ୍ବଶୁର ଘର ଲୋକଙ୍କୁ ଏ ସଂପର୍କରେ ନିଜେ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ।
ସୂଚନା ଅନୁସାରେ, ଏମାନଙ୍କ ଘର ମହାରାଷ୍ଟ୍ରରେ । ସେମାନେ ବେଙ୍ଗାଲୁରୁରେ ରହୁଥିଲେ । ଅଭିଯୁକ୍ତ ରାକେଶ ହିଟାଚି କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲା । ଗୌରୀ ଗୃହିଣୀ ଥିଲେ । ଉଭୟଙ୍କ ମଧ୍ୟରେ ଅନେକ ଥର ଯୁକ୍ତତର୍କ ହେଉଥିଲା । ମାର୍ଚ୍ଚ ୨୬ରେ ବଚସା ବେଳେ ରାଗି ଯାଇ ଗୌରୀଙ୍କୁ ଛୁରୀ ଭୁସିବା ସହ ତାଙ୍କ ତଣ୍ଟି କାଟି ଦେଇଥିଲା ରାକେଶ । ପରେ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରି ବାଥରୁମ ଭିତରେ ରଖି ପୁଣେ ପଳାଇଥିଲା ।
ଶ୍ବଶୁର ଘର ଲୋକଙ୍କୁ ଏ ସଂପର୍କରେ ନିଜେ ଖବର ଦେଇଥିଲା । ପୋଲିସ ତାର କଲ୍ ରେକର୍ଡ ଯାଞ୍ଚ କରି ତାକୁ ପୁଣେରୁ ଗିରଫ କରିଛି । ରାକେଶଙ୍କୁ ସତାରାର ପାରଗାଁଓ ଖଣ୍ଡାଲାରେ ସ୍ଥାନୀୟ ଲୋକମାନେ ଏକ କାର ଭିତରେ ଅଚେତ ଅବସ୍ଥାରେ ପାଇଥିଲେ । ପୋଲିସ କହିବା ମୁତାବକ, ରାକେଶ ପତ୍ନୀଙ୍କୁ ହତ୍ୟା ପରେ ବିଷ ପିଇଦେଇଥିଲେ ଏବଂ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ପତ୍ନୀଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ସୁଟକେସରେ ଭର୍ତ୍ତି କରିଥିଲେ । ଶ୍ବଶୁର ଘର ଲୋକଙ୍କୁ ଫୋନ୍ କରି ଝିଅକୁ ମାରି ଦେଇଥିବା କଥା କହିଥିଲେ । ଘର ମାଲିକଙ୍କୁ ମଧ୍ୟ ଜଣାଇଥିଲେ । ପରିବାର ଲୋକଙ୍କୁ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଜଣାଇଦେବାକୁ ମାଲିକଙ୍କୁ କହିଥିଲେ ।
ସୂଚନାଯୋଗ୍ୟ, ମେରଟ ଇନ୍ଦିରାନଗରରେ ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ରହୁଥିଲେ । ଦୁହିଁଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରିବା ପରେ ୨୦୧୬ରେ ପ୍ରେମ ବିବାହ କରିଥିଲେ । ନିଜ ଛୋଟ ପରିବାର ସହିତ ଗତ ୩ବର୍ଷ ଧରି ଇନ୍ଦିରାନଗରରେ ଦୁହେଁ ରହୁଥିଲେ । ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମେରଟ ଆସିଥିଲେ । ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟ କଂକ୍ରିଟ୍ ରେ ଘୋଡାଇ ଦେଇଥିଲା ମୁସ୍କାନ ।
Also Read : ବାହାଘରର ୨ ସପ୍ତାହ ପରେ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, ୨ ଲକ୍ଷ ଟଙ୍କାରେ ଦେଇଥିଲା ସୁପାରୀ