ଗାଜିଆବାଦରେ ଲୋମହର୍ଷଣକାରୀ ଘଟଣା : ପତ୍ନୀଙ୍କ ପ୍ରେମିକକୁ କାଟି କଲା ୨୦ ଖଣ୍ଡ

ଗାଜିଆବାଦ : ଗାଜିଆବାଦରେ ଦେଖାଯାଇଛି ଏକ ଲୋମହର୍ଷକାରୀ ଘଟଣା । ପତି ଜଣକ ତାର ପତ୍ନୀର ପ୍ରେମିକକୁ ଖଣ୍ଡ ଖଣ୍ଡ କରି ହାଣି ଅଖାରେ ଭର୍ତ୍ତି କରିଥିବା ଭଳି ଖବର ଜାଣିବାକୁ ମିଳିଛି । ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅକ୍ଷୟ ଓ ପୁନମ ଦୁହେଁ ଇନ୍ଦିରାପୁରମରେ କାମ କରୁଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରାୟ ଦୁଇବର୍ଷ ତଳେ ସେମାନେ ଲୁଚି ପଳାଇଥିଲେ ।

ପୁନମଙ୍କ ସ୍ୱାମୀ ମିଲାଲ ଏନେଇ ଥାନାରେ ଅଭିଯୋଗ କରିଥିଲେ । କିଛି ଦିନ ପରେ ଉଭୟଙ୍କୁ ରାଜସ୍ଥାନରୁ ଠାବ କରାଯାଇଥିଲା । ପୁନମଙ୍କ ଛୋଟ ପିଲା ଥିବାରୁ ସ୍ୱାମୀ ତାକୁ ଗ୍ରହଣ କରିନେଇଥିଲେ । ଅକ୍ଷୟ ମଧ୍ୟ ରାଜସ୍ଥାନରେ ରହିଯାଇଥିଲା । ହେଲେ ମଝିରେ ମଝିରେ ଅକ୍ଷୟ ଯିବା ଆସିବା କରୁଥିଲା ।

ପୁନମ ଥିଲା ମିଲାଲଙ୍କ ଦ୍ୱିତୀୟ ପତ୍ନୀ । ପ୍ରଥମ ପତ୍ନୀଙ୍କର ଗୋଟିଏ ଝିଅ ମଧ୍ୟ ରହିଛି । ପୁନମଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ମଧ୍ୟ ଅଛନ୍ତି । କିଛି ଦିନ ତଳେ ପ୍ରଥମ ପତ୍ନୀଙ୍କର ଝିଅ ଚା’ କରୁଥିବା ବେଳେ ପୋଡି ହୋଇଯାଇଥିଲେ । ତେବେ ପୁନମର ପ୍ରେମିକ ଅକ୍ଷୟ ଘରକୁ ଆସିଥିଲା ଓ ତ’ ପାଇଁ ଚା’ କରୁଥିବା ବେଲେ ଝିଅର ହାତ ଜଳି ଜାଇଥିବା ପୋଲିସ ଆଗରେ ପୁନମ ପ୍ରକାଶ କରିଥିଲା ।

ପୁଣି ଥରେ ପତ୍ନୀ ସହ ସମ୍ପର୍କ ଓ ଝିଅର ହାତ ଜଳିଯିବା ରାଗରେ ଅକ୍ଷୟକୁ ମାରିବାକୁ ଯୋଜନା କରିଥିଲା ମିଲାଲ (ପୁନମର ପତି) । ଗତ ଗୁରୁବାର ଦିନ ଅକ୍ଷୟକୁ ହତ୍ୟା କରିଥିଲା ମିଲାଲ । ସମ୍ପନ୍ନ କରିଥିଲା । ଅକ୍ଷୟର ମୁଣ୍ଡ ଗଣ୍ଡି ଅଲଗା କରିବା ସହ ହାତ ଗୋଡ ଓ ଗୁପ୍ତାଙ୍ଗ ମଧ୍ୟ କାଟି ଦେଇଥିଲା ମିଲାଲ । ଶବକୁ ୨୦ଖଣ୍ଡ କରି ଏକ ଅଖା ମଧ୍ୟରେ ଭରି ନିକଟସ୍ଥ ରାସ୍ତା କଡରେ ପକାଇ ଦେଇଥିଲା ମିଲାଲ । ପୋଲିସ ମିଲାଲକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.