ଦେଶ ବିଦେଶ

ଦଶ ମାସରେ ପ୍ରେମ ସରିଗଲା, ପତ୍ନୀର ଗଳା କାଟି ହତ୍ୟା କଲା ନୃସଂଶ ସ୍ୱାମୀ

ନୂଆଦିଲ୍ଲୀ : ପ୍ରଥମେ ପ୍ରେମ ହେଲା ଆଉ ତା ପରେ ବିବାହ । ବାହାଘରର ୧୦ ମାସ ପରେ ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ତାହା ପୁଣି ଯୌତୁକ ଲୋଭରେ । ଆଗ୍ରା ଶାହଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଗତ ବୁଧବାର ସକାଳେ ଶାହଗଞ୍ଜ ଥାନାରେ ଏସ୍‌ଆଇ ଜ୍ଞାନେଶ୍ୱର ଡ୍ୟୁଟି କରୁଥାନ୍ତି । ଏତିକି ବେଳେ ଜଣେ ଯୁବକ ଆସି ନିଜ ପତ୍ନୀକୁ ହତ୍ୟା କରିଥିବା କଥା କହିଲା । ତା ପରେ ଜଣାପଡ଼ିଲା ପୂରା ଘଟଣା ।

ଏହାପରେ ପୋଲିସ୍‌ ଟିମ୍‌ ଯୁବକ ଜଣକ ରହୁଥିବା ପ୍ରକାଶ ନଗର ସ୍ଥିତ ଘରକୁ ଯାଇ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା । ଯୁବକ ଜଣକ ହେଉଛନ୍ତି ପ୍ରବୀଣ । ତାଙ୍କ ପତ୍ନୀ ନୈନାକୁ ପ୍ରଥମେ ତଣ୍ଟଇ ଚିପି ମାରିଥିଲେ ଓ ପରେ ଛୁରୀରେ ତାଙ୍କ ଗଳା କାଟି ଦେଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରବୀଣ ଭଲ ପାଇ ନୈନାଙ୍କୁ ବାହା ହୋଇଥିଲେ । ତେବେ ଯୌତୁକ ପାଇଁ ପତ୍ନୀଙ୍କୁ ହତ୍ୟା କଲେ ।

ପୋଲିସ୍‌ର ସୂଚନା ଅନୁସାରେ ଦଶ ମାସ ପୂର୍ବରୁ ପ୍ରବୀଣ ଓ ନୈନାଙ୍କର ବାହାଘର ହୋଇଥିଲା । ନୈନା ଗର୍ଭବତୀ ଥିଲେ । ବାହାଘର ପରେ ନୈନାଙ୍କ ପରିବାର ଲୋକେ ପ୍ରବୀଣଙ୍କ ପରିବାରକୁ ଗୋଟିଏ ଫ୍ଲାଟ୍‌ ଦେବା ପାଇଁ କହିଥିଲେ । ସେହି କଥାକୁ ନେଇ ଝଗଡ଼ା ହେବା ପରେ ପ୍ରବୀଣ ପତ୍ନୀ ନୈନାଙ୍କୁ ହତ୍ୟା କରିଥିଲା । ନୈନା ଶୋଇଥିବା ଅବସ୍ଥାରେ ପ୍ରଥମେ ତଣ୍ଟି ଛିପି ଦେଇଥିଲା ଓ ପରେ ଛୁରୀରେ ତଣ୍ଟିକୁ କାଟି ଦେଇଥିଲା । ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଥିଲା ।

ଦୁଇ ବର୍ଷ ପୂର୍ବରୁ ନୈନା ପାଠ ପଢ଼ିଲା ବେଳେ ଜଣେ ସାଙ୍ଗ ଜରିଆରେ ପ୍ରବୀଣ ସହ ନୈନାଙ୍କର ପରିଚୟ ହୋଇଥିଲା । ପରେ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରବୀଣ ଜଣେ ଜୋତା ବ୍ୟବସାୟୀ । ଏ କଥା ନୈନାଙ୍କ ଘର ଲୋକଙ୍କୁ ଜଣାନଥିଲା । ସେମାନେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ । ତେବେ ନୈନାଙ୍କ ଜିଦ୍‌ ଯୋଗୁଁ ଦୁହିଙ୍କ ବିବାହ କରାଇଥିଲେ । ରୀତି ନୀତି ସହ ବାହାଘଣ ହେବା ବେଳେ ଜ୍ୱାଇଁକୁ ସେମାନେ ବାଇକ୍‌ ଓ ଅନ୍ୟାନ୍ୟ ଜିନିଷପତ୍ର ଦେଇଥିଲେ । ତେବେ ବାହାଘର ପରେ ପରେ ହିଁ ପ୍ରବୀଣ ନୈନାଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲା । ମାରପିଟ୍‌ ବି କରୁଥିଲା । ଚାରି ମାସ ତଳେ ଦୁହିଙ୍କ ଭିତରେ ଭୀଷଣ ଝଗଡ଼ା ହୋଇଥିବା ନୈନାଙ୍କ ମା କହିଛନ୍ତି । ଘଟଣାର ସମାଧାନ ଥାନାରେ ହୋଇଥିଲା । ଏମିତିକି ୧୫ ଦିନ ତଳେ ନୈନା ବେକରେ ଫାଶୀ ଲଗାଇ ଦେଇଥିଲେ । ତେବେ ଆମେ ଯାଇ ତାକୁ ବଞ୍ଚାଇ ଦେଇଥିଲୁ ବୋଲି ସେ କହିଛନ୍ତି । ମୃତ୍ୟୁ ବେଳକୁ ନୈନା ୫ ମାସର ଗର୍ଭବତୀ ଥିଲେ ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

6 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

18 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

19 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago