ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ବାମୀ ଜଣଙ୍କ ସ୍ତ୍ରୀ କୁ ଖାଇବାକୁ ମାଗିଲା କିନ୍ତୁ ସ୍ତ୍ରୀ ମନା କରିଦେବାରୁ ସ୍ବାମୀ ଜଣଙ୍କ ସ୍ତ୍ରୀର ହତ୍ୟା କରିଛି । ଏଭଳି ଘଟଣା ବେଙ୍ଗାଲୁରୁ ଶିଭାମୋଗା ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଯେ ବେଙ୍ଗାଲୁରୁ ଶିବାମୋଗା ଅଞ୍ଚଳରେ ମାନୁ ଓ ତାଙ୍କ ସ୍ତ୍ରୀ ଗୌରମା ରହୁଥିଲେ । ମାନୁ ଘରେ ସ୍ତ୍ରୀ ଗୌରମାକୁ ଖାଇବାକୁ ମାଗିଲେ ସେହି ସମୟରେ ଗୌରୀମା ଫୋନରେ କଥା ହେଉଥିଲେ ।
ସେଥିପାଇଁ ସେ ତାଙ୍କ ସ୍ଵାମୀ ମାନୁଙ୍କୁ ନିଜେ ବାଢି ଖାଇବାକୁ କହିଥିଲେ । ପରେ ଫୋନରେ ବ୍ୟସ୍ତ ହୋଇଯାଇଥିଲେ । ଏହି କଥାକୁ ନେଇ ମାନୁ କ୍ରୋଧିତ ହୋଇଯାଇଥିଲେ । ଫଳରେ ଗୌରୀମାଙ୍କ ଗଳା କାଟି ହତ୍ୟା କରିଥିବା ସୂଚନା ଦେଇଛି ପୋଲିସ୍। ଘଟଣାରେ ମାନୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।