ଫେସବୁକ ଚାଟିଂରେ ବ୍ଯସ୍ତ ଥିଲେ ମହିଳା, ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ମାରିଦେଲା ସ୍ବାମୀ

ପତ୍ନୀଙ୍କୁ ଫେସବୁକରେ ଚାଟିଂ କରିବା ଥିଲା ପସନ୍ଦ। ତେଣୁ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ମାରିଦେଲା ସ୍ବାମୀ। ଏମିତି ଏକ ଘଟଣା ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାରେ ଦେଖିବାକୁ ମିଳିଛି। ଫେସବୁକ ଚାଟିଂରୁ ଦମ୍ପତିଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ, ଶେଷରେ ଏହାର କରୁଣ ପରିଣିତି ଦେଖିବାକୁ ମିଳିଲା।

ଘଟଣା ମୁତାବକ, ହୁଗୁଲି ଜିଲ୍ଲା ଚନ୍ଦନନଗର ପୋଲିସ କମିସନରେଟ ଅଞ୍ଚଳରେ ରହୁଥିବା ରିଣ୍ଟୁ ଦାସ ନିଜ ପତ୍ନୀ ପଲ୍ଲବୀ ଦାସ(୨୩)ଙ୍କ ଗଳା ଚିପି ହତ୍ଯା କରିଛନ୍ତି। ପଲ୍ଳବୀ କେବଳ ଫେସବୁକ ଚାଟିଂରେ ବ୍ଯସ୍ତ ରହୁଥିଲେ। ସ୍ବାମୀ ଭାବୁଥିଲେ, ଫେସବୁକ ମାଧ୍ୟମରେ ପୁରୁଷ ବନ୍ଧୁ କରି ସେମାନଙ୍କ ସହିତ ଚାଟ୍ କରୁଥିବା ସନ୍ଦେହ କରୁଥିଲେ। ତେଣୁ ସେ ରାଗରେ ନିଜ ପତ୍ନୀଙ୍କ ଗଳା ଚିପି ହତ୍ଯା କରିଥିଲେ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ହସପିଟାଲକୁ ପଠାଇଛି। ଅଭିଯୁକ୍ତ ରିଣ୍ଟୁଙ୍କ ମା’ଙ୍କ କହିବାନୁଯାୟୀ, ବୋହୂ ପଲ୍ଲବୀ ସବୁବେଳେ ଫେସବୁକ ଚାଟିଂରେ ବ୍ଯସ୍ତ ରହୁଥିଲେ। ତେଣୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ମାରପିଟ୍ ଲାଗୁଥିଲା। ପୋଲିସ ରିଣ୍ଟୁଙ୍କ ଆଇପିସି ଧାରା ୩୦୨ ଏବଂ ୪୯୮ ଏ ଅଧିନରେ ଗିରଫ କରିଛି। ଆଉ ଏହି ଘଟଣାର ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.