ଯୌତୁକ ନେବାକୁ ମନା କଲେ ବର, କନିଆଁ ରାଗିଯାଇ କହିଲେ ଶାଶୂଘର ଯିବିନି

ରାଜଧାନୀ ଭୋପାଲ ଠାରେ ଦେଖିବାକୁ ମିଳିଛି ଅଜବ ଘଟଣା। ଭୋପାଲ ଠାରେ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଛି ଏକ ଅଦ୍ଭୁତ କାରଣ ପାଇଁ । ବାହା ହୋଇଥିବା ନବ ବଧୂ ରାଗିବାର କାରଣ ହେଉଛି ଯେ ସେ ଯୌତୁକରେ ଦେଉଥିବା କାର ଓ ଅନ୍ୟ ଜିନିଷକୁ ସ୍ୱାମୀ ନେବା ପାଇଁ ମନା କରି ଦେଇଛନ୍ତି । ଏହି ସାମାନ୍ୟ କଥାକୁ ନେଇ ଝଗଡା ଏତେ ବଢିଯାଇଥିଲା ଯେ ବାହା ହୋଇଥିବା ନୂଆ ବୋହୂ ଶାଶୂଘରକୁ ଯିବା ପାଇଁ ରାଜି ହେଉନାହିଁ । ଏମିତିକି ଏହି କଥା ଏବେ କୋର୍ଟ ପର୍ଯ୍ୟନ୍ତ ଆସିଗଲାଣି ।

ପତ୍ନୀଙ୍କୁ ଘରକୁ ଡାକିବା ପାଇଁ ସ୍ୱାମୀ ହିନ୍ଦୁ ବିବାହ ଆଇନ ଧାରା ୯ ଅନୁଯାୟୀ ଅଭିଯୋଗ କରିଛନ୍ତି। କୋର୍ଟରେ ଏହି ମାମଲାର ବିଚାର ବର୍ତ୍ତମାନ ଚାଲିଛି । ଏହି ଘଟଣା ହେଉଛି ରାଜଧାନୀ ଭୋପାଳର ଏକ ଅଞ୍ଚଳ ଆରୋରା କଲୋନୀର | ପୁରୁଷଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ସଂସ୍ଥା ‘ଭାଇ ୱେଲଫେୟାର ସୋସାଇଟି’ କୁ ସ୍ୱାମୀ ପୁରା ଘଟଣା ବିଷୟରେ ସୂଚନା ଦେଇଥିଲେ |
ତେବେ ନୂଆ ବିବାହ କରିଥିବା ବର ସେହି ଅନୁଷ୍ଠାନକୁ କହିଛନ୍ତି ଯେ ତାଙ୍କ ଘର ଆରୋରା କଲୋନୀ ଇ – ୬ ରେ ଅବସ୍ଥିତ ଓ ସେମାନଙ୍କ ବିବାହ ଚଳିତ ବର୍ଷ ୧୪ ଫେବୃଆରୀରେ ହୋଇଥିଲା | ବିବାହ ରୀତିନୀତି ଅନୁଯାୟୀ ସେ ତାଙ୍କ ଶ୍ୱଶୂର ଘରୁ ବିବାହ ସମୟରେ ଏକ ଟଙ୍କା ନେଇଥିଲେ।

ଏହାପରେ ଝିଅ ବିଦାୟ ନେବା ପରେ ଶ୍ୱଶୂରଘର ଲୋକେ ଯୌତୁକରେ ତାଙ୍କୁ କାର୍ ଏବଂ ସମସ୍ତ ଘରକରଣା ସାମଗ୍ରୀ ଦେଇଥିଲେ କିନ୍ତୁ ସେ ଏହି ଜିନିଷ ନେବାକୁ ମନା କରିଦେଲେ | ତାଙ୍କ ପତ୍ନୀ ଏ ବିଷୟରେ ଜାଣି ରାଗିଯାଇ ନିଜ ଘରକୁ ଚାଲିଯାଇଥିଲେ । ପତ୍ନୀ ଗତ ୩ ମାସ ଧରି ତାଙ୍କ ଶାଶୂଘରକୁ ଆସିନାହାଁନ୍ତି | ସେ ନିଜ ଜିଦ୍‌ ରେ ଅଟଳ ଅଛନ୍ତି ଯେ ଯେପର୍ଯ୍ୟନ୍ତ ତାଙ୍କ ବାପଘର ତରଫରୁ ଦିଆଯାଇଥିବା କାର ଓ ସବୁ ଯୌତୁକ ତାଙ୍କ ଶାଶୂଘର ଲୋକ ନେଇଛନ୍ତି ସେପର୍ଯ୍ୟନ୍ତ ତାଙ୍କ ଶାଶୂଘର ଯିବେନି କି ତାଙ୍କ ସ୍ୱାମୀଙ୍କ ସହ ରହିବେ ନାହିଁ ।

ବର୍ତ୍ତମାନ ଜିଲ୍ଲା କୋର୍ଟରେ ପରିବାର ତରଫରୁ ହୋଇଥିବା ଅଭିଯୋଗ ମାମଲାରେ କାଉନସେଲିଂ କରାଯାଉଛି। ପରାମର୍ଶଦାତା ସ୍ୱାମୀଙ୍କୁ ଏହା ମଧ୍ୟ ବୁଝାଇ କହିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ଘରୁ ଦିଆଯାଇଥିବା କୌଣସି ଜିନିସକୁ ସେ ଯୌତୁକ ବୋଲି ଭାବନ୍ତୁ ନାହିଁ କାରଣ ଆପଣ ଯୌତୁକ ମାଗି ନାହାନ୍ତି । ଶ୍ୱଶୂର ଘର ଲୋକ ନିଜ ଝିଅର ଖୁସି ପାଇଁ ଏହି ସବୁ ଜିନିଷ ଦେଇଛନ୍ତି । ଏହି ସବୁ ଦିଆଯାଇଥିବା ସାମଗ୍ରୀ ତୁମ ସ୍ତ୍ରୀଙ୍କର ତେଣୁ ତାଙ୍କ ଅଧିକାରରୁ ତାଙ୍କୁ ବଞ୍ଜିତ କରନାହିଁ ।

ଏପରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆଗକୁ ଏମିତି ଛୋଟ କଥାକୁ ନେଇ ସମ୍ପର୍କରେ କୌଣସି ବିବାଦ ସୃଷ୍ଟି ନହେଉ ସେଥିପାଇ ଁ କାଂଉସେଲର ପରାମର୍ଶ ଦେଇଥିଲେ ।
ତେବେ ଏହା ତ ଥିଲା ବର ଙ୍କର ବଡ ପଣିଆ । ଆଜିକାଲି ଯୌତୁକ ପାଇଁ ସବୁଠି ଝଗଡା ଲାଗୁଥିବା ବେଳେ ଏଟି କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୌତୁକ ନେବା ପାଇଁ ମନା କରି ଦେଇଥିଲେ ବର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.