ହେ ଭଗବାନ ! ସ୍ୱାମୀକୁ ଭାଗ କଲେ ସ୍ତ୍ରୀ, ଏବେ ଉଭୟ ପତ୍ନୀଙ୍କ ସହ ରହିବେ ୧୫-୧୫ ଦିନ

ଜମିବାଡ଼ି, ଘର ଆଦି ଭାଗ ହେବା ତ ଆମେ ଶୁଣିଛେ। କିନ୍ତୁ କେବେ ସ୍ୱାମୀ ଭାଗ ହେବା କଥା ବୋଧେ କେହି ଶୁଣିନଥିବେ। କିନ୍ତୁ ବିହାରରେ ଏବେ ୨ ସ୍ତ୍ରୀଙ୍କ ମଧ୍ୟରେ ସ୍ୱାମୀ ଭାଗ ହୋଇଥିବା ଖବର ସାମ୍ନାକୁ ଆସିଛି। ଠିକ୍‌ ବଲିଉଡ୍‌ ଫିଲ୍ମ ଜୁଦାଇ ଭଳି। ଜୁଦାଇରେ ଯେମିତି ଦୁଇ ପତ୍ନୀ ଶ୍ରୀଦେବୀ ଓ ଉର୍ମିଳାଙ୍କ ମଧ୍ୟରେ ଅନୀଲ କପୁର ବାଣ୍ଟି ହୋଇଥିଲେ, ଏବେ ସତ ଜୀବନରେ ବି ସେମିତି ଜଣେ ସ୍ୱାମୀ ବାଣ୍ଟି ହୋଇଛି। କୌଣସି ପଞ୍ଚାୟତ ନୁହେଁ, ବରଂ ଖୋଦ୍‌ ପୋଲିସ ପରିବାର ପରାମର୍ଶ କେନ୍ଦ୍ର ଏହି ଭାଗ ବଣ୍ଟା କରିଛନ୍ତି। ପରସ୍ପରର ସହମତିରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ପରାମର୍ଶ କେନ୍ଦ୍ର।

ବିହାର ପୂର୍ଣ୍ଣିୟା ପୋଲିସର ପରିବାର ପରାମର୍ଶ କେନ୍ଦ୍ର ସ୍ୱାମୀଙ୍କୁ ମାସର ପ୍ରଥମ୧୫ ଦିନ ପ୍ରଥମ ସ୍ତ୍ରୀଙ୍କ ସହ ଓ ଶେଷ ୧୫ ଦିନ ଦ୍ୱିତୀୟ ପତ୍ନୀଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରିବାର ପରାମର୍ଶ କେନ୍ଦ୍ରର ଏହି ନିଷ୍ପତ୍ତି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ରହିଛି। ଫିଲ୍ମର କାହାଣୀ ଭଳି ଏଠାରେ ସତସତିକା ଏମିତି ଘଟଣା ଦେଖିବାକୁ ମିଳିଛି।

ବିହାରର ପୂର୍ଣ୍ଣିଆରେ ପାରିବାରିକ ବିବାଦର ସମାଧାନ କରିବାକୁ ଗଠିତ ପୋଲିସ ପରିବାର ପରାମର୍ଶ କେନ୍ଦ୍ର ଶୁକ୍ରବାର ସ୍ୱାମୀଙ୍କର ଦୁଇଟି ସ୍ତ୍ରୀଙ୍କ ମଧ୍ୟରେ ଭାଗ ବଣ୍ଟା କରିବାର ଏକ ଅଭୁତ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ଘୋଷଣା ପରେ ଏବେ ସ୍ୱାମୀଙ୍କୁ ଦୁଇ ପତ୍ନୀଙ୍କ ସହ ପ୍ରତି ମାସର ୧୫-୧୫ ଦିନ ରହିବାକୁ ପଡ଼ିବ।

Wife
Image Credit: News18

ସ୍ଥାନୀୟ ଭବାନୀପୁର ଥାନାର ଗୋଡିୟାରୀ ଅଞ୍ଚଳର ଜଣେ ମହିଳା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ କି ସେ ବିବାହିତ ଓ ତାଙ୍କର ୬ଟି ସନ୍ତାନ ଅଛନ୍ତି। ମିଛ କହି ସେ ତାଙ୍କ ସହ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ଏବେ ସେ ତାଙ୍କୁ ରଖିବାକୁ ଚାହୁଁ ନାହାନ୍ତି। ଅନ୍ୟ ପଟେ ପ୍ରଥମ ପତ୍ନୀ ମଧ୍ୟ ସ୍ୱାମୀଙ୍କ ସହ ରହିବାକୁ ଜିଦ୍ଦି କରିଥିଲେ। ଉଭୟ ପତ୍ନୀଙ୍କ କଥା ଶୁଣିବାପରେ ପରିବାର ପରାମର୍ଶ କେନ୍ଦ୍ର ବି ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ଉଭୟ ପକ୍ଷର କଥା ଶୁଣିବା ପରେ ପରାମର୍ଶ କେନ୍ଦ୍ର ଉଭୟଙ୍କୁ ସୁହାଇବା ଭଳି ନିଷ୍ପତ୍ତି ଶୁଣାଇଥିଲେ।

ନିଷ୍ପତ୍ତି ମୁତାବକ, ସ୍ୱାମୀଙ୍କୁ ୨ ଜଣ ଯାକ ପତ୍ନୀଙ୍କୁ ରଖିବାକୁ ହେବ। ଏଥିସହ ସେମାନଙ୍କ ଭରଣ ପୋଷଣ ମଧ୍ୟ କରିବାକୁ ପଡ଼ିବ। ଦୁଇ ପତ୍ନୀଙ୍କୁ ଦୁଇଟି ଅଲଗା ଅଲଗା ଘରେ ରଖିବାକୁ ସମ୍ପୃକ୍ତ ସ୍ୱାମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସ୍ୱାମୀ ମାସର ପ୍ରଥମ ୧୫ ଦିନ ପ୍ରଥମ ସ୍ତ୍ରୀଙ୍କ ସହ ଓ ଶେଷ ୧୫ ଦିନ ଦ୍ୱିତୀୟ ପତ୍ନୀଙ୍କୁ ଦେବେ ବୋଲି ପରାମର୍ଶ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ପୋଲିସ ପରିବାର ପରାମର୍ଶ କେନ୍ଦ୍ରର ଏହି ନିଷ୍ପତ୍ତିକୁ ଉଭୟ ପତ୍ନୀ ସ୍ୱୀକାର କରିବା ସହ ସ୍ୱାମୀ ବି ସମର୍ଥନ କରିଛନ୍ତି।

ସରକାରୀ ନିୟମ ମୁତାବକ, ୩ ଜଣ ଯାକ ଏଥିପାଇଁ ଏକ ବଣ୍ଡ୍‌ ବି ଦସ୍ତଖତ କରିଛନ୍ତି। ଫଳରେ ପରେ କେହି ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.