ସ୍ତ୍ରୀକୁ ସନ୍ଦେହ କରିବା ପଡିଲା ମହଙ୍ଗା : ବିଚ୍ ରାସ୍ତାରେ ସ୍ୱାମୀଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ପତ୍ନୀ
ଉତ୍ତରପ୍ରଦେଶ : କାନପୁରର କିଦବଇନଗରରେ ଏକ ସାମାନ୍ୟ ଘଟଣାକୁ ନେଇ ରାସ୍ତା ଉପରେ ଦେଖିବାକୁ ମିଳିଛି ହାଇଭୋଲଟେଜ ଡ୍ରାମା । ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପଛରେ ଲୁଚି ଲୁଚି ଅନୁସନ୍ଧାନ କରିବା ଫଳରେ ମହିଳା ଜଣକ ରାଗି ଯାଇ ଗାଁ ଲୋକଙ୍କ ସାହାଯ୍ୟ ନେଇ ନିଜ ସ୍ୱାମୀକୁ ଖୁମ୍ଭରେ ବାନ୍ଧି ଧୁମ୍ ପିଟିଛନ୍ତି। ପ୍ରଥମେ ସ୍ଥାନୀୟ ଲୋକ ତାଙ୍କ ସ୍ୱାମୀକୁ ଧୁମ୍ ପିଟିଥିଲେ ପରେ ସ୍ତ୍ରୀ ନିଜେ ମଧ୍ୟ ବହୁତ ପିଟିଛନ୍ତି। ଏହି ଦୁହିଁଙ୍କର ମାରପିଟରର ଭିଡିଓ ଖୁବ ଭାଇରାଲ ହୋଇଛି। ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣକୁ ହାଜତକୁ ନେଇଛନ୍ତି।
ମିଳିଥିବା ସୂଚନାନୁସାରେ, ଉକ୍ତ ମହିଳା ଜଣକ ସ୍ଥାନୀୟ ଏକ ସପିଂ ମଲରେ କାମ କରୁଥିଲେ। ତାଙ୍କ ସ୍ୱାମୀ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରୁଥିଲେ। ବକେବର ନିବାସୀ ଏହି ଦମ୍ପତିଙ୍କ ମାମଲା କୋର୍ଟରେ ବିଚାରାଧୀନ ଅଛି। ଏହି ମାମଲା ଶୁଣାଣି ପାଇଁ ଦୁହେଁ କୋର୍ଟକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି।
ଖବର ପାଇବା ପରେ ପୁଲିସ ଆସି ଘଟଣାସ୍ଥଳରୁ ଦମ୍ପତିଙ୍କୁ ହାଜତକୁ ନେଇଯାଇଛି। ଥାନା ପ୍ରଭାରୀ ରାଜେଶ ପାଠକଙ୍କ କହିଛନ୍ତି କି, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିଦେଇଥିଲେ। ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଛି।