ସ୍ତ୍ରୀର ଶବ ସହ ୫୦୦ କିଲୋମିଟର ଯାତ୍ରା! ଟ୍ରେନ୍‌ରେ ଶୋଇଥିବା ଅବସ୍ଥାରେ ହିଁ ଉଡ଼ିଗଲା ପ୍ରାଣବାୟୁ, ଜାଣିପାରିଲାନି ସ୍ୱାମୀ

ଲୁଧିୟାନା ରେଲେଓ୍ଵ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ। ଶବ ସହ ୫୦୦ କିଲୋମିଟର ଯାତ୍ରା କରିଛନ୍ତି ଜଣେ ବ୍ୟକ୍ତି, ଆଉ ତାହା ବି ତାଙ୍କ ଅଜାଣତରେ। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ରହିଛି। ଖବରରୁ ଜଣାପଡ଼ିଛି ଯେ ଲୁଧିୟାନା ରେଲେଓ୍ଵ ଷ୍ଟେସନରୁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ସହିତ ଟ୍ରେନ୍‌ରେ ଚଢ଼ିଥିଲେ। ହେଲେ ଦୁଃର୍ଭାଗ୍ୟବଶତଃ ରାସ୍ତାରେ ହିଁ ସ୍ତ୍ରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। କିନ୍ତୁ ବ୍ୟକ୍ତି ଜଣକ ଏ ବିଷୟରେ ଟିକିଏ ବି ଜଣାପାରି ନ ଥିଲେ, ଯାହାଫଳରେ ସେ ପାଖାପାଖି ୫୦୦ କିଲୋମିଟର ପର୍ଯ୍ୟନ୍ତ ସ୍ତ୍ରୀର ଶବ ସହିତ ହିଁ ଯାତ୍ରା କରିଥିଲେ। ଟିଟିଇ ଯେତେବେଳେ ଟିକେଟ୍‌ ମାଗିବାକୁ ଆସିଥିଲା, ତ ସେତେବେଳେ ସେ ଜାଣିବାକୁ ପାଇଥିଲେ କି, ତାଙ୍କ ସ୍ତ୍ରୀ ଆଉ ଏହି ଦୁନିଆରେ ନାହାନ୍ତି।

ବିହାରର ଔରଙ୍ଗାବାଦ ଜିଲ୍ଲାର ବାସିନ୍ଦା ହେଲେ ନବୀନ, ଯିଏକି ନିଜ ସ୍ତ୍ରୀ ଉର୍ମିଳାଙ୍କୁ ଚିକିତ୍ସା ପାଇଁ ଲୁଧିୟାନା ନେଇ ଯାଇଥିଲେ। ଲୁଧିୟାନାରୁ ବିହାର ଫେରିବା ପାଇଁ ସେ ମୟୂରଧ୍ୱଜ ଟ୍ରେନରେ ବସିଥିଲେ। କିଛି କିଲୋମିଟର ଯିବା ପରେ ଟ୍ରେନରେ ହିଁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ନବୀନ ଏ ବିଷୟରେ ସାମାନ୍ୟତମ ସୁରାକ୍‌ ପାଇପାରି ନ ଥିଲେ। ତାଙ୍କ ସ୍ତ୍ରୀ କେତେବେଳେ ଯେ ଆରପାରିକୁ ଚାଲି ଯାଇଥିଲେ, ସେ ବିଷୟରେ ସେ ଆଦୌ ଜାଣିପାରି ନ ଥିଲେ।

ନବୀନ ସ୍ତ୍ରୀର ଶବ ସହିତ ପାଖାପାଖି ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ତାଙ୍କ କହିବା ହେଲା, ଟ୍ରେନରେ ଚଢ଼ିବା ପରେ ସ୍ତ୍ରୀ ଶୋଇ ପଡ଼ିଥିଲେ ଏବଂ ତାଙ୍କ ମୃତ୍ୟୁ ଶୋଇବା ସମୟରେ ହୋଇଥିବାରୁ ଏ ବିଷୟରେ ସେ ଜାଣିପାରି ନ ଥିଲେ। ଟ୍ରେନରେ ଯେତେବେଳେ ଟିଟିଇ ନବୀନଙ୍କୁ ଟିକେଟ ମାଗିବାକୁ ଆସିଥିଲା, ତ ସେହି ସମୟରେ ସେ ଜାଣିବାକୁ ପାଇଥିଲେ କି, ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଘଟଣା ବିଷୟରେ ଜାଣିବା ପରେ ଟ୍ରେନର କର୍ମଚାରୀମାନେ ତୁରନ୍ତ ଏ ନେଇ ଶାହଜହାଁପୁର ଜିଆର୍‌ପିକୁ ସୂଚନା ଦେଇଥିଲେ। ଏହାପରେ ମୃତଦେହକୁ ଶାହଜହାଁପୁର ରେଲେଓ୍ଵ ଷ୍ଟେସନରେ ଓହ୍ଲାଇ ଦିଆଯାଇଥିଲା। ବର୍ତ୍ତମାନ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଥିବା ବେଳେ ପୋଲିସ ମାମଲାର ତଦନ୍ତ କରୁଛି।

ଟ୍ରେନ୍‌ରେ ମିଳିବ ବେଡ୍‌ରୋଲ ସୁବିଧା

ଅନ୍ୟପକ୍ଷରେ ଭାରତୀୟ ରେଲେଓ୍ଵ ଯାତ୍ରୀମାନଙ୍କୁ ଏକ ଖୁସି ଖବର ଦେଇଛି। ସେପ୍ଟେମ୍ବର ୨୦ରୁ ଯାତ୍ରୀମାନଙ୍କୁ ଟ୍ରେନରେ ସ୍ୱତନ୍ତ୍ର ସୁବିଧା ମିଳିବ। ସୂଚନା ମୁତାବକ, ଯେଉଁ କୋଚ୍‌ଗୁଡ଼ିକରେ ଯାତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ବେଡ୍‌ରୋଲର ସୁବିଧା ମିଳି ନ ଥିଲା, ସେହି କୋଚଗୁଡ଼ିକରେ ଯାତ୍ରୀମାନେ ଏହାର ସୁବିଧା ପାଇ ପାରିବେ। ରେଲୱେ କହିଛି ଯେ ବର୍ତ୍ତମାନଠାରୁ ଏସି କୋଚ୍ ସହ ଥାର୍ଡ ଏସି କୋଚ୍ ଅର୍ଥାତ୍ ଇକୋନୋମି କ୍ଲାସ୍‌ରେ ମଧ୍ୟ ଲୋକମାନଙ୍କୁ ବେଡ୍‌ରୋଲର ସୁବିଧା ମିଳି ପାରିବ। ଏହାର ଅର୍ଥ ହେଲା, ଏବେ ଠାରୁ ଟ୍ରେନରେ ଯାତ୍ରା କଲେ, ଆପଣଙ୍କୁ ଆଉ ଘରୁ କମ୍ବଳ ନେଇ ଯିବାର ଆବଶ୍ୟକ ପଡ଼ିବ ନାହିଁ।

Leave A Reply

Your email address will not be published.