ଯୌତୁକ ପାଇଁ ସ୍ତ୍ରୀର ଚୁଟି କାଟିଲା ସ୍ୱାମୀ

ବିବାହ ଯୌତୁକରେ ଫ୍ରିଜ ଏବଂ କୁଲର ନ ପାଇବାରୁ ସ୍ୱାମୀ ରାଗି ଯାଇ ନିଜ ସ୍ତ୍ରୀଙ୍କ ଚୁଟି କାଟି ଦେଇଛନ୍ତି ।  ହଁ ଆଂଜ୍ଞା ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ହରପାଲପୁର ଥାନା ଅଞ୍ଚଳରେ । ପୀଡିତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅକୁ ବାହା ଦେବାର ମାତ୍ର ବର୍ଷେ ହୋଇଛି । ବାହାଘରର ମାତ୍ର କିଛିଦିନ ଭିତରେ ଫ୍ରିଜ୍ ଓ କୁଲର ପାଇଁ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । କିଛି ଦିନ ତଳେ ଏହାକୁ ନେଇ ଜ୍ବାଇଁ ରାଗିଯାଇଥିଲେ ଏବଂ ରାଗରେ ଝିଅର ଚୁଟି କାଟିପକାଇଥିଲେ ।

ଘଟଣାଟି ହରପାଲପୁର ଥାନା ଅଞ୍ଚଳର । ପୀଡିତା ମହିଳାଙ୍କ ବିବାହ ସାଣ୍ଡି ସହରର ଜଣେ ଯୁବକଙ୍କ ସହ ଏକ ବର୍ଷ ପୂର୍ବରୁ ହୋଇଥିଲା ।  ପୀଡିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ଯୌତୁକରେ ଏକ ଫ୍ରିଜ ଏବଂ କୁଲର ମାଗୁଥିଲେ ।  ଯେତେବେଳେ ତାଙ୍କର ଦାବି ପୂରଣ ହୋଇପାରି ନଥିଲା ଯାହାଫଳରେ ସେ ନିଜ ସ୍ତ୍ରୀ କୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ ।

ଏହାପରେ ବିରକ୍ତ ହୋଇ ମହିଳା ଜଣକ କିଛି ଦିନ ପୂର୍ବରୁ ବାପାଙ୍କ ସହ ନିଜ ଘରକୁ ଆସିଥିଲେ । ଶୁକ୍ରବାର ଦିନ, ଅଭିଯୁକ୍ତ ସ୍ୱାମୀ ମଧ୍ୟ ତାଙ୍କ ଶ୍ୱଶୁର ଘର ପହଞ୍ଚିଥିଲେ । ପୀଡିତାଙ୍କ ବାପା କହିଛନ୍ତି ଯେ କ୍ରୋଧରେ ତାଙ୍କ ଜ୍ୱାଇଁ ଝିଅର ଛୁଟି କାଟି ଦେଇଥିଲେ । ରାତିରେ, ପୀଡିତାଙ୍କ ବାପା କଟା ହୋଇଥିବା ଚୁଟିକୁ ଧରି ଧରି ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ ।

ପୋଲିସ ଷ୍ଟେସନ ଇନଚାର୍ଜ କୌଶଲ କିଶୋର ଯାଦବ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଶନିବାର ସକାଳେ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ ଧାରା ଏବଂ ଡିପି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ।

Also read: ଯୌତୁକରେ କାର ଡିମାଣ୍ଡ କଲା ବରପକ୍ଷ, ବେଦିରୁ ଉଠିଲେ ଦୁଇ ଭଉଣୀ