ପୂର୍ବତନ ସୈନିକଙ୍କ ବର୍ବରକାଣ୍ଡ, ସ୍ତ୍ରୀକୁ ହତ୍ୟା କରି ଶରୀରକୁ ପ୍ରେସର କୁକୁରରେ ସିଝାଇଲା ସଇତାନ ସ୍ବାମୀ

ତେଲଙ୍ଗାନା ହାଇଦ୍ରାବାଦରେ ବର୍ବର କାଣ୍ଡ । ସ୍ତ୍ରୀକୁ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି ପ୍ରେସର କୁକରରେ ସିଝାଇଲା ସ୍ବାମୀ । ପରେ ସିଝିଥିବା ହାଡ଼ ଓ ମାଂସ ଖଣ୍ଡକୁ ଝରଣାରେ ଫୋପାଡ଼ିଦେଲା । ଏଭଳି ଜଘନ୍ୟ ହତ୍ୟାକଣ୍ଡ ଘଟିଛି ହାଇଦ୍ରାବାଦର ରଙ୍ଗାରେଡ୍ଡୀ ଜିଲ୍ଲାର ମୀରପେଟା ଅଞ୍ଚଳରେ ।
ଅଭିଯୁକ୍ତ ସ୍ବାମୀ ଜଣେ ପୂର୍ବତନ ସେନା କର୍ମଚାରୀ । ନାଁ ଗୁରୁମୂର୍ତ୍ତି । ପୂର୍ବରୁ ସେନାରେ କାମ କରୁଥିବା ଗୁରୁମୂର୍ତ୍ତି ଏବେ DRDOରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିଲା । ଗୁରୁମୂର୍ତ୍ତି ଓ ସ୍ତ୍ରୀ ଭେଙ୍କେଟ୍ ମାଧବୀଙ୍କ ମଧ୍ୟରେ ସଦାବେଳେ ବଚସା ଲାଗିରହୁଥିଲା । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ମାଧବୀଙ୍କ ନିଖୋଜ ନେଇ ତାଙ୍କ ବାପ ମାଆ ଗତ ୧୩ ତାରିଖରେ ନିଖୋଜ ଅଭିଯୋଗ କରିଥିଲେ । ସ୍ତ୍ରୀକୁ ହତ୍ୟା କରିବା ପରେ ମୃତଦେହକୁ ବାଥରୁମରେ ଖଣ୍ଡ ଖଣ୍ଡ କରିଥିଲା ସୈତାନ ସ୍ବାମୀ । ପରେ ପ୍ରେସର କୁକରରେ ସିଝାଇ ଜିଲ୍ଲେଲାଗୁଡ଼ାର ଚନ୍ଦର ଝରଣା ନିକଟରେ ଫିଙ୍ଗିଥିଲା । ରାଚକୋଣ୍ଡା କମିଶନରେଟ୍ ଅନ୍ତର୍ଗତ ମୀରପେଟା ପୋଲିସ ଷ୍ଟେସନ୍ ଅଞ୍ଚଳରେ ଘଟିଛି ଏହି ଘଟଣା । ପୋଲିସ ଘଟଣା ନେଇ ତଦନ୍ତ ଆରମ୍ଭ କରିଛି । ଆଉ ପୋଲିସ ଜେରାବେଳେ ସବୁ କଥା ସ୍ବୀକାର କରିଛନ୍ତି ଗୁରୁ ମୂର୍ତ୍ତି । ଆଉ ପୋଲିସ ଜେରାବେଳେ ସେ ନିଜ ଦୋଷ ସ୍ବୀକାର କରିଛନ୍ତି ।
Also Read : ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା