ନୂଆ ଷ୍ଟାଇଲରେ ସୁନା ଚୋରି, ମଳଦ୍ୱାରରେ ସୁନା ପେଷ୍ଟ ରଖିଥିବା ଯାତ୍ରୀଙ୍କୁ ତେଲେଙ୍ଗାନା ଏୟାରପୋର୍ଟରେ ଅଟକ

ମଳଦ୍ୱାରରେ ସୁନା ପେଷ୍ଟ ରଖିଥିବା ଯାତ୍ରୀଙ୍କୁ ତେଲେଙ୍ଗାନା ଏୟାରପୋର୍ଟରେ ଅଟକ ରଖିଛି ହାଇଦ୍ରାବାଦ କଷ୍ଟମ ବିଭାଗ । ଯାତ୍ରୀ ଜଣକ ମସ୍କଟରୁ ତେଲେଙ୍ଗାନାକୁ ଆସୁଥିଲେ ।

ସୁନା ଚୋରି କରିବାର ଭିନ୍ନ କୌଶଳ । ହେଲେ ଧରାପଡିଗଲେ । ଏମିତି ଘଟଣା ତେଲେଙ୍ଗାନା ଏୟାରପୋର୍ଟରେ ଦେଖିବାକୁ ମିଳିଛି । ନୂଆ ଷ୍ଟାଇଲରେ ସୁନା ଚୋରି । ବିଭିନ୍ନ ସମୟରେ ଯାତ୍ରୀଙ୍କ ଠାରୁ ସୁନା ବିସ୍କୁଟ ଜବତ କରାଯାଏ। ଏବେ ଜଣେ ଯାତ୍ରୀଙ୍କ ଠାରୁ ସୁନା ପେଷ୍ଟ ଜବତ କରାଯାଇଛି । ମଳଦ୍ୱାରରେ ରଖି ସୁନା ପେଷ୍ଟ ଆଣିଛନ୍ତି ଯାତ୍ରୀ । ତେଲେଙ୍ଗାନାରେ ଏୟାରପୋର୍ଟରୁ ଯାତ୍ରୀଙ୍କୁ ଅଟକ ରଖିଛି ହାଇଦ୍ରାବାଦ କଷ୍ଟମ ବିଭାଗ।


ଖବର ମୁତାବକ, ଯାତ୍ରୀ ଜଣଙ୍କ ମସ୍କଟରୁ ତେଲେଙ୍ଗାନା ଆସିଛନ୍ତି । ଯାତ୍ରୀ ମଳଦ୍ୱାରରେ ସୁନା ପେଷ୍ଟ ଲୁଚାଇ ରଖିଥିଲେ । ତାଙ୍କ ଠାରୁ ପ୍ରାୟ ୬୮୫.୭ ଗ୍ରାମ ସୁନା ଜବତ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୪୩ ଲକ୍ଷ ହେବ ବୋଲି ଜଣାପଡିଛି। ତେବେ ଏୟାରପୋର୍ଟରେ ବ୍ୟକ୍ତିଙ୍କ ବ୍ୟବହାର ଦେଖି ସନ୍ଦେହ କରି ଅଟକ ରଖାଯାଇଥିଲା । ଫଳରେ ସୁନା ଲୁଚାଇ ନେଉଥିବା କଥା ଜଣାପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.