ରାସ୍ତାରେ ଲୋକଙ୍କୁ ଗୋଡ଼ାଉଥିଲା ଚିତା, କୁକୁର ପହଞ୍ଚି ଲାଞ୍ଜକୁ ଏମିତି କାମୁଡ଼ିଲା ଯେ… ଦେଖନ୍ତୁ ପୂରା ଦୃଶ୍ୟ

ଲକ୍‌ଡାଉନ୍‌ ଯୋଗୁ ଜଙ୍ଗଲର ଜୀବଜନ୍ତୁ ଏବେ ରାସ୍ତାରେ ଆସି ବୁଲୁଛନ୍ତି। ହାତୀ, ସିଂହ, ବିଲୁଆ, ଚିତାବାଘ ଆଦି ଏବେ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଚାଲି ଆସୁଛନ୍ତି। କେତେକ ଜୀବ ଚୁପ୍‌ଚାପ ବୁଲାବୁଲି କରି ପୁଣି ଥରେ ଜଙ୍ଗଲକୁ ଫେରିଯାଉଥିବା ବେଳେ ଆଉ କିଛି ଲୋକଙ୍କୁ ଆକ୍ରମଣ କରୁଛନ୍ତି। ହାଇଦ୍ରାବାଦରେ ଏବେ ସେହିଭଳି ଏକ ଚିତାବାଘର ଆତଙ୍କ ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେଉଛି।

South Africa: Toddler killed by leopard in Kruger National Park ...

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ଏକ ଚିତାବାଘ ଅଚାନକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରୁଛି। ସେହି ସମୟରେ ସେଠାରେ ଏକ କୁକୁର ପହଞ୍ଚିଯାଉଛି। କୁକୁରଟି ଚିତାବାଘର ଲାଞ୍ଜକୁ କାମୁଡ଼ି ତାକୁ ହଟାଇବାକୁ ଚେଷ୍ଟା କରୁଛି। ଏହି ଭିଡିଓକୁ ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ପ୍ରବୀଣ କାସବାନ୍‌ ସେୟାର କରିଛନ୍ତି।

ଭିଡିଓରେ ଦୁଇ ଜଣ ଲୋକ ଦୌଡ଼ି ଦୌଡ଼ି ଆସୁଥିବା ଦେଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଟ୍ରକ ଉପରେ ଚଢ଼ୁଥିବା ବେଳେ ଆଉ ଜଣେ ଘରକୁ ପଶିବାକୁ ଉଦ୍ୟମ କରୁଛି। କିନ୍ତୁ ଘରେ ପ୍ରବେଶ କରିନପାରିବାରୁ ସେ ମଧ୍ୟ ଟ୍ରକ୍‌ ଉପରେ ଚଢ଼ୁଛି। ଏହି ସମୟରେ ଚିତାବାଘଟି ଆସି ତାଙ୍କ ଗୋଡ଼କୁ ଘୋଷାଡ଼ିବାରେ ଲାଗିଛି। ବ୍ୟକ୍ତି ଜଣକ ଟ୍ରକରେ ଚଢ଼ିବାରେ ସଫଳ ହେବା ପରେ ଗଳିର କେତେକ କୁକୁର ଆସି ଚିତାବଘ ଉପରେ ଆକ୍ରମଣ କରୁଛନ୍ତି। ଫଳରେ ଚିତା ସ୍ଥାନ ଛାଡ଼ି ଚାଲିଯାଉଛି।

ଭିଡିଓକୁ ସେୟାର କରି ପରବୀନ କ୍ୟାପସନ୍‌ରେ ଲେଖିଛନ୍ତି ଭାରତରେ କୁକୁର ଓ ଚିତାବାଘ ମଧ୍ୟରେ ଅନେକ ଲଢ଼େଇ ହୋଇଛି। ଏହା ନୂଆ ନୁହେଁ। କୁକୁର ଚିତାବାଘକୁ ତଡ଼ିବାକୁ ଚେଷ୍ଟା କରୁଛି। ସେହିପରି ଚିତାବାଘ ମଧ୍ୟ ହଟ୍‌ ଡଗ୍‌ ଡ୍ୟାନ୍ସ କରିବାକୁ ପସନ୍ଦ କରୁଛି। ଭିଡିଓକୁ ଏବେ ଯାଏଁ ୩୦ ହଜାରରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ମଧ୍ୟ ଭିଡିଓକୁ ସେୟାର କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.