ହାଇଦ୍ରାବାଦ ସିଟି ପୋଲିସ ନିକଟରେ ନିଜ ‘ଏକ୍ସ’ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛି । ଏଥିରେ ଏକ ଲଜ୍ଜାଜନକ ଘଟଣା କଏଦ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ଭିଡ଼ ଭିତରେ ଜଣେ ମହିଳାଙ୍କ ସହ ଅଭଦ୍ର ଆଚରଣ କରୁଥିବାର ଦେଖାଯାଉଛି । ବ୍ୟକ୍ତି ଜଣକ ଅଶାଳୀନ ଢଙ୍ଗରେ ମହିଳାଙ୍କୁ ଛୁଉଁଛନ୍ତି ଏବଂ ବାରମ୍ବାର ସେ ଏହି ହରକତକୁ ଦୋହରାଉଛନ୍ତି ।
ଭିଡିଓ ଦେଖିଲେ ଏହା କୌଣସି ଏକ ସାର୍ବଜନିକ ସ୍ଥାନ କିମ୍ବା ରାସ୍ତା ଭଳି ଲାଗୁଛି । ଏଠାରେ ପୋଲିସର ‘She Teams’ ସ୍ଥିତି ଉପରେ ନଜର ରଖିଥିଲା । ଏହି ଭିଡିଓ ଜରିଆରେ ପୋଲିସ ଏକ କଡ଼ା ବାର୍ତ୍ତା ଦେଇ ଲେଖିଛି ଯେ ‘ଯେଉଁଠି ବି ଆପଣ ଖରାପ ହରକତ କରୁଛନ୍ତି, ଆପଣଙ୍କ ବ୍ୟବହାର ଆମ ‘She Teams’ ଦ୍ୱାରା ରାସ୍ତା, ସାର୍ବଜନିକ ସ୍ଥଳ ଏବଂ ଅନ୍ୟାନ୍ୟ ସ୍ଥାନରେ ରେକର୍ଡ କରାଯାଉଛି । ନିଜର ଖରାପ ଉଦ୍ଦେଶ୍ୟକୁ ଦୂର କରିବା ହିଁ ଜେଲ୍ରୁ ବର୍ତ୍ତିବାର ଏକମାତ୍ର ଉପାୟ’ ।
ଏହି ଘଟଣାକୁ ନେଇ ପୋଲିସ ସେୟାର କରିଥିବା ବାର୍ତ୍ତା ସମାଜକୁ ଏକ ଚେତାବନୀ ସଦୃଶ । ମହିଳାଙ୍କ ପ୍ରତି ହେଉଥିବା ଯୌନ ଉତ୍ପୀଡ଼ନ ଓ ନିର୍ଯାତନା ଭଳି ଘଟଣାକୁ ବନ୍ଦ କରିବା ଏବଂ ଏଭଳି ହରକତ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଭଳି ଘଟଣା ଉପରେ ନଜର ରଖିବା ତଥା ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହାଇଦ୍ରାବାଦ ପୋଲିସର ‘ସି ଟିମ୍’ ଗଠନ କରାଯାଇଛି । ଏହି ଟିମ୍ ସାଦା ପୋଷାକରେ ନିୟୋଜିତ ରୁହନ୍ତି । ଅସଦାଚରଣ ଏବଂ ଉତ୍ପୀଡ଼ନ ଭଳି ଘଟଣାକୁ ତୁରନ୍ତ ରୋକିବା ପାଇଁ ପ୍ରସ୍ତୁତ ରହିଥାଆନ୍ତି ।