୧୨ ବର୍ଷର ବାଳକ ପ୍ରସ୍ତୁତ କଲେ ‘ସ୍ମାର୍ଟ ଡଷ୍ଟବିନ୍‌’, ଆବର୍ଜନା ଭରିବା ପରେ ମ୍ୟୁନିସିପାଲିଟିକୁ ପଠାଇଥାଏ ମେସେଜ୍‌

ହାଇଦ୍ରାବାଦର ଜଣେ ୧୨ ବର୍ଷର ବାଳକ ମହମ୍ମଦ ହସନ ସ୍ମାର୍ଟ ଡଷ୍ଟବିନ୍‌ ତିଆରି କରିଛନ୍ତି। ଏହାର ଖାସ୍‌ କଥା ହେଉଛି, ଆବର୍ଜନା ଭରିବା ପରେ ଏହା ଖାଲି ହେବା ପାଇଁ ପୌରପାଳିକାକୁ ଆଲର୍ଟ ପଠାଇଥାଏ। ଏହାକୁ ଓ୍ଵାଇଫାଇରେ କନେକ୍ଟ କରାଯାଇପାରେ। ହସନଙ୍କ କହିବା କଥା ହେଲା, ତାଙ୍କୁ ଏହି ଆଇଡିଆ ସ୍ୱଚ୍ଛ ଭାରତ ଅଭିଯାନ ସହ ଜଡ଼ିତ ଏକ ଭିଡିଓ ଦେଖିବା ସମୟରେ ଆସିଥିଲା।

dust3

ଡଷ୍ଟବିନରେ ଲଗାଯାଇଛି ସେନ୍ସର

ଡଷ୍ଟବିନରେ ଲାଗିଥିବା ଅଲଟ୍ରାସୋନିକ୍‌ ସେନ୍ସରରୁ ଜଣାପଡ଼େ କି, ଆବର୍ଜନା କେତେ ଭରିଛି। ଏହା ବିଶ୍ଳେଷଣ କରିବା ପରେ ସେନ୍ସର ଡଷ୍ଟବିନରେ ଲାଗିଥିବା ଏଲସିଡିରେ ସୂଚନା ପଠାଇଥାଏ। ଯେତେବେଳେ ଆବର୍ଜନା ପୂର୍ଣ୍ଣ ହୋଇଯାଏ, ସେତେବେଳେ ଓ୍ଵାଇଫାଇରେ କନେକ୍ଟ ହେବା କାରଣରୁ ଡଷ୍ଟବିନ୍‌ ସିଧା ମ୍ୟୁନିସିପାଲ କର୍ପୋରେଶନକୁ ଆବର୍ଜନା ଉଠାଇବା ପାଇଁ ମେସେଜ୍‌ ପଠାଇଥାଏ। ଡଷ୍ଟବିନକୁ ଓ୍ଵାଇଫାଇରେ ଯୋଡ଼ିବା ସହିତ ଏଥିରେ ଅଲଟ୍ରାସୋନିକ୍‌ ସେନ୍ସର, ସର୍ଭୋ ମୋଟୋ, ବୁଜର ଓ ଏଲସିଡି ଲଗାଯାଇଛି।

ଏହାସହ ପଢନ୍ତୁ: ବୟସ ମାତ୍ର ଏକ ବର୍ଷ କିନ୍ତୁ ମୁଣ୍ଡରେ କେଶ ଦେଖିଲେ ବୁଲାଇଯିବ ଆପଣଙ୍କ ମୁଣ୍ଡ

dust1

ମହମ୍ମଦ ହସନ ୮ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସେ ଗ୍ରାଜୁଏଶନ, ପିଜି ସହ ସିଭିଲ୍‌, ମେକାନିକାଲ୍‌ ଏବଂ ଇଲେକ୍ଟ୍ରିକ୍‌ ଇଞ୍ଜିନିୟରିଂ ଛାତ୍ରମାନଙ୍କୁ ପଢ଼ାଉଛନ୍ତି। ହସନ ପାଖାପାଖି ୨ ଦିନରେ ଏହି ସ୍ମାର୍ଟ ଡଷ୍ଟବିନ ତିଆରି କରିଛନ୍ତି। ସେ କୁହନ୍ତି, ଯଦି ସ୍ୱଚ୍ଛ ଭାରତ ଅଭିଯାନରେ ଟେକ୍ନୋଲଜିକୁ ସାମିଲ କରାଯାଏ, ତା’ହେଲେ ଦେଶକୁ ଆହୁରି ସ୍ୱଚ୍ଛ କରିବା ବହୁତ ସହଜ ହୋଇଯିବ। ହସନ ଏହାପୂର୍ବରୁ ସର୍ଭିଙ୍ଗ୍‌ ରୋବଟ୍‌ ମଧ୍ୟ ତିଆରି କରିସାରିଛନ୍ତି। ଏହାକୁ ସେ ୧୫ ଦିନରେ ପ୍ରସ୍ତୁତ କରିଥିଲେ। ଏହି ରୋବଟକୁ କମାଣ୍ଡ ଦେଇ କାମ କରାଯାଇପାରେ।