ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ମେଟ୍ରୋ ଟ୍ରେନରେ ଆସିଲା ଜୀବନ୍ତ ହାର୍ଟ, ଅପରେସନ ହେଲା ସଫଳ

ହାଇଦ୍ରାବାଦ : ଜଣେ ରୋଗୀର ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ଟ୍ରେନରେ ଆସିଲା ଜୀବନ୍ତ ହାର୍ଟ । ହାଇଦ୍ରାବାଦର ଏକ ଡାକ୍ତରୀ ଦଳ ଏହି ଜୀବନ୍ତ ହାର୍ଟକୁ ମେଟ୍ରୋ ଟ୍ରେନରେ ଆଣି ରୋଗୀର ଦେହରେ ସଫଳତାର ସହ ଟ୍ରାନ୍ସପ୍ଲାଣ୍ଟ କରିଥିବା ଜଣାଯାଇଛି । ଏପରି ଏକ ବିପଦପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ କରି ପାରିଛନ୍ତି ହାଇଦ୍ରାବାଦର ଡାକ୍ତରୀ ଦଳ । ତେବେ ଏଥିପାଇଁ ହାଇଦ୍ରାବାଦ ମେଟ୍ରୋ ରେଲ ର ସହଯୋଗ ଥିଲା ଅବର୍ଣ୍ଣନୀୟ । ଜୀବନ୍ତ ହାର୍ଟ ମାତ୍ର ୨୫ ମିନିଟରେ ଏଲ ବି ନଗର ସ୍ଥିତ କାମିନେନି ହସପିଟାଲରୁ ଜୁବଲି ହିଲ ଚେକ୍‌ ପୋଷ୍ଟରେ ପହଞ୍ଚିଥିଲା ।

ଏଥିପାଇଁ ରେଳ ବିଭାଗର ଉଚ୍ଚ ଅଧିକାରୀମାନେ ବହୁତ ସୁନ୍ଦର ବ୍ୟବସ୍ଥା କରିଥିଲେ । ଏହି ସମୟରେ ପୁରା ଟ୍ରାକ୍‌କୁ ଗ୍ରୀନ ସିଗନାଲ ଚ୍ୟାନେଲରେ ରଖିଥିଲେ । ଯେଉଁଥିପାଇଁ ଟ୍ରେନଟି ମାତ୍ର ୨୫ ମିନିଟରେ ୨୬ ତାରିଖ ସୋମବାରରେ ପହଞ୍ଚିଥିଲା ଜୁବଲି ଚେକ୍‌ ପୋଷ୍ଟରେ । ପୂର୍ବରୁ ସେଠାରେ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇଥିଲା । ତୁରନ୍ତ ଜୀବନ୍ତ ହାର୍ଟ ରୋଗୀର ଦେହରେ ସଫଳତାର ସହ ଟ୍ରାନ୍ସପ୍ଲାଣ୍ଟ ହୋଇ ପାରିଥିଲା ।

ସବୁଠାରୁ ବଡ଼ କଥା ହେଲା ଯେ ଉକ୍ତ ଦିନ ହାଇଦ୍ରାବାଦରେ କ୍ରିକେଟ ମ୍ୟାଚ୍‌ ପାଇଁ ୨୦ ହଜାରରୁ ଉର୍ଦ୍ଧ୍ୱ କ୍ରିକେଟ ପ୍ରେମୀ ମେଟ୍ରୋ ଟ୍ରେନରେ ଫେରିବାର ଥିଲା । ଏପରି ସମୟରେ ରେଳ ବିଭାଗ ଏତେ ସୁନ୍ଦର ବ୍ୟବସ୍ଥା କରି ଜୀବନ୍ତ ହାର୍ଟକୁ ମାତ୍ର ୨୫ ମିନିଟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିଥିଲେ ।

ହାଇଦ୍ରାବାଦ ମେଟ୍ରୋ ରେଳର ଏପରି କାର୍ଯ୍ୟ ପାଇଁ ସମସ୍ତେ ସାଧୁବାଦ ଜଣାଇଥିଲେ । ହାଇଦ୍ରାବାଦ ମେଟ୍ରୋ ରେଳର ଏହା ଥିଲା ଦ୍ୱିତୀୟ ଥର ସହଯୋଗ । ଏପରି ୨୦୨୧ ମସିହାରେ ହାଇଦ୍ରାବାଦ ମେଟ୍ରୋ ରେଳ ଜୀବନ୍ତ ହାର୍ଟ ଟ୍ରାନ୍ସପୋର୍ଟ ପାଇଁ ରେଳ ଟ୍ରାକରେ ସ୍ୱତନ୍ତ୍ର ଗ୍ରୀନ ସିଗନାଲର ବ୍ୟବସ୍ଥା କରିଥିଲା । ଏହି କାର୍ଯ୍ୟ ଅବସରରେ ହାଇଦ୍ରାବାଦ ମେଟ୍ରୋ ରେଳର ଏମ୍‌ଡି, ସିଇଓ କହିଛନ୍ତି, ଏପରି ଜୀବନ ରକ୍ଷାକାରୀ କାର୍ଯ୍ୟରେ ମେଟ୍ରୋ ରେଳ ସର୍ବଦା ରୋଗୀଙ୍କ ସହ ରହିଛି ।

 

 

View this post on Instagram

 

A post shared by The Tatva (@thetatvaindia)

 

Leave A Reply

Your email address will not be published.