ଯୋଗୀ ଆଦିତ୍ୟନାଥଙ୍କୁ ଉମା ଭାରତୀଙ୍କ ଟୁଇଟ୍ : ମୁଁ ତୁମର ବଡ଼ ଭଉଣୀ ପରି, କଥା ରଖିବ

ନୂଆଦିଲ୍ଲୀ : ହାଥରସ୍ ଗଣଦୁଷ୍କର୍ମ ମାମଲାରେ ପରିବାରବର୍ଗ ଓ ରାଜନେତାଙ୍କୁ ଭେଟିବାକୁ ଛଡ଼ାଯିବା ଉଚିତ୍ ବୋଲି ବରିଷ୍ଠ ବିଜେପି ନେତା ଉମା ଭାରତୀ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଟୁଇଟ୍ କରିଛନ୍ତି ।
ଟୁଇଟ୍ରେ ସେ ଲେଖିଛନ୍ତି‘ ତୁମେ ଜାଣିଥିବା କୋଭିଡ୍ ପଜିଟିଭ୍ ଯୋଗୁ ମୁଁ ଏମ୍ସରେ ଭର୍ତ୍ତି ହୋଇଛି । ତେଣୁ କାହା ସହ କଥା ହେଉନି କି ଭେଟୁନି । ବାବ୍ରି ମସଜିଦ୍ ଶୁଣାଣୀରେ ମଧ୍ୟ ମୁଁ କୋର୍ଟରେ ଉପସ୍ଥିତ ନଥିଲି । ମୁଁ ଟିଭିରେ ନ୍ୟୁଜ୍ ଦେଖୁଛି । ’
१)आदरणीय @myogiadityanath जी आपको जानकारी होगी ही की मै कोरोना पॉज़िटिव पाने से AIIMS ऋषिकेश में कोरोना वार्ड में भरती हू ।
— Uma Bharti (@umasribharti) October 2, 2020
ଉମା ଆହୁରି ଟୁଇଟରେ ଲେଖିଛନ୍ତି ‘ମୁଖ୍ୟମନ୍ତ୍ରୀ ଚତୁରତାର ସହ ପରିସ୍ଥିତିକୁ ସମ୍ଭାଳୁଛନ୍ତି । ହେଲେ ପୁଲିସ ଯେମିତି ପୀଡିତାଙ୍କ ପରିବାରକୁ କାହାକୁ ଦେଖା କରିବାକୁ ଦେଉନି । ଏହା ଚିନ୍ତା ଉଦ୍ରେକକାରୀ ବିଷୟ ଓ ବିତର୍କିତ ମଧ୍ୟ । ‘ଏସ୍ଆଇଟି’ ତଦନ୍ତ ଆଳରେ ପରିବାରକୁ ନିଷିଦ୍ଧ କରାଯିବାର ନିୟମ ଅଛି ବୋଲି ମୁଁ ଜାଣିନାହିଁ । ’
ଜଣେ ମୁଖ୍ୟମନ୍ତ୍ରୀ ଭାବରେ ତୁମର ଭଲ ଇମେଜ ରହିଛି । ‘ ମୁଁ ତୁମ ଠାରୁ ବରିଷ୍ଠ ଏବଂ ତୁମର ‘ବଡ଼ ଭଉଣୀ ’ ପରି । ତେଣୁ ରାଜନେତା ଓ ପ୍ରେସକୁ ପିଡୀତ ପରିବାରକୁ ଭେଟିବାକୁ ଦେବ ବୋଲି ମୁଁ ଆଶା କରେ ।