ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନର ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ମହା ବିକାଶ ଅଘାଡିକୁ ପଛରେ ପକାଇ ମହାୟୁତି ପୁଣିଥରେ ବିପୁଳ ବିଜୟ ଅଭିମୁଖେ ବଢ଼ୁଛି । ଏହାରି ମଧ୍ୟରେ ବିଜେପି ନେତା ତଥା ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ଏକ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ‘ଲୋକମାନେ ସେମାନଙ୍କ ଜନାଦେଶ ଦେଇଛନ୍ତି । ସେମାନେ ଏକନାଥ ସିନ୍ଦେଙ୍କୁ ପ୍ରକୃତ ଶିବସେନା ଭାବରେ ଗ୍ରହଣ କରିଛନ୍ତି ଏବଂ ଅଜିତ ପାୱାରଙ୍କୁ ଏନସିପିର ବୈଧତା ମିଳିଛି’ । ଏହି ସମୟରେ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ମଧ୍ୟ ବିବୃତ୍ତି ଦେଇଛନ୍ତି ।
ରାଜ୍ୟର ପରବର୍ତ୍ତୀ ସିଏମ୍ ପ୍ରଶ୍ନ ଉପରେ ଫଡନାଭିସ୍ କହିଛନ୍ତି, ‘ସିଏମ୍ ଚେହେରାକୁ ନେଇ କୌଣସି ବିବାଦ ହେବ ନାହିଁ । ପ୍ରଥମ ଦିନରୁ ନିଷ୍ପତ୍ତି ନିଆଯାଇଥିଲା କି ନିର୍ବାଚନ ପରେ ତିନି ଦଳର ନେତା ଏକାଠି ବସି ନିଷ୍ପତ୍ତି ନେବେ । ଏହି ନିଷ୍ପତ୍ତି ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ, ଏଥିରେ କୌଣସି ବିବାଦ ନାହିଁ’ ।
ଫଡନାଭିସ୍ ଆହୁରି କହିଛନ୍ତି ଯେ ‘ମୁଁ ଜଣେ ଆଧୁନିକ ଅଭିମନ୍ୟୁ ଏବଂ ପ୍ରତ୍ୟେକ ଚକ୍ରବ୍ୟୁହକୁ ଭାଙ୍ଗିବା ଜାଣିଛି’ । ସେ ମହିଳା ଭୋଟରମାନଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।
#WATCH | Mumbai | Maharashtra Deputy CM Devendra Fadnavis says, “People have given their mandate and people have accepted Eknath Shinde as the real Shiv Sena and Ajit Pawar has got the legitimacy of NCP.”#MaharashtraElection2024 pic.twitter.com/OyEQIzwq8i
— ANI (@ANI) November 23, 2024