କ୍ଷମା କରିବ ମମି-ପାପା ମୋର ଡାକ୍ତର ହେବାକୁ ଇଚ୍ଛା ନାହିଁ, ପାଠ ବୁଝିପାରୁନି; ଏଭଳି ଲେଖି ଆତ୍ମହତ୍ୟା କଲା ପୁଅ

ନୂଆଦିଲ୍ଲୀ : କୋଟାରେ କୋଚିଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତ୍ମହତ୍ୟା କରିବାର ମାମଲା ଲଗାତାର ସାମ୍ନାକୁ ଆସୁଛି । ତେବେ ଗତକଲି ବୋରଖଡା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ କୋଚିଂ ଛାତ୍ର ଡାକ୍ତରୀ ପାଠ୍ୟକ୍ରମରେ ଆଗ୍ରହ ନ ଥିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ,ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବଗୃହକୁ ପଠାଇବା ସହ ମୃତ ଛାତ୍ରଙ୍କ ଶୋଇବା ଘରୁ ସୁଇସାଇଡ ନୋଟ ଜବତ କରିଛି। ସୁଇସାଇଡ୍‌ ନୋଟ୍‌ରେ ଛାତ୍ର ଜଣଙ୍କ ପଢ଼ାରେ ମନ ନଲାଗିବା କଥା କହିଛନ୍ତି।

ପୋଲିସ କହିଛି ଯେ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଅଭିଷେକ କୁମାର। ସେ ବିହାରର ଗୟାରେ ରୁହନ୍ତି । ସେ କୋଟାର ଏକ କୋଚିଂ ସେଣ୍ଟରରେ ରହି ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ। ମୃତ ଛାତ୍ର ସୁଇସାଇଡ ନୋଟରେ ଅନେକ ଜିନିଷ ବିଷୟରେ ଲେଖିଥିବା ବେଳେ ଅଧ୍ୟୟନର ଚାପ ଏବଂ କୋଚିଂ ସେଣ୍ଟରରେ ତାଙ୍କୁ ହଇରାଣ କରାଯାଉଥିଲା ବୋଲି ଲେଖିଛନ୍ତି। ଏଥି ସହ ପୋଲିସ ମୃତ ଛାତ୍ରଙ୍କ ସମ୍ପର୍କୀୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ସମ୍ପର୍କୀୟମାନେ କୋଟାରେ ପହଞ୍ଚିବା ପରେ ପୋଲିସ ମୃତ ଦେହର ପୋଷ୍ଟମର୍ଟମ ପରିଚାଳନା କରାଇବା ।

ମୃତକଙ୍କ କୋଠରୀରୁ ମିଳିଥିବା ଆତ୍ମହତ୍ୟା ନୋଟରେ ସେ ତାଙ୍କ ପିତାମାତାଙ୍କୁ କ୍ଷମା ମାଗି ଲେଖିଛନ୍ତି ଯେ ‘ମମି, ପାପା, ମୁଁ ଆପଣମାନେ ଦେଖାଇଥିବା ପଥ ଅନୁସରଣ କରିପାରିବି ନାହିଁ ଏବଂ ମୋର ଡାକ୍ତର ହେବାରେ କୌଣସି ଉତ୍ସାହ ନାହିଁ , ମୁଁ ପାଠ ପଢ଼ା କିଛି ବୁଝି ପାରୁନି । ମୁଁ ଆପଣଙ୍କୁ କ୍ଷମା ମାଗୁଛି କି ଆପଣଙ୍କ ସ୍ୱପ୍ନକୁ ପୂରା କରିପାରିଲି ନାହିଁ ଏବଂ ମୃତ୍ୟୁକୁ ଆପଣେଇ ନେଲି । ଏଥିରେ କାହାର କୌଣସି ଦୋଷ ନାହିଁ , ମୁଁ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛି ।

Leave A Reply

Your email address will not be published.