ରାଜ୍ୟରେ ପୁଣି ଥରେ ୩୭୦ ନ ଫେରିବା ଯାଏ ମୁଁ ନିର୍ବାଚନ ଲଢ଼ିବି ନାହିଁ – ମେହେବୁବ ମୁଫତି

ରାଜ୍ୟରେ ପୁଣି ଥରେ ୩୭୦ ଧାରା ଲାଗୁ ନହେବା ଯାଏ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ‘ସ ଡେମୋକ୍ରାଟିକ ପାର୍ଟିର ନେତା ମେହେବୁବ ମୁଫତି ବୁଧବାର କହିଛନ୍ତି । ମୁଫତି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି ।

ଶ୍ରୀନଗର : ରାଜ୍ୟରେ ପୁଣି ଥରେ ୩୭୦ ଧାରା ଲାଗୁ ନହେବା ଯାଏ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ‘ସ ଡେମୋକ୍ରାଟିକ ପାର୍ଟିର ନେତା ମେହେବୁବ ମୁଫତି ବୁଧବାର କହିଛନ୍ତି । ମୁଫତି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି ।

ସେ ଆହୁରି କହିଛନ୍ତି ‘ମୁଁ ଯେତେବଳେ ଆଉ ଥରେ ଶପଥ ଗ୍ରହଣ କରିବି,ସେତେବେଳେ ଦେଶରେ ଦୁଇଟି ସମ୍ବିଧାନ ଓ ଦୁଇଟି ପତାକା ଥିବ । ତାହା ହେଉଛି ଜମ୍ମୁ-କଶ୍ମୀର ସମ୍ବିଧାନ ଓ ଭାରତର ସମ୍ବିଧାନ । ଏହା ଏକ ସମ୍ବେଦନଶୀଳ ଘଟଣା । ଏହାକୁ କହିବା ମୋ ପାଇଁ ହୁଏତ ବୋକାମୀ ହୋଇପାରେ ।

ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ପରାସ୍ତ କରି ଦେଶରେ ସାମ୍ପ୍ରଦାୟିକତା ଓ ଫାଶୀବାଦକୁ ଶେଷ କରିଥିବାରୁ କର୍ଣ୍ଣାଟକ ଲୋକଙ୍କୁ ସେ ପ୍ରଶଂସା କରିଛନ୍ତି । ବିଜେପି କୌଣସି ବିରୋଧୀ ଦଳ ରଖାଇଦେବାକୁ ଚାହୁଁନାହିଁ । ଦିଲ୍ଲୀରେ ସରକାର ନ ରଖାଇ ଦେବାକୁ ବିଜେପି ଅଧ୍ୟାଦେଶ ଆଣିଛି ।ଯାହା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ମୁଫତି ଚେତାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.