ଦେଶ ବିଦେଶ

୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଲା ‘MiG-21’, ପାକିସ୍ତାନକୁ ଧୂଳି ଚଟାଇଥିଲା ଏହି ଯୁଦ୍ଧ ବିମାନ

୬୦ ବର୍ଷ ପରେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛି ‘MiG-21’। ପାକିସ୍ତାନକୁ ଧରାଶାୟୀ କରିଥିବା ମିଗ୍-21 ବିସନ୍ ଯୁଦ୍ଧ ବିମାନକୁ ବାୟୁସେନାରୁ ଦିଆଯାଇଛି ଅବସର। ରାଜସ୍ଥାନର ବାଡ଼ମେରସ୍ଥିତ ଉତରଲାଇ ଏୟାରବେସରୁ ଏହା ନିଜର ଶେଷ ଉଡ଼ାଣ ଭରିଛି। ପାକିସ୍ତାନକୁ ଧୂଳି ଚଟାଇଥିବା ଏହି ଯୁଦ୍ଧ ବିମାନ ୬୦ ବର୍ଷ ଧରି ଭାରତୀୟ ବାୟୁସେନାରେ ସେବା ଯୋଗାଉଥିଲା। କାର୍ଗିଲରୁ ନେଇ ବାଲାକୋଟ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ମୋର୍ଚ୍ଚାରେ ଏହା ବାୟୁସେନା ସହିତ ରହିଥିଲା।

କିନ୍ତୁ ବର୍ତ୍ତମାନ ଏହାକୁ ସୁଖୋଇ-30 MKI ବିମାନରେ ବଦଳାଯାଉଛି, କାରଣ ଉତରଲାଇ ଏୟାରବେସ୍‌ରେ ଏବେ ମିଗ୍ ପରିବର୍ତ୍ତେ Su-30 MKI ସ୍କ୍ଵାଡ୍ରନ୍‌ ନିୟୋଜିତ ହେବ। କହି ରଖୁଛୁ, ଦୀର୍ଘ ବର୍ଷ ପରେ ଉତରଲାଇ ଏୟାର୍‌ବେସରୁ MiG-21 ବିଦାୟ ନେଉଛି। ଏହି ଯୁଦ୍ଧ ବିମାନ ୧୯୬୬ରୁ ଏଠାରେ ସେବା ଯୋଗାଇ ଆସୁଥିଲା। ମିଗ୍-21 ବାୟୁସେନାର ସେବାରେ ପ୍ରଥମ ସୁପରସୋନିକ୍ ଯୁଦ୍ଧ ବିମାନ ଥିଲା। ଏହାକୁ ୧୯୬୩ ମସିହାରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।

୧୯୬୩ ପରଠାରୁ ଏହା ସମସ୍ତ ପ୍ରମୁଖ ଯୁଦ୍ଧରେ ଭାଗ ନେଇଥିଲା। ଏହି ଯୁଦ୍ଧ ବିମାନ ସହିତ ଅଭିନନ୍ଦନ ପାକିସ୍ତାନୀ F-16କୁ ଖସାଇଥିଲେ। ମିଗ୍‌-21ର ବିଦାୟୀ କାର୍ଯ୍ୟକ୍ରମରେ ତିନି ସୈନ୍ୟବାହିନୀର ସୈନିକମାନେ ଉପସ୍ଥିତ ଥିଲେ। ଅକ୍ଟୋବର ୩୧ ମଙ୍ଗଳବାର ଦିନ ଉତରଲାଇରେ ଏକ କାର୍ଯ୍ୟକ୍ରମ ସମୟରେ ଉଭୟ ମିଗ୍-21 ଏବଂ ସୁଖୋଇ-30 MKI ଏକତ୍ର ଉଡ଼ାଣ ଭରିଥିଲେ। ଏହା ମିଗ୍‌-21ର ଶେଷ ଉଡ଼ାଣ ଥିଲା।

Roshni

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

7 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

8 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

12 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

35 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

42 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

49 mins ago