ଗୁଜୁରାଟର ଜାମନଗରରେ ବାୟୁସେନାର ଯୁଦ୍ଧ ବିମାନ ଦୁଘର୍ଟଣାଗ୍ରସ୍ତ, ନିଖୋଜ ପାଇଲଟଙ୍କୁ ଖୋଜା ଚାଲିଛି

ବୁଧବାର ରାତିରେ ଗୁଜରାଟର ଜାମନଗରରେ ବାୟୁସେନାର ଏକ ଜାଗୁଆର ଲଢ଼ୁଆ ବିମାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଦୁଇଜଣ ପାଇଲଟଙ୍କ ସହିତ ଏକ ପଶିକ୍ଷଣ ମିଶନରେ ଥିଲା । ଏହି ପାଇଲଟମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥି ସହ ଅନ୍ୟ ଜଣଙ୍କୁ ଖୋଜା ଚାଲିଛି । ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଦୁର୍ଘଟଣା ସ୍ଥଳର ଭିଡିଓ ଦେଖି ଘଟଣାର ଗମ୍ଭୀରତା ଅନୁମାନ କରାଯାଇପାରିବ । କ୍ରାସ୍ ଅବତରଣ ପରେ ବିମାନଟି ଖଣ୍ଡ ଖଣ୍ଡ ହୋଇଗଲା ଏବଂ ନିଆଁ ମଧ୍ୟ ଲାଗିଗଲା ।
ଏ ବିଷୟରେ ସୂଚନା ଦେଇ ଜାମନଗର ଏସ୍ ପି କହିଛନ୍ତି ଯେ ଜାମନଗରରୁ ପ୍ରାୟ ୧୨ କିଲୋମିଟର ଦୂରରେ ଅବସ୍ଥିତ ସୁଭାରଦା ଗ୍ରାମର ଏକ ଖୋଲା ପଡିଆରେ ରାତି ୯:୩୭ ସମୟରେ ଦୁର୍ଘଟଣା ଘଟିଥିଲା । କ୍ରାସ୍ ଲିଡିଂ ପରେ ଲଡାକୁ ବିମାନରେ ନିଆଁ ଲାଗିଯାଇଥିଲା । ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁ ଲାଭାଇଥିଲେ । ବର୍ତ୍ତମାନ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।
ପୋଲିସ ଅଧିକାରୀ କହିଛନ୍ତି, ‘ବାୟୁସେନାର ଜାଗୁଆର ଟ୍ରେନର ବିମାନ ଜାମନଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି’ । ବିମାନରେ ଦୁଇଜଣ ପାଇଲଟ ଥିଲେ । ଜଣକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ପାଇଲଟଙ୍କୁ ଉଦ୍ଧାର କରିବା ପାଇଁ ସନ୍ଧାନ ଅଭିଯାନ ଚାଲିଛି ।
ଦୁର୍ଘଟଣା ବିଞରେ ସୂଚନା ଦେଇ ଜାମନଗର କଲେକ୍ଟର କହିଛନ୍ତି ‘ଜଣେ ପାଇଲଟଙ୍କୁ ଉଦ୍ଧାର କରାଯାଇଛି, ତାଙ୍କୁ ତାଙ୍କୁ ଆହାତ ଅବସ୍ଥାରେ ଜିଜି ହସ୍ପିଟାଲରେ ଭର୍ତ୍ତି ରାଯାଇଛି । ବିମାନଟି ଖୋଲା ପଡିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ତେଣୁ ସାଧାରଣ ଲୋକଙ୍କର କୌଣସି କ୍ଷତି ହୋଇନଥିଲା । ସୂଚନା ପାଇବା ପରେ ୩୦ ରୁ ୪୫ ମିନିଟ୍ ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରି ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିଲା ।
ଘଟଣା ପରେ, ଘଟଣାସ୍ଥଳର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁର୍ଘଟଣାଗ୍ରସ୍ତ ବିମାନରେ ବହୁତ୍ ନିଆଁ ବାହାରୁଥିବାର ଦେଖାଯାଉଛି । ଏହା ସହିତ କିଛି ଲୋକ ଏହାକୁ ଦେଖୁଥିଲେ ଏବଂ କିଛି ଲୋକ ଭିଡିଓ ମଧ୍ୟ କରୁଥିବାର ଦେଖାଯାଉଛି ।